ଆହତ
———–
ଆହତ ହେବାପାଇଁ ପବନ ସ୍ରୋତରେ
କିଏ କ’ଣ ଇଛା ପ୍ରକାଶିବ !
ନାଁ ନା….
ଆପେଆପେ ଆକସ୍ମାତ୍ ହୋଇପାରେ
ଏପ୍ରେଲର କାଳବୈଶାଖିରେ…
ସେ ଆହତ,ହୋଇପାରେ ଘଡଘଡିର ଅବା ଦ୍ରୁତପବନର…
ହୋଇପାରେ ମୋଡିମାଡି ହୋଇ ପଡୁଥିବା ଗଛ ଡାଳର…..
ହେଲେ ତମ ଆହତ କାଳବୈଶାଖିର ଆହତ ଠାରୁ ଢେରଗୁଣ ଅଧିକା !
ମୋ ଶରୀର ଭାଙ୍ଗିପଡିଛି ତୁମ ଧକ୍କାରେ
ଏମିତି ଭାବେ ଆହତ ହୋଇଛି ଯେ
ମନେ ପଡିଯାଉଛି ଅତୀତର ସେଇ ଘଟଣାର ଦୃଶ୍ୟପଟ୍ଟ
ତାକୁ ଘଟଣା କହିବି ନା ଦୁର୍ଘଟଣା
ଯଦି ଦୁର୍ଘଟଣା କହିବି ତା’ହେଲେ ବୋଧେ ମୁଁ ହାରିଯିବି
ଯଦି ଘଟଣା କହିବି ତାହେଲେ ମୁଁ ଏକ ଦୁର୍ବଳ ମାନସିକତାଧାରୀର ପରିଚୟ ଲଭିବି…
ଆରେ ବାଃ ଏକିପ୍ରକାର ଚିନ୍ତାଧାରା ଉପୁଜୁଛି ମୋ ଅମାପ ଧୈର୍ଯ୍ୟଭରା ମନରେ
ଆହତ ହେଲିବୋଲି କ’ଣ ମୁଁ ପାଲଟିଗଲି ପଙ୍ଗୁ
ହୋଇଗଲି ଅକର୍ମଣ୍ୟ
ସେମିତି କେମିତି ହବ
ମୁଁ ପରା ଘାଇଲା ହୋଇଥିବା ହାତୀ
ମାହୁନ୍ତ ହୋଇ ଖେଳୁଥିଲ ବନ୍ଧନର ଖେଳ
ଯେଉଁ ମାତ୍ରାରେ ତୁମ ଆଘାତ ମୋ ଛାତିରେ ଭରିଛି ନିଆଁ
ସେଇ ନିଆଁରେ ତୁମେ ହେବ ଏକ ଜଳୁଥିବା ପତଙ୍ଗ
ମୋ ନିରିହ ଆଖି ମିଟିମିଟି କରି ଚାହିଁ ରହିଥିବ ତୁମ ଦାହ ହେଉଥିବା ଶରୀରକୁ
ତୁମେ ଦେଇଥିବା ଆଘାତକୁ ମନେ ପକାଇ ମାନସ ପଟ୍ଟରେ
ଆଉ ମୁଁ ପାଇଯିବି ଶାନ୍ତି
ଚମକିବି ପୁଣିଥରେ ଦୁଃକୁ ଆହୁତି ଦେଇ
ତୁମ ଜ୍ବଳନ୍ତା ଶବରେ……
ରତ୍ନାକର ଶୀୟ
ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଏମିତି ଆଗକୁ ସମସ୍ତେ ବଢନ୍ତୁ ଆମ ଭାଷା ଆଉ ସାହିତ୍ୟ କୁ ନେଇ ଉନ୍ନତି ପଥେ ଆଗେଇ ଯାଆନ୍ତୁ। ଜୟ ଜଗନ୍ନାଥ