ଅପରା଼ହ୍ନ
ଅପରାହ୍ନ ତୁମେ ଦିବସ କାର୍ଯ୍ୟର
ବେଳ ଲେଉଟାଣି ଦୃଶ୍ୟ
ଅପରାହ୍ନ ତୁମେ ଯୌବନ ପର
ଶିଥିଳ ଅବସ୍ଥା ବେଶ।
ଅପରାହ୍ନ ତୁମେ ବିଷର୍ଣ୍ଣ ବିଷାଦ
କର୍ମରେ ଅନାସକ୍ତ
ତୁମେ ଅପରାହ୍ନ ଜୀବନ ଦର୍ଶନ
ନିରୁତା ଗୂଢ ତତ୍ତ୍ବ।
ଅପରାହ୍ନ ତୁମେ ଜାଗତିକ ସତ୍ୟ
ମ ଉଳା ଖରାର ଛାଇ
ଉଦ୍ଦୀପନା ହୀନ ଯୌବନ ପରେ
ଥୁଣ୍ଟା ଗଛ ମାରେ ହାଇ।
ଅପରାହ୍ନ ତୁମେ ଦିବସ କାର୍ଯ୍ୟର
ଲେଉଟାଣି ଅବସନ୍ନ
ଅପରାହ୍ନ ତୁମେ ପଶ୍ଚିମ ଆକାଶେ
ପୀତ ଲୋହିତ ର ବର୍ଣ୍ଣ।
ଅପରାହ୍ନ ତୁମେ ସାନ୍ଧ୍ୟ ସୂର୍ଯ୍ୟର
ବିଦାୟ ମୂହୁର୍ତ୍ତ ଧାର୍ଯ୍ୟ
ଅପରାହ୍ନ ତୁମେ ଯୌବନ ଦୀପ୍ତି ର
କ୍ରମଶ଼଼ଃ କ୍ଷୀଣ ଶୌର୍ଯ୍ୟ।
ଅପରାହ୍ନ ତୁମେ ଦିବସ ବିଦାୟ
ବେଳାର କାଳ ସୂଚିତ
ଜଗତ ବକ୍ଷରେ ଦିଅ ଏହି ବାର୍ତ୍ତା
ସମୟ ଗତ ନିଶ୍ଚିତ।
ନଳିନୀ ପ୍ରଭା ମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
ମୋ-୯୭୭୭୮୮୭୯୪୨