ଅନୁମତି ଦିଅ ପ୍ରଭୂ
ଏଡ଼େ ଇଚ୍ଚାସନେ ବସି କିବା ଲାଭ
ନ ଶୁଣି ପାରୁଛ ଯଦି ଦୁଃଖୀର କ୍ରନ୍ଦନ,
ଓହ୍ଲାଇ ଆସ ହେ ପ୍ରଭୂ ତବ ଆସନରୁ
ଛାଡ଼ିଦିଅ ତୁମ ରତ୍ନ ସିଂହାସନ।
ମାଟି ମଣିଷ ମୁଁ ଜନମ ନେଇଛି
ଜାଣିଛି ମରଣ ଆସିବ ଦିନେ,
ତଥାପି ନ ଡରି ମରଣ ଭୂତକୁ
ତୁମ ନାମ ସଦା ଜପୁଛି ମନେ।
ପାତର ଅନ୍ତର କାହିଁକି କରୁଛ
ତେଲିଆ ମୁଣ୍ଡରେ ଢାଳୁଛ ତେଲ,
ଦି’ ଓଳି ଦି’ ମୁଠା ଖାଇବାକୁ ନାହିଁ
ଭୋକେ ମୋ ସଂସାର ହୁଏ କଲବଲ।
କେଉଁ ଅଭିଯୋଗ ବାଢ଼ିବି ତୋ ପାଖେ
ମୁଁ ତ ଛାର ଗୋଟେ ମଣିଷ ଟିଏ,
ସୁନା ଖଣ୍ଡେ ହାତେ ପଡ଼ିଗଲେ ମଧ୍ୟ
ଭାଗ୍ୟଦୋଷେ ସିଏ ପିତଳ ହୁଏ।
କେଉଁ ଜନ୍ମେ କେଉଁ ପାପ କରିଥିଲି
ମିଳୁନାହିଁ ପ୍ରଭୂ ତୁମ୍ଭ ଦର୍ଶନ,
ତୁମ ସିଂହ ଦ୍ୱାରୁ ଫେରି ମୁଁ ଆସୁଛି
ଦେଖି ପାରୁନାହିଁ ତୁମ୍ଭ ବଦନ।
ଥରୁଟିଏ ପ୍ରଭୂ ଅନୁମତି ଦିଅ
ଦେଖିବାକୁ ତୁମ୍ଭ କଳାବଦନ,
ପାପ ସବୁ ମୋର କ୍ଷୟ ହୋଇଯାଉ
ତୁମଠାରେ ହୋଇଯାଏ ମୁଁ ଲୀନ।
ଦୀପଶିଖା ପ୍ରଧାନ
କଟକ