April 23, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ଅନାହତ ଶବ୍ଦ – ସ୍ୱାଗତିକା ବେହେରା

 ଅନାହତ ଶବ୍ଦ

 

ସଞ୍ଜୟ ଜାଣିନି ସେ କେତେ ସମୟରୁ ଅଚେତ୍ ଅବସ୍ଥାରେ ପଡ଼ିଛି।ସାଙ୍ଗରେ ତ ଅବିନାଶ ଥିଲା ଅବିନାଶ କୋଉଠି?ହଠାତ୍ ଉଠି ବସି ରୁମ୍ ଟାକୁ ଭଲ ଭାବରେ ନିରୀକ୍ଷଣ କରିବାର ଚେଷ୍ଟା କଲା ଓ ଅନୁମାନ ଲଗେଇଲା। *କଂକ୍ରିଟ୍, ଇସ୍ପାତ ଏଵଂ ଫାଇବରର ଅନେକ ସ୍ତରକୁ ମିଶ୍ରଣ କରି ସ୍ୱତନ୍ତ୍ର ଵୈଷୟିକ ଜ୍ଞାନ ପ୍ରୟୋଗ ସହ ନିର୍ମିତ ହୋଇଥିଵା ଏହି କୋଠରୀର ଵିଶେଷତା ହେଉଛି ଯେ ଏହି କୋଠରୀ -୨୦ ଡେସିବଲ ତୀଵ୍ରତା ପର୍ଯ୍ୟନ୍ତ ଧ୍ୱନିକୁ ମଧ୍ୟ ବାଧା ଦେଇପାରେ ଅର୍ଥାତ୍ ରୋକି ଦେଇଥାଏ । -୨୦ ଡେସିବଲ ଧ୍ଵନୀ ତୀଵ୍ରତା ମାନଵ ଶ୍ରଵଣୀୟ ଧ୍ଵନି ତୀଵ୍ରତାଠାରୁ ୪୦୦ ଗୁଣ କମ୍ । ତେଣୁ ଯଦି ଆପଣ ଏହି କୋଠରୀରେ କୌଣସି କାରଣରୁ ବନ୍ଦ ହୋଇଯାଆନ୍ତି ତାହେଲେ ଆପଣ କିଛି ବି ଵିଶେଷ ଶୁଣିପାରିବେ ନାହିଁ କିନ୍ତୁ ଆପଣଙ୍କୁ ସେଠାରେ କେଵଳ ଆପଣଙ୍କ “ଭିତରୁ ଆସୁଥିଵା ସ୍ୱର” ହିଁ ଶୁଣିଵାକୁ ମିଳିଵ । ହଁ, ଆପଣ ଏହି କୋଠରୀରେ ବନ୍ଦ ହେଵାର କିଛି ମିନିଟ୍ ପରେ ହିଁ ନିଜେ ନିଜକୁ ଶୁଣିଵା ଆରମ୍ଭ କରିଦେବେ*।ଦୁଇ ଦିନ ଆଗରୁ ଏମିତି ଏ ରୁମ୍ ବିଷୟରେ ବର୍ଣ୍ଣନା କରୁଥିଲା ଅବିନାଶ।ତେବେ କ’ଣ ମୋ ପ୍ରିୟ ବନ୍ଧୁ ଅବିନାଶ ଜାଣିଜାଣି ମତେ ଏଠି ଛାଡ଼ି ଯାଇଛି।ଅଚାନକ ଚିତ୍କାର କରିବାକୁ ଲାଗିଲା ସଞ୍ଜୟ।ଏବେ ଏବେ ତ ମୁଁ ଦୁର୍ନୀତି ଗତ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତଳନ କରିବା ଆରମ୍ଭ କରିଥିଲି।ଆମେ ଦୁହେଁ ତ ସାମ୍ବାଦିକତା ଜୀବନ ଆରମ୍ଭରୁ ହିଁ ଶପଥ ନେଇଥିଲୁ ନିରପେକ୍ଷ ସମ୍ବାଦ ପରିବେଷଣର।କିନ୍ତୁ ହଠାତ୍ ଅବିନାଶ ତା ନିଜ ସର୍ତ୍ତ ଠୁ ମୁଁହ ଫେରେଇ ନେଲା କେମିତି!! ହଁ,ଅବଶ୍ୟ କଥା ଟା ନୂଆ ନୁହେଁ।ଯେବେଯେବେ ସ୍ୱର ନ୍ୟାୟ ଓ ଧର୍ମର ଉଠିଛି ସେବେ ସେବେ ସେ ସଂଗ୍ରାମୀ ମାନଙ୍କୁ କୋଉ ନା କୋଉ “ଜଉ ଘରର” ସମ୍ମୁଖୀନ ହେବାକୁ ପଡ଼ିଛି।କିଛି କ୍ଷଣ ପାଇଁ ସଞ୍ଜୟ ନିଜ ଆବେଗକୁ ସମ୍ଭାଳି ନେଲା।ଘରର ଚାରି ଆଡ଼କୁ ଭଲରେ ଆଖି ବୁଲେଇ ଆଣି ନିରାଶ ହୋଇ କହିଲା”ନା ଖସି ଯିବାର କିଛି ବାଟ ନାହିଁ।” ଚୁପ୍ କରି ବସି ପଡିଲା।କିନ୍ତୁ କିଛି ସମୟ ପରେ ସେ ଜୋର ଜୋର୍ କରି ହସି କହିବାକୁ ଲାଗିଲା”ପାଗଳ ସବୁ!!ସବୁ ପାଗଳ ତୁମେ ମାନେ ସିନା ମୋର ବାହ୍ୟ ଶବ୍ଦକୁ ଆବଦ୍ଧ କରି ରଖି ପାରିବ ହେଲେ ମୋ ଭିତରର ଶବ୍ଦକୁ କାହା ସାହାଯ୍ୟରେ ବନ୍ଦ କରି ଦେଇ ପାରିବ?ଆଜି ଏ ବନ୍ଦ କୋଠରୀ ମତେ ସେଇ ଦିନକୁ ଫେରେଇ ନେଉଛି ଯେଉଁ ଦିନ ଗୁଡ଼ିକ ମୁଁ ମୋ ବୋଉ ଗର୍ଭରେ କାଟିଥିଲି।ମୁଁ ଶବ୍ଦ ବୁଝୁ ନଥିବା ସମୟରେ ବି ବୋଉ ଠୁ ଶିଖିଥିଲି ସତ କହିବାର କଳା।ଆଜି ଏ ବନ୍ଦୀ ଗୃହରେ ବି ବୋଉର ଶବ୍ଦ ଗୁଡ଼ା ପ୍ରତିଧ୍ୱନିତ ହେଉଛି ମୋ କର୍ଣ୍ଣ ଗହ୍ୱରରେ।ନ୍ୟାୟ ଅନ୍ୟାୟର ପ୍ରଭେଦ ଯଦି ବୋଉ ଶିଖେଇ ନଥାନ୍ତା ତେବେ କ’ଣ ମୁଁ ଏଠି ବନ୍ଦ ହୋଇ ରହିଥାନ୍ତି!!”ଭାବନାର ଚରମ ସ୍ତରକୁ ଯିବାକୁ ଚାହୁଁଥିଲା ସଞ୍ଜୟ।ହେଲେ ସେ ଜଣେ ସାଧାରଣ ମଣିଷ ତା ଜୀବକୋଷ ମାନଙ୍କୁ ସତେଜ ରଖିବାକୁ ଦରକାର ଖାଦ୍ୟ ଓ ଜଳ। ଏ ଘରେ ତାକୁ ସେ ସବୁ କୋଉଠୁ ବା ମିଳିବ!! କିନ୍ତୁ ସେଥି ପାଇଁ ଏତେ ବ୍ୟତିବ୍ୟସ୍ତ ହେଉ ନଥିଲା ସେ।ଭୋକିଲା,ଶୋଷିଲା କ୍ଲାନ୍ତ ଶରୀରକୁ ଉଠେଇବାର ଶତ ଚେଷ୍ଟା କରୁଥାଏ ସଞ୍ଜୟ।କିଛି କ୍ଷଣ ସେ ନିଶବ୍ଦ ଘରର ଚଟାଣ ଉପରେ ପଡ଼ି ରହି ଅନୁଭବ କଲା ନିଜ ଛାତିର ଦୁକ୍ ଦୁକ୍ ଶବ୍ଦ, ଫସ୍ ଫାସ୍ ହେଇ ବାହାରି ଆସୁଥିବା ନିଃଶ୍ୱାସକୁ।ନିଜକୁ ନିଜେ ପ୍ରଶ୍ନ କରିବାକୁ ଲାଗିଲା,” ଏ ସବୁ ମୋ ଠୁ କିଏ ଛଡେଇ ନେବ!!!କିଏ ରୋକ୍ ଲଗେଇବ ମୋ ଛାତିର ସ୍ପଦନ ଉପରେ? କିଏ ପାରିବ? ମୋ ନିଶ୍ବାସ ଉପରେ କାହା ଅଧିକାର ଅଛି!!ହୁଏ ତ ମୋ କଲମକୁ କିଏ ଛଡେଇ ନେଇ ପାରେ ମୋତେ କିଏ ଜୋର୍ କରି ବନ୍ଦୀ କରି ପରେ କିନ୍ତୁ ଜଣେ ବଦ୍ରୋହୀର ବିଦ୍ରୋହ ଧାରା ଉପରେ କାହାର ଯୁ ଅଛି ଯେ!!ବିବେକୀ ମନ, ଏ ଚଞ୍ଚଳ ହୃଦୟ ଏ ତୁଚ୍ଛ ବନ୍ଦୀ ଗୃହରେ ବନ୍ଦୀ ହେବାକୁ ସିଧା ସିଧା ମନା କରି ସାରିଲେଣି ଯେ।ତେବେ ମୁଁ କାହିଁକି ଏଠି ପଡ଼ି ରହିଛି!!” ନିଜକୁ ଉଠାଇ ନେଇ ବସିଲା ସଞ୍ଜୟ।କିଛି ସମୟ ଭିତରେ ସେ ଅନୁଭବ କରି ପାରୁଥିଲା ନିଜ ଭିତରର “ଓଁ କାର” ଧ୍ଵନିକୁ।ଯେଉଁ ଶବ୍ଦ ସମଗ୍ର ବ୍ରହ୍ମାଣ୍ଡକୁ ଜାଗୃତ କରି ରଖେ ଯେତେବେଳେ ସେଇ ଶବ୍ଦ ମୋ ଭିତରେ ଶବ୍ଦ ସୃଷ୍ଟି କରୁଛି ତେବେ ମୋ ଶବ୍ଦ ବନ୍ଦୀ ଘରେ ନିଜ ପରାଜୟ ସ୍ବୀକାର କରି ପାରିବ କେମିତି!!! ମୋ ଶବ୍ଦ ସବୁ ବାହାର ଯାଏଁ ନିଶ୍ଚିତ ଯିବ ଆଉ ତାକୁ ବାହାରକୁ ନେବି ମୁଁ।ମୁଁ ସଞ୍ଜୟ!! ସେଦିନର ମହାଭାରତର ସଞ୍ଜୟ ପରି ମୋ ଭିତରେ ଆଜି ଅଦମ୍ୟ ଶକ୍ତି ଓ ସାହାସ। ମୁଁ ପଛଘୁଞ୍ଚା କାହିଁକି ଦେବି ଯେ!!ମୋ ସହ ଅଛନ୍ତି ମୋର ଅନାହତ ଶବ୍ଦର ଅସ୍ତ୍ର ସବୁ।

 

ସ୍ୱାଗତିକା ବେହେରା

କଟକ।

Loading

Leave a Reply

Your email address will not be published. Required fields are marked *