ଅନାଥ ମଣିଷ
ରୀତା ଅପରାଜିତା ମହାନ୍ତି
ଯାହାର କେହି ନାହିଁ
ସେ ତ ଅନାଥ ମଣିଷ।
ଜାଣେନି କିଏ ମୋର
ମାତା କିଏ ପିତା ।
ବଡ଼ କଷ୍ଟ କରି ଚଳୁଛି
ମାଗିଯାଚି ।
ପାଠ କିଏ ପଢେଇବ
ଏଠି ଦୁଇ ମୁଠା
ଖାଇବା ଯୋଗାଡିବା କଷ୍ଟକର।
ହେ ପ୍ରଭୁ ତୁମ ପର।
ଅନାଥର ନାଥ
ତୁମେ ନାଵ କୁ ପାର କର ।
ଭିକ୍ଷା ମାଗିବାକୁ ଚାହେଁନି
ଚାହେଁ ନିଜ ଖଟି ବଞ୍ଚିବି।
ମୋ ପରି ବଞ୍ଚିଥିବା
ଅନେକ ଅନାଥ ମଣିଷ ର
ସହାୟକ ହେବି।
ଗୋଟିଏ ଅନାଥ ମଣିଷ ର
ବେଦନା ମୋ ପରି
ଅନାଥ ମଣିଷ ବୁଝିପାରେ
ଭାଗ୍ୟ ଭଗବାନ
ମୋ ପାଇଁ ରୁଷ୍ଟ
ହେଇଗଲା କେଜାଣି କଣ ପାଇଁ .?
ମୋ ପରି ଅନାଥ ମଣିଷ ର
ପୀଡା ହରଣ କର ହେ
କଳା ଠାକୁର ହାତୁ ଯୋଡି ମାଗୁଛି
ଛୋଟ ଏଇ ମନର ଛୋଟ ଆଶା
ତୁମ ଆଶୀର୍ବାଦ ରୁ
ହେବ ପୂର୍ଣ୍ଣ ହେ ଚକା ନୟନ।
–-– *ପ୍ଲଟ ନ -୮୩(ସି)* *ଆମ୍ରପଲ୍ଲୀ ,ଭୁବନେଶ୍ୱର -୨୧*