ଆନନ୍ଦଠୁ ଉର୍ଦ୍ଧ୍ବରେ
ଆନନ୍ଦଠୁ ଉର୍ଦ୍ଧ୍ବରେ ଯଦି କିଛି ଥାଏ
ତେବେ ସେ ଡିସେମ୍ବରଟା!
ଶୀତର ଯେବେ ଶୀର୍ଣ୍ଣତା ଆସେ
ଏମାନେ ଧାନଗଦା କରନ୍ତି।
ବାସ ଖୋଲା ନୀଳଛାତ ତଳେ
ଭସାଇ ଦିଅନ୍ତି ଗଦା ଗଦା ସୁନା
ଏ ସୁନାର ଦର ଅଧିକ ଥା’ନ୍ତା କି?
ତଥାପି ଆନନ୍ଦର ହିଲ୍ଲୋଳ
ଆହା;
ବିକ୍ରି କରେ ପଇସା ଟେ ଆଣେ
ଶୀତର ବାର୍ଦ୍ଧକ୍ଯର ଅକଥ୍ଯ ଅତ୍ଯାଚାର ସହି
ମଣ୍ଡି ପାଖରେ ଶୋଇ ରହେ
ଆଖି ନପାଉଥିବା ତାରାଙ୍କୁ ବି ଗଣିନିଏ
ଉଲ୍ଲାସର ପରିଧି ଡେଇଁ
ଆନନ୍ଦରେ ନାଚିଉଠେ
ପୁଣି ଲୋଟିଯାଏ ସେ ସବୁ ଧାନବସ୍ତା ଉପରେ
ଏଇ ପୂର୍ବ ଦିଗର ସୂର୍ଯ୍ଯଙ୍କୁ ଅପେକ୍ଷା କରି
ବୋଉ ମୋର ଭରିଦେବ ଏଇ ମାଣବସାରେ
ପାହିଲିରେ ଧାନବେଣ୍ଟ କରି
ପୁଣି ସେ କଳେଇଗଦାରେ ଗଦା କରିବ
ତମାମ ଅଶ୍ରୁ, ଘର୍ମ ନିଗିଡାଇ ପାଇଥିବା ସୁନା ସବୁକୁ..
ପୁଣି ଆନନ୍ଦଠୁ ଉର୍ଦ୍ଧ୍ବରେ ସବୁ ବାଡ ଡେଇଁ
ଡିସେମ୍ବରର ପ୍ରତି ମୁହୂର୍ତ୍ତକୁ ପାଳିବ
ତା ବି ଶୀତର ଶୀର୍ଣ୍ଣତା ସହ।।
ରୁଦ୍ର ନାରାୟଣ ଦାଶ, ଖୋର୍ଦ୍ଧା
As a son of a farmer, I can feel the depth of this poem. So meaningfull
Thank you Bhii
Wow Bhai