ଆମେ କଣ ସତରେ ଅଲୋଡ଼ା
*******************************
ତୁମେ ଯଦି ଭବିତବ୍ୟ କୁ ଦେଖିପାର….
ତେବେ କୁହ ଶାସ୍ତ୍ରୋକ୍ତ ନର୍କ ସଂଖ୍ୟା କେତେ…..?
ଅଷ୍ଟାଦଶ ପୁରାଣ କୁହେ……..
‘ମାନବ ଜନ୍ମେ ଚଉରାଅଶି ନର୍କ ଭୋଗ’।
ତୁମେ ଯେଉଁ ଲକ୍ଷେ ଶିବ ପୂଜି ପୁଅଟିଏ ମାନସ ……..
କେବଳ ଗୋଟିଏ ନର୍କ ରୁ ପରିତ୍ରାଣ ପାଇବା ପାଇଁ।
କେମିତି ଭୁଲିଯାଅ ଆଉ ତେୟାଅଶୀ ନର୍କ କଥା…..
ସେ ନର୍କ ରେ ନାହିଁ କି ତୁମ ପାଇଁ ବ୍ୟଥା,
“ନର୍କ” ନାମେ ହିଁ ଯନ୍ତ୍ରଣା……..
କାହିଁ କେବେ ତ ଆମ ପାଇଁ ଡାକିନ ଠାକୁର ଙ୍କୁ……
ଆମେ ଯଦି ବୋଝ……
ତୁମେ ଆସିଲ କାହିଁକି?
ଆମକୁ ଆଡେଇ ତୁମେ ସୃଷ୍ଟିଟିଏ କଳ୍ପନା କର…….
ତାହାଲେ ଆମେ ଦେଖିବୁ…..
ତୁମ ପାରିବା ପଣିଆ….
‘ପର ଘରକୁ ଯିବ’ , ‘ପରଘରୁ ଆସିଛି’
ଏତିକି ରେ ତ ସରିଯାଏ ଆମ ଜୀବନ
ତଥାପି ଆମେ ବୋଝ………
ଆମ ପାଇଁ ତୁମେ କଣ କେବେ ଗର୍ବ କରନି…?
କୋହ ଆସେ ଝିଅ ଟିଏ ହେବା କଣ ପାପ କି?
କାହିଁକି ଫୁଟିବା ଆଗରୁ ଝଡ଼ିଯାଉ ଆମେ…..?
କହିବ ଟି ଟିକିଏ………
କୁମାର ସୋନୁ
ଗଞ୍ଜାମ
27 total views, 1 views today