ଅମର ପୁରୁଷ ବାଜପେୟୀ
ଚିର କାଳଜୟୀ ମୃତ୍ୟ ବିଜୟୀ
ନିର୍ଭିକ ବୀର ତୁମେ
ପିତାମହ ଭୀଷ୍ମ ବାଗ୍ମୀ ପୁରୁଷ
ତୁମକୁ ଝୁରୁଛୁ ଆମେ
ଚିର ବ୍ରହ୍ମଚାରୀ ପୁଣ୍ୟ ଆଚାରୀ
ପ୍ରଜ୍ଞା ପୁରୁଷ ନାମେ
ଭାରତ ରତ୍ନ ହେଲ ପ୍ରମାଣିତ
ଏଇ ମର୍ତ୍ତ୍ୟ ଧରାଧାମେ
ଗଣତନ୍ତ୍ର ର ସମ୍ରାଟ ତୁମେ
ତୁମର ତୁଳନା ନାହିଁ
ତୁମର ନାମ ଉଚ୍ଚାରଣ ମାତ୍ରେ
ସ୍ପନ୍ଦନ ଯାଏ ଛାଇ
ଅମୂଲ୍ୟ ରତ୍ନ ଅମୂଲ୍ୟ କୀର୍ତ୍ତି
ଏ ବିଶ୍ୱକୁ ଦେଇଗଲ
ସ୍ବର୍ଣ୍ଣ ଅକ୍ଷରେ ନବ ଭାରତ ର
ଇତିହାସ ରଚି ଗଲ
ଅମର ପୁରୁଷ ରାଜନୀତି ପାଇଁ
ଅମର ତୁମର ଗାଥା
ସତ୍ୟ ନ୍ୟାୟ ର ପୂଜାରୀ ତୁମେ
ଅମଳିନ ତୁମ କଥା
ଭାରତ ମାତା ର ତ୍ରିରଙ୍ଗା ତଳେ
ଚିର ଆଶ୍ରୟ ନେଲ
ଏ ଦେଶ ଜାତିର ଉର୍ନତି ପାଇଁ
ସଦା ଜାଗ୍ରତ ଥିଲ
ଶାନ୍ତି କପୋତ ବିଶ୍ୱ ଆକାଶେ
ଆଉଥରେ ଦେଖା ଦିଅ
ଅଦୃଶ୍ୟ ଆତ୍ମା ତୁମ ଆଶୀର୍ବାଦେ
ଧର୍ମ ର ହେଉ ଜୟ
ଆର୍ଯ୍ୟାବର୍ତ୍ତ ର ଯୋଗ୍ୟ ଦାୟାଦ
ପ୍ରଣାମ ଆମର ନିଅ
ଲେଖନୀ ତୁମର ଆଉଥରେ ଧରି
ଏ ମରତେ ଉଭା ହୁଅ
……. ସହ ସମ୍ପାଦିକା —
“ମାଟିଘର ” ସାହିତ୍ୟ ଅନୁଷ୍ଠାନ
ଶିକ୍ଷୟତ୍ରୀ –ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରାହାମା
ଜଗତସିଂହପୁର
ମୋ –6371936339
306 total views, 1 views today