ଆମ ସମ୍ବିଧାନ
ନଭେମ୍ବର ମାସ ଛବିଶି ତାରିଖ
ସମ୍ବିଧାନ ଜନ୍ମଦିନ
ଗଣତନ୍ତ୍ର ପାଇଁ ଆଇନ ତାଲିକା
ହେଲା ଏ ଦିନ ସମ୍ପୂର୍ଣ୍ଣ ।।
ଦୂରେଇଲା ଭୟ ନାଗରିକମନୁ
ପାଇଲା ସେ ଅଧିକାର
ସ୍ବାଧୀନ ଚିନ୍ତନ,ଶିକ୍ଷା,ଧର୍ମ,ନ୍ୟାୟ
ହେଲା ଜନେ ଅଙ୍ଗୀକାର ।।
ଆମ ସମ୍ବିଧାନ ଏକତା ସଂହତି
ସୁରକ୍ଷା ତ ବଳୟ
ସାର୍ବଭୌମ ଆଉ ନିରପେକ୍ଷ ନୀତି
ଅଟେ ପୁଣି ନମନୀୟ ।।
ଭାରତ ସଂସ୍କୃତି,ଐତିହ୍ୟ ସମ୍ମାନ
ହୋଇଅଛି ସଂରକ୍ଷଣ
ସର୍ବ ସାଧାରଣ ସମ୍ପତ୍ତି ସୁରକ୍ଷା
ହିଂସା,ହୁକୁମ ବର୍ଜନ ।।
ମାନବବାଦର ଦୃଢ଼ ଲିପି ସ୍ତମ୍ଭ
ସଂସ୍କାରର ମୂଳ ଉତ୍ସ
ବିଭିନ୍ନତା ମଧ୍ୟେ ଏକତା ସଂହତି
ମୌଳିକତା ଆଉ ସ୍ବଚ୍ଛ ।।
କୃଷ୍ଣ ପ୍ରସାଦ,ପୁରୀ
313 total views, 1 views today
Hey There. I found your web site employing msn. That is a really well penned article. I’ll make sure to bookmark it and come back to read additional of one’s useful data. Thanks to the article. I’ll unquestionably comeback.