April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ଅଲୋଡ଼ାଫୁଲ – ଜଗନ୍ନାଥ ଜେନା

 ଅଲୋଡ଼ାଫୁଲ

 

ବୃଦ୍ଧାଶ୍ରମର ଚାରିକାନ୍ଥ ଭିତରେ ଅଣନିଶ୍ୱାସୀ ହେଇ ଯାଉଥାନ୍ତି ବିନୋଦବାବୁ ।ହଟାତ କେମିତି ସମୟ ସବୁ ଓଲଟପାଲଟ ହୋଇଗଲା ଜଣା ପଡୁନଥିଲା।ଯିଏ ଦିନେ ବିଳାସ ବ୍ୟସନ ରେ ରାଜକୀୟ ଜୀବଜାପନ କରୁଥିଲା ସେ ନିଜକୁ ବୃଦ୍ଧାଶ୍ରମର ଚାରିକାନ୍ଥ ଭିତରେ ସହ୍ୟ କରିପାରୁନଥାନ୍ତି ।

ବିଧିରବିଧାନ ସତରେ ବଡ ଦାରୁଣ, ସହରୀ ଝିଅକୁ ବାହାହୋଇ ପୁଅ ଅଜୁଟା ଏତେ ବଦଳିଯିବ ବୋଲି ବିନୋଦ ବାବୁ ସ୍ୱପ୍ନ ରେ ଭାବି ପାରୁନଥିଲେ ।ଅଜୁକୁ ଜନ୍ମଦେଇ ମେଡିକାଲ ବେଡ଼ରେ ତାର ମା ଆରପାରିକୁ ଚାଲିଗଲା ।ସେତେବେଳକୁ ବିନୋଦବାବୁ ମାତ୍ର ୨୮ବର୍ଷ ର ହୋଇଥିଲେ ।ସାହି ପଡିଶା ଓ ସାଙ୍ଗ ସାଥୀଙ୍କ ଏକାଜିଦ ଆଉଥରେ ବିବାହ କରିବା ପାଇଁ, ସ୍ତ୍ରୀଟିଏ ଆସିଲେ ପୁଅର ଭଲ ଯତ୍ନ ନେବ ,କିଏ କେତେ ପ୍ରକାର କହି ବୁଝାଉଥାନ୍ତି ।କିନ୍ତୁ ବିନୋଦ ବାବୁ ଭାବୁଥାନ୍ତି କାଳେ ଆଉ ଗୋଟିଏ ସ୍ତ୍ରୀ ଆସିଲେ ସାବତ ମା ଅଜୁର ଯତ୍ନ ନେବନି ସେଥିପାଇଁ ବିବାହ କଥାକୁ ଟାଳି ଦେଇଥିଲେ ।ସେ ସାରାଜୀବନ ସାଜିଥିଲେ ଅଜୁପାଇଁ ବାପା ଆଉ ମା ।କିନ୍ତୁ ଅଜୁ ବଡ ହୋଇ ଆଜି ସହରୀ ଝିଅକୁ ବିବାହ କରି ବଦଳି ଯାଇଛି ।ପତ୍ନୀର କଥାରେ ପଡ଼ି ବାପାଙ୍କୁ କରିଛି ଅବହେଳା ।ଇତ୍ୟବସରରେ ଅଜୁର ଏକ ପୁତ୍ର ସନ୍ତାନ ଜାତ ହୋଇଛି,ଜାହାକୁ ଦେଖିବାପରେ ବିନୋଦବାବୁ ଙ୍କ ଖୁସି କହିଲେ ନସରେ।ଯାହାହେଉ ପୁଅବୋହୂଙ୍କ ସ୍ନେହ ନହେଲେ ନାହିଁ ନାତି ମୁହଁକୁ ଚାହିଁ ବାକିଯିବନ କାଟିଦେବାର ନିଷ୍ପତି ନେଇଛନ୍ତି ।କିନ୍ତୁ ସମୟ ର ଚକ ଓଲଟା ଘୁରିଛି ,ବୋହୁର ଏକାଜିଦ ତୁମ ବାପା ମୋ ପୁଅକୁ ପୁରା ଚଗଲା କରି ସାରିଲେଣି ,ତାଙ୍କର ସେ କୋତରା ଝାଳୁଆ ପିଠିରେ ବସାଇ ଖେଳାଉଛନ୍ତି ,ସେ ଖାଲି ରାତିସାରା ବାଉଳି ହେଉଛି ।ରାତିସାରା ଖାଲି କାସୁଛନ୍ତି , ବିଛଣା ରେ ଝାଡା ବି ବସିଦେଉଛନ୍ତି ,ମୁଁ ଆଉ ଏତେ ସଫାକରି ପାରିବିନି ।ତେଣୁ ତମେ ତାଙ୍କୁ ନେଇ ବୃଦ୍ଧାଶ୍ରମ ରେ ଛାଡ଼ିଆସ ।

ସ୍ତ୍ରୀ ବୁଦ୍ଧିରେ ପଡି ଅଜୁ ତା ବାପାଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡି ଆସିଛି ,ଯିଏଦିନେ ତାକୁ ନଦେଖିଲେ ରହିପାରୁନଥିଲେ ,ପିଲାଟି ଦିନରୁ ତାର ବାପା ଓ ମା ହୋଇଥିଲେ।ଏପଟେ ନାତି ଜେଜେଙ୍କୁ ଖୋଜିଲେ ଜେଜେ ତୀର୍ଥଯାତ୍ରାରେ ଯାଇଛନ୍ତି ବୋଲି ମା ମିଛକହୁଛି ।କିଛିବର୍ଷ ଅନ୍ତର ହୋଇଯାଇଛି ଅଜୁର ପୁଅ ପାର୍ଥ କୁ ଚାରି ବର୍ଷ ହୋଇଛି ଓ ସେ ନୂଆ ନୂଆ ବିଦ୍ୟାଳୟ କୁ ଯାଉଛି ।ହଟାତ ସେଦିନ ସ୍କୁଲ ରୁ ଫେରି ପାର୍ଥ ବାପା ଓ ମା ପାଖରେ ଜିଦି କରିଛି ମୋ ଜେଜେ କୁ ଜଲଦି ତୀର୍ଥଭ୍ରମଣରୁ ଆଣ , ଆଉ ଦୁଇଦିନ ପରେ ଆମ ସ୍କୁଲ ରେ ଜେଜେବାପା ଓ ଜେଜେମା ସମ୍ମିଳନୀ ହେବ ।ମୋର ତ ଜେଜେମା ନାହିଁ ,ତମେ ମୋ ଜେଜେଙ୍କୁ ଆଣ ମୁଁ ତାଙ୍କୁ ମୋ ସ୍କୁଲ କୁ ନେବି ,ମୁଁ ସାଙ୍ଗ ମାନଙ୍କୁ କଥା ଦେଇଛି ମୋ ଜେଜେ ତାଙ୍କ ଘୋଡ଼ାହୋଇ ପିଠିରେ ବସେଇବେ ।ବାରମ୍ବାର ମନାକଲା ପରେ ବି ପାର୍ଥ ର ଜିଦି ଦେଖି ତାର ମା ରାଗିକରି କହିଛି ତୋ ଜେଜେ ତୀର୍ଥଯାତ୍ରା ଯାଇନାହାନ୍ତି ତାଙ୍କୁ ତୋ ବାପା ନେଇ ବୃଦ୍ଧାଶ୍ରମ ରେ ଛାଡ଼ି ଆସିଛନ୍ତି ।
ହଟାତ ଚମକି ପଡିଛି ପାର୍ଥ ଓ ପ୍ରଶ୍ନକରିଛି ବାପା ଏ ବୃଦ୍ଧାଶ୍ରମ କଣ? ଆମର ଏତେବଡ ଘର ଥାଉ ଥାଉ ଜେଜେ କଣପାଇଁ ସେଠି ରହୁଛନ୍ତି ।ଅଜୁ ପୁଅ କୁ ବୁଝାଇବାକୁ ଯାଇ ମିଛର ସାହାରା ନେଇଛନ୍ତି ଓ କହିଛନ୍ତି , ବାପା ମା ବୃଦ୍ଧ ହେଲାପରେ ସେଠାରେ ରୁହନ୍ତି ।ବାପା ପାଟିରୁ କଥା ନସରୁଣୁ ପାର୍ଥ କହିଛି
”ବାପା ତେବେ କଣ ମା ଆଉ ତମେ ବୁଢ଼ାବୁଢ଼ୀ ହୋଇଗଲେ ଜେଜେ ରହୁଥିବା ସେଇ ବୃଦ୍ଧାଶ୍ରମ ରେ ମୁଁ ତୁମକୁ ନେଇ ଛାଡି ଆସିବି ” ।ଚାଲନା ବାପା ମତେ ସେଠିକି ନେଇଚାଲ ,ମୁଁ ବି ଦେଖିବି ତମେ ବୁଢ଼ାହେଲା ପରେ କୋଉଠି ରହିବ ଓ ମୋ ଜେଜେ ସେଠି କେମିତି ରହୁଛନ୍ତି।

ଅଜୁ ଓ ତାଙ୍କ ପତ୍ନୀଙ୍କ ପାଦତଳୁ ମାଟି ଖସିଗଲା ପରି ଲାଗିଛି।ଦୁଇଜଣଙ୍କର ଆଶ୍ଚର୍ଯ୍ୟ ର ସୀମା ରହିନାହିଁ ।ଯାହାକୁ ସେମାନେ ଅତି ଆଦରରେ ଲାଳନ ପାଳନ କରୁଛନ୍ତି ,ତାର କୌଣସି ଅଭାବ କରି ନାହାନ୍ତି ସେ ଆଜି ତାଙ୍କୁ ବୃଦ୍ଧାଶ୍ରମ ରେ ଛାଡିବକଥା କହୁଛି ।,,,,,,

ହଟାତ ଅଜୁ ଫେରିଯାଇଛି ତାର ପିଲାଦିନକୁ ,ତା ବାପା କେମିତି ତାକୁ ଅତି ଆଦରରେ ପାଳିଥିଲେ ,ତା ପାଇଁ ସାଜିଥିଲେ ବାପା ଆଉ ମା ।ଆଖିରେ ତାର ଲୁହର ବନ୍ୟା ଆଉ ଅଟକିନାହିଁ ।ସେ ତାର ସବୁ ଭୁଲ ବୁଝିପାରିଛି ।ଏକାମୁହାଁ ହୋଇ ଗାଡି ଧରି ଚାଲିଲେ ବୃଦ୍ଧାଶ୍ରମ ଅଭିମୁଖେ ଯୋଉଠିକି ସେ ତାର ବାପାଙ୍କୁ ସେ ଛାଡ଼ି ଆସିଥିଲା ।ଆଜିକୁ ତିନିବର୍ଷ ବିତିଯାଇଥିଲେ ମଧ୍ୟ ସେଠିତାର ପାଦ କେବେବି ପଡିନଥିଲା ।
ବୃଦ୍ଧାଶ୍ରମ ର ଦ୍ୱାରପାଖରେ ପହଞ୍ଚି ଦେଖିଲା ଆଶ୍ରମ ର ଅନ୍ତେବାସୀ ମନେ ଅଗଣାରେ ଭିଡ ଜମାଇଛନ୍ତି ।ଭିଡ଼ କୁ ଆଡ଼େଇ ଯେତେବେଳେ ଯାଇ ସାମ୍ନା ରେ ପହଁଚିଲା ଅଜୁର ପାଦତଳୁ ମାଟି ଖସିଯାଇଛି, କାରଣ ଯେଉଁ ମଣିଷଟି ଦିନେ ତା ପାଇଁ ତ୍ୟାଗକରି କରି ସାରାଜୀବନର ଖୁସିକୁ ଜଳାଞ୍ଜଳି ଦେଇଥିଲେ, ସେହି ଲୋକଟି ଆଉ ଜୀବନରେ ନାହିଁ ପଡିରହିଛି ତାର ପାର୍ଥିବ ଶରୀର।ତିନି ଦିନ ଧରି ହେବ ପୁତ୍ର କୁ ଆଉ ନାତି କୁ ଝୁରି ଝୁରି ବିନୋଦବାବୁ ଚାଲିଗଲେ ବୋଲି ଅନ୍ତେବାସୀ କଥା ହେଉଥାନ୍ତି ।

ବୃଦ୍ଧାଶ୍ରମର ମୁଖ୍ୟ ଆସି ସେଠାରେ ପହଞ୍ଚି ବିନୋଦବାବୁ ଲେଖିଥିବା ଶେଷଚିଠିଟିକୁ ଅଜୁ ହାତକୁ ବଢ଼ାଇ ଦେଲେ …….

”ହେ ମୋର ଅନ୍ତେବାସୀ ମୁଁ ଯଦି ମୋର ପୁତ୍ରକୁ ଝୁରି ଝୁରି ମରିଯାଏ ,ତେବେ ମୋର ଶବନେବାକୁ ମୋ ପୁଅ ନିଶ୍ଚିତଭାବେ ଆସିବ , ସେ ଭଳି ବେଇମାନ କୁ ମୋ ଶବ କୁ ଛୁଇଁବାକୁ ଦେବନି ,କାରଣ ମୁଁ ଜାଣିଛି ସେ ମୋର ସମ୍ପତିର ମାଲିକାନା ଲୋଭରେ ମୋର ଟିପ ନେବାକୁ ଆସିଥିବ ।ତେଣୁ ତା ଆଗରୁ ମୁଁ ମୋର ସମସ୍ତ ସମ୍ପତିକୁ ଏହି ବୃଦ୍ଧାଶ୍ରମ ନାମରେ କରିଦେଉଛି ।

ସୂର୍ଯ୍ୟାସ୍ତ ହେଇ ଆସୁଛି ,ପଶ୍ଚିମ ଆକାଶଟି
ରକ୍ତିମ ରଙ୍ଗ ଦେଖାଯାଉଛି ,ଆଉ ଏହି ସମୟରେ ବୃଦ୍ଧାଶ୍ରମର ଅନ୍ତେବାସୀ ମାନେ ବିନୋଦବାବୁ ଙ୍କ ଶବକୁ ସତ୍କାର କରିବା ପାଇଁ ନେଇଯାଉଛନ୍ତି ।ରାମ ନାମ ସତ୍ୟ ହେ ଧ୍ୱନୀରେ ସମଗ୍ର ଆଶ୍ରମ ପ୍ରକମ୍ପିତ ହେଇ ଉଠୁଛି । ଆଉ ଅଜୁ ସ୍ଥାଣୁ ପଥରଟିଏ ପରି ଚାହିଁ ରହିଛି ପିତାଙ୍କ ଶବଯାତ୍ରା ଆଡକୁ ।
ସତରେ ଏ ବିନୋଦବାବୁ ଯେମିତି ଏ ଅଜୁ ପାଇଁ ହୋଇଯାଇଛନ୍ତି ଗୋଟିଏ *ଅଲୋଡ଼ାଫୁଲ* ଆଉ ଅଜୁ ହୋଇ ଯାଇଛି ଏ ସମାଜ ପାଇଁ …..।

ନୀତିଶିକ୍ଷା::ବୁଦ୍ଧି ଓ ବିବେକ ବିହୀନ ମଣିଷ ପଶୁ ସହ ସମାନ।ସହିବାର ସୀମା ଉଲଂଘନ ହେଲେ ସମ୍ପର୍କ ମୂଲ୍ୟହୀନ ହୋଇଯାଏ ।

ଜଗନ୍ନାଥ ଜେନା ,ଶିକ୍ଷକ
ଆନନ୍ଦପୁର
କେନ୍ଦୁଝର ।୮୯୧୭୫୮୧୨୫୫

Loading

Leave a Reply

Your email address will not be published. Required fields are marked *