🌹🌹🙏ଅଳୀକ ଜୀବନ 🙏🌹🌹
======================
ଯଦି ଜନ୍ମ ମୃତ୍ୟୁର ବ୍ୟବଧାନ ଜୀବନ
ନିରର୍ଥକ ତେବେ ପର ଆପଣାର ଶବ୍ଦ
ଯଦି ଟିପେ ନିଆଁ ଜନ୍ମରୁ ମୃତ୍ୟୁଯାଏ ସ୍ଥାପତ୍ୟକୁ
ପୋଡ଼ିଜାଳି କରେ ମୁଠାଏ ପାଉଁଶ
ତେବେ ରାତାରାତି ହାତୀକିଣିବାର ଇଛାମାନେ
କାହିଁକି ଦଂଶନ କରନ୍ତି ତାଳୁରୁ ତଳିପା !!
ମନ୍ଦିର ମସଜିଦ ଚର୍ଚ୍ଚ ଯଦି ଧାର୍ମିକ ପୀଠ
ଈଶ୍ୱର ଆଲ୍ଲା ଯୀଶୁ ଯଦି ଏକ ଆଉ ଅଭିନ୍ନ
ଅଦ୍ୱିତୀୟ ଧରାବୁକେ ଧର୍ମ ସଂସ୍ଥାପନ ପାଇଁ
ତେବେ କାହିଁକି ଛିଡାହୁଏ ସଂକୀର୍ଣ୍ଣତାର ପ୍ରାଚୀର
ଈର୍ଷା ହିଂସା ଦ୍ୱେଷ ଅସୂୟା କରେ ପଥଭ୍ରଷ୍ଟ
ଶାନ୍ତି ମୈତ୍ରୀ ପ୍ରୀତି ପ୍ରଗତି ହରାଉଛି ସତ୍ତା !!
ଜରିଗୋଟାଳି, କୁଲି ଆଉ ପିଚୁରାସ୍ତାର ଶ୍ରମିକ
ଏ ସମସ୍ତଙ୍କ ଧମନୀର ରକ୍ତ ଯଦି ଲାଲ
ତେବେ କାହିଁକି ଜାତିଭେଦର ବିଭେଦ
କି ପାଇଁ ମୁଣ୍ଡଟେକେ ହୀନମନ୍ୟତାର କଟାକ୍ଷ
ଦେଶ ପ୍ରଗତିର ଅନ୍ତରାଳେ କାମନା ବାସନା କିମ୍ପା
ବୁଭୂକ୍ଷିତ ଜନତାଙ୍କ ସ୍ବପ୍ନ କରେ ଭୁଲୁଣ୍ଠିତ !!
ମଶାଣି ଚିତାକୁ ଚାହିଁ ଦେଖିନିଅ ଥରେ
ଅକ୍ଷତ ଅଛି କି ଗର୍ବ ଅହଂକାର ଯଶ ଖ୍ୟାତି
ପଚାରି ବୁଝିନିଅ ଯେଉଁମାନେ ନିର୍ବାଣନ୍ମୁଖୀ
ପ୍ରାଣ ସଙ୍କଟ ସମୟେ ସେମାନଙ୍କ ଭୋଗତୃଷ୍ଣା
ତେବେ ଉତ୍ପାଟନ କରି ସ୍ୱାର୍ଥ ମାଦକତା
ସୃଷ୍ଟିକରିଚାଲ ଭାଇଚାରାର ଅତୁଟବନ୍ଧନ !!
========================
ଶ୍ରୀ ଶୁଭେନ୍ଦୁ କୁମାର ମହାପାତ୍ର (ପ୍ର. ଶି )
ସାନକୁଆଁଲ ସରକାରୀ ଉ. ପ୍ରା. ବିଦ୍ୟାଳୟ
ମଙ୍ଗଳପୁର, ଯାଜପୁର, ଓଡିଶା
ଫୋନ -9438064908
2,103 total views, 1 views today
The air bangs are very natural, and you can’t see them without traces. It’s made by simulation, easy to take care of. I like it at a good price.