March 29, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ଅଳକାନନ୍ଦା — ଜାନକୀ ମହାନ୍ତ

ଅଳକାନନ୍ଦା

ଜାନକୀ ମହାନ୍ତ

 

ମୁଁ ଅଳକାନନ୍ଦା ତୁମ ପ୍ରୀତିମୁଗ୍ଧା

ଧୈର୍ଯ୍ୟ ଶକ୍ତି ସ୍ୱରୂପିଣୀ,

ହୃଦ ବଲ୍ଲଭକୁ ହୃଦେ ଲୀନ କରି

ରଖିଛି ମୁଁ ତୋ’ ସଙ୍ଗିନୀ ।

 

ତୁମେ ମୋର ପ୍ରୀତି ତୁମେ ମୋର ଶକ୍ତି

ତୁମେ ମୋର ମନୋବଳ,

ତୁମ୍ଭେ ପ୍ରାପ୍ତ ହେଉ କୋଟି ପରମାୟୁ

ଜମା ହୁଅନା ଦୁର୍ବଳ ।

 

ଲୋଡ଼ା ନାହିଁ ମୋର ଧନ ସମ୍ପତ୍ତିର

ଲୋଡ଼ା ନାହିଁ ସୁନା ହୀରା,

ତୁମେ ସାଥି ମୋର ସ୍ୱଚ୍ଛ ହୀରା ଖଣ୍ଡ

ତୁମ ପ୍ରେମ ଅପାସୋରା ।

 

ଖାଲି ଲୋଡ଼ା ମୋର ତୁମ ସ୍ୱଚ୍ଛ ପ୍ରୀତି

ଟିକେ ଭାବ ସମ୍ମୋହନ,

ସମ୍ପର୍କର ରଜ୍ଜୁ ରହିଥାଉ ଦୃଢ଼

ପ୍ରେମ ହେଉ ଯେ ଅମ୍ଳାନ ।

 

ରହିଥାଉ ଆମ ଭାବର ବନ୍ଧନ

ସଦ୍ୟ ଫୁଟା ପାରିଜାତ,

ସବୁ ବେଳେ ତୁମେ ହସୁଥାଅ ଧନ

ରାଣ ରହିଲା ମୋ ମିତ ।

 

ତୁମ ଠାରେ ଅଛି ମୋ ହୃଦ ସ୍ପନ୍ଦନ

କେମିତି ବଞ୍ଚିବି କୁହ?

ପ୍ରାଣ ବିନା କାୟା ହୁଏ ଶ୍ୱାସ ରୁଦ୍ଧ

ଝରେ ଅମାନିଆ ଲୁହ ।

 

 

ବେଙ୍ଗାଲୁରୁ

 243 total views,  4 views today

Leave a Reply

Your email address will not be published. Required fields are marked *