ଅକ୍ଷି ମୁଠି
କୃଷକର ଏହି ନିଧି ଗଣ୍ଠି ଧନ
ଅକ୍ଷି ମୁଠି ନାମ ତା’ର,
ଅନୁକୁଳ କରି ଘରୁ ଵାହାରଇ
ଟୋକେଇକୁ କରି ଭାର ।
ବୈଶାଖ ମାସର ଶୁକ୍ଳ ତୃତୀୟାରେ
ପଡଇ ଏହି ପରଵ,
ଓଡିଶା ରାଇଜ କୃଷକ ମନରେ
ଵଢଇ ଅମାପ ଭାଵ।
ଏହି ପୂଣ୍ୟ ତିଥି ପାଳଇ କୃଷକ
ମନରେ ହରଷ ଭରି,
ଶୁକ୍ଳ ଧାନ ଆମ୍ଵ ଅକ୍ଷି ଟୋକେଇରେ
ନିଅଇ କ୍ଷେତକୁ ଵରି ।
ଧୂପ ଦୀପ ଝୁଣା ନୈବେଦ୍ୟେ ପୂଜଇ
ଅକ୍ଷି ମୁଠି କୁ ସେ ଥୋଇ,
ରମ୍ଭାଫଳ ନାରିକେଳ ଭୋଗ ଲାଗେ
କଞ୍ଚା କ୍ଷୀରେ ଧୋଇ ଦେଇ ।
ସୁଧ ସ୍ନାନ କରି ବସୁମତୀକୁ ସେ
ଖୋଦନ କରଇ ଭୂଇଁ,
ଅକ୍ଷି ମୁଠି ଧାନ କରେ ସେ ସ୍ଥାପନ
ଭଲ ଫସଲର ପାଇଁ ।
ପ୍ରଶାନ୍ତ କୁମାର ନାଥ
ଜୁଣଗଡି (ରାଜନଗର) କେନ୍ଦ୍ରାପଡ଼ା।