ଆଜିର ମଣିଷ
ରାମରାଜ୍ୟ ସ୍ବପ୍ନ ମାଟିରେ ମିଶିଲା
ସ୍ୱାର୍ଥୀ ହେଲା ଏ ସମାଜ ,
ମାନବତା ହେଲା ଧ୍ଵଂସ ବିଧ୍ୱଂସିତ
ଠୁଳେ ନ କରିଲେ ହେଜ….।୧।
ଲୋପ ପାଇଗଲା ଏକତାର ଭାବ
ସମୟର ସୁଅ ଧାରେ ,
ଅର୍ଥ ହୋଇଗଲା ସର୍ବସ୍ବ ଆଧାର
ଆପଣାକୁ ଆପେ ମାରେ….।୨।
କ୍ରୁର ପାଲଟିଲା ମଣିଷ ପଣିଆ
ରକ୍ତ ହୋଇଗଲା ଶସ୍ତା ,
ଶ୍ରେଣୀ ବିଭାଜନ ସମାଜ ଗଠନ
ତିଆରିଲେ ନୂଆ ରାସ୍ତା….।୩।
ହେ ମହାନ ବୀର ଦେଇଗଲ ପ୍ରାଣ
ସ୍ୱାଧୀନତା ଦେଇ ହାତେ ,
ମଥାଟେକି ହିଂସ୍ର ଛିଡ଼ାହେଲା ଏଠି
ସ୍ବାର୍ଥ ଜମାଟିଲା ଚିତ୍ତେ….।୪।
ସ୍ୱାଧୀନତା ପରବର୍ତ୍ତୀ ଏ କାହାଣୀ
ସର୍ବେ ହେଲେ ସ୍ୱାର୍ଥପର ,
ପିତା ମାତା ବନ୍ଧୁ ପରିଜନ ପାଖେ
ଥାଇ ନୁହେଁ କେ କାହାର….।୫।
ସବୁ ଜାଣି ସୁଦ୍ଧା ଏ ମୂର୍ଖ ସମାଜ
ବାନ୍ଧଇ ସ୍ଵାର୍ଥେ ଜୀବନ ,
ଏତେ ବୁଦ୍ଧି ଥାଇ ତଥାପି ମାନବ
ପଶୁଠାରୁ ସାଜେ ହୀନ….।୬।
ଆଜିର ମଣିଷ ସମ୍ପର୍କକୁ ନିତି
ସ୍ଵାର୍ଥରେ ତଉଲୁ ଥାଏ ,
ପୁରା ହୋଇଗଲେ ଆପଣାର ସ୍ବାର୍ଥ
ବାଟ ଭାଙ୍ଗି ଚାଲିଯାଏ….।୭।
ଲକ୍ଷ୍ମୀପ୍ରିୟା ସେଠୀ
ଦେଉଳି,ଯାଜପୁର