ଆଜି ଖୋଜୁଛି
ତୁମକୁ ଖୋଜୁଛି ବୋଲି କହିପାରିବିନି
କାହିଁକି ନା ଖୋଜିବାରେ ବେଳ ନାହିଁ
ତୁମକୁ ହଜାଇଛି ବୋଲି କହିପାରିବିନି
ହଜାଇଵାରେ କେଵେ ଖୁସି ନାହିଁ
ହଁ, ଏଇମିତି କାଇଁକି ମନେ ପଡ
ଠିକ୍ କାରଣ କହିପାରିବିନି
ଜୀବନରେ ଆସିବ ଏହିଭଳି ଝଡ଼
ନ ଭାବି ହୁଏତ ଶକ୍ତି ପାଇବିନି
ସାଉଁଟା ସ୍ମୃତି ମୋ ହୃଦୟ ସମ୍ପତ୍ତି
ସମ୍ପତ୍ତି ତ ଅଟେ ବଡ଼ ବିପତ୍ତି
ନିର୍ଜୀଵ ଧନକୁ ଲୋକଠୁ ବଡ଼ ଭାବି
ଆଜି ହିନସ୍ଥା ସଂସ୍କାର ସଂସ୍କୃତି
ଦିନ ଥିଲା, ଧନ ଆବଶ୍ୟକ ଥିଲା
ନ ଥାଇ ଧନ ମଣିଷ ଖୁସି ଥିଲା
ତୁମକୁ ଖୋଜୁଛି ଭାବି ସେଦିନର ମଜ୍ଜା
ଆଜି ଦେଖୁଛି ସବୁଥିରେ ଅସୁବିଧା
ସେଇ ବିଶ୍ୱାସ କୁ ଆଜି ଖୋଜୁଛି ମୁଁ
ଯାହା କରିଥିଲା କୋଟିରେ ଗୋଟିଏ
କିଏ ଚୋରାଇ ନେଲା ଅଚାନକ ସବୁ
କାହିଁକି କହିବୁ ଭୁଲ୍ କଲା କିଏ
ସେଇ ପୁରୁଣା ଦିନକୁ ଖୋଜୁଛି ମୁଁ
ଯିଏ ଦେଉଥିଲା ଉତ୍ସାହ
ଆଜି ନେଟ୍ ଯୁଗରେ ଆମେ ଅଛୁ
କିନ୍ତୁ ସବୁବେଳେ ଲାଗେ ଭୟ
କଳ୍ପନା ରାୟ,
ଲଇଡା,
ସମ୍ବଲପୁର