ଆଜିକାର ଦୁନିଆ
*************
ଇଣ୍ଟରନେଟ୍ ଯୁଗ ଇଏ
ଫେସବୁକ୍ ଜମାନା
ହ୍ଵାଟ୍ସଆପରେ ହେଲୋ ହାଏ
ଇଁଷ୍ଟା କରେ ଦିୱାନା ।।
କେହି ନୁହେଁ କାର ଏଠି
ମୋବାଇଲ୍ ନିଜର
ଟଙ୍କା ଯେତେ ଉଡୁ ପଛେ
ରିଲ୍ ହେଉ ସୁନ୍ଦର ।।
ମାଆ ପଛେ ଭୋକେ ରହୁ
ଝିଅ ଯାଏ ପାର୍ଲର
ବାପା ପଛେ ରୋଗେ ମରୁ
ପୁଅ କିଣେ କୁଲର ।।
କଥା ପଦେ ହେବା ପାଇଁ
ନାହିଁ କାର ସମୟ
ମେସେଜ୍ ରେ କାମ ଚଳେ
ପବ୍ଜି ଖେଳି ବିଜୟ ।।
ଟିଭି ଆଉ ଘରେ ନାହିଁ
ରେଡ଼ିଓ ବି ଦିଶୁନି
ହାତେ ଥିଲେ ସ୍ମାର୍ଟ ଫୋନ୍
ସମସ୍ୟା ବି ହେଉନି ।।
ପଡୁ ନାହିଁ ଯିବା ପାଇଁ
କିଣି ବାକୁ ବଜାର
ମିଳି ଯାଏ ଘରେ ବସି
କରିଥିବା ଅର୍ଡର ।।
ସୁବିଧାରେ ଖାଉ ବସି
ପିଜ୍ଜା ଆଉ ବର୍ଗର
ଗାଡ଼ି ଧରି ପହଞ୍ଚାଏ
ବଜାରର ସେଲର ।।
ଇଣ୍ଟର୍ନେଟ୍ ର ଦାସ ଭାଇ
ପାଲଟିଛୁ ଆମେ
ସେଥି ପାଇଁ ମନ ଆମ
ଲାଗେ ନାହିଁ କାମେ ।।
ବ୍ୟସ୍ତ ରହି ହସେ ନାହିଁ
ଆଜିକାର ଦୁନିଆ
ଭବିଷ୍ୟତେ କଣ ହେବ
ଭାବି ଲାଗେ ଛାନିଆ ।।
ଲକ୍ଷ୍ମୀପ୍ରିୟା ସେଠୀ
ଦେଉଳି,ଯାଜପୁର