ଅଜଣା ପ୍ରେମିକା
,,,,,,,,,,,,,
ଖୋଜିବୁଲୁଥିଲି ମନ ଅଗଣାରେ
ମନର ସେହି ମଣିଷ
ଅଜଣା ବାଟରେ ଦେଖାହେଲା ସିଏ
ନାହିଁ ତାର ପରିଚୟ ।।
ଆପଣାର ଭାବି କରିଲି ନିଜର
ଦେଲି ତା ଉଠେ ହସ
ସୁଖ ଦୁଃଖ ମୁଁ ଭାଗିଦାର ହେଲି
ଜାଣେନା କଣ ସେ କଷ୍ଟ ।।
ଦିନପରେ ଦିନ ବିତିଯାଏ ସତେ
ସମ୍ପର୍କ ହେଲା କଠିନ
କ୍ଷଣେ ମାତ୍ର ତାକୁ ନଦେଖିଲେ
ବିଚଲିତ ହୁଏ ମନ।।
ଆଖି ଆଗରେ ଝଲସିଉଠେ କେତେ
ତା ମୁରୁକି ମୁରୁକି ହସ
ସତେ ଯେମିତି ଭଅଁର ଟା ଖୋଜେ
ମଲି ଫୁଲର ମହକ।।
ହୃଦୟରେ ତାକୁ ସ୍ଥାନ ମୁଁ ଦେଇଛି
ପାରିବିନି ତାକୁ ଭୁଲି
ଜାଣିଛି ସେ ମୋ ନିଜର ହେବନି
ସତରେ ମୁଁ ହାରିଜିବି।।
ଭାରି କଷ୍ଟ ହୁଏଭାବିଲେ ଏ ସବୁ
ଆଖିପିଉଥାଏ ଲୁହ
ସତରେ କଣ ଅଜଣା ପ୍ରେମିକା
ଅଜଣା ରେ ରହିଥିବ।।
✍️,ଦିଲେଶ୍ ମେହେର
ବିଜେପୁର/ବରଗଡ଼
483 total views, 2 views today