ଅଜଣା ବାଟର ବଟୋଇ
*****************
ପଥିକ ହୋଇ ମୁଁ ବାଟ ଚାଲୁଥିଲି
ଦେଖା ହେଲ ଅଧା ବାଟେ,
ସାଥୀ ହେଇ ଯିବା ଏକା ସଂଗେ ବୋଲି
ଦେଲ କେତେ ଆଶା ମୋତେ ।
ସାଥିରେ ଚାଲିଲେ ଆମେ କିଛି ଦୂର
ଜଣା ପଡିଲାନି ରାସ୍ତା,
ଏକା ଚାଲୁଥିଲି ସାଥିରେ ଚାଲିଲେ
ଲାଗିଲାନି କିଛି ବ୍ୟଥା ।
ବାଟର ବାଟୋଇ ସାଜି ଆମେ ଦୁହେଁ
ଗାଇ ଗାଇ ନା ନା ଗୀତ,
ସାଥେ ଚାଲୁଥିଲେ ମନ କଥା କହି
ସରି ଯାଉଥିଲା ବାଟ ।
ଏକା ସାଥେ ପଥ ଚାଲିବାକୁ ସାଥୀ
ଦେଉଥିଲ ପ୍ରତିଶୂତି,
ଗୋଟେ ଲକ୍ଷ୍ୟସ୍ଥଳେ ପହଞ୍ଚିବା ବୋଲି
କହୁଥିଲ ମୋତେ ନିତି ।
ଏମିତିକା କଲ ପ୍ରତାରଣା ତୁମେ
ଅନ୍ତରେ ଛଳନା ରଖି,
କିଏ ଜାଣିଥିଲା ଅଧା ବାଟେ ତୁମେ
ବାଟ ନେଇ ଯିବ କାଟି ।
ମିଳିଗଲା ବୋଲି ମୋ ଠାରୁ ସୁନ୍ଦର
ରାଜ କୁମାର ବାଟୋଇ,
ବାଟ କାଟିଦେଲ କ୍ଷଣିକେ ମୋ ଠାରୁ
ଗଲି ଏକୁଟିଆ ହୋଇ ।
ପହନ୍ଚିଲ ତୁମେ ତୁମ ଲକ୍ଷ ସ୍ଥଳେ
ସୁଖେ କାଟିଲ ଜୀବନ,
ମୁଁ ଯେ ପଥ ଭ୍ରଷ୍ଟା ଜାଣି ପାରିଲିନି
କେଉଁ ଦିଗେ କରେ ଗମନ ।
ବାଟର ବାଟୋଇ ବାଟ ଚାଲୁଅଛି
ଠିକଣା ବିହୁନେ ନିତି,
ଥକିଗଲେ ଯାଏ ଯାଯାବର ପରି
ବିଶ୍ରାମ ଗାରେ ଅଟକି ।
ସାହସ ଦେବାକୁ ନାହିଁ ଆଉ କେହି
ଚାଲିବାକୁ ସାଥେ ପଥ,
କେଉଁ ଠିକଣାରେ ପହଞ୍ଚିବି ମୁହିଁ
ଦିଶୁ ନାହିଁ ବୁଦ୍ଧି ବାଟ ।
ଦେଖାଉ ଥିଲ ଯେ ପଥ ମୋ ଲକ୍ଷର
ତୁମେ ତ ଆଉ କା’ ବାଟରେ,
ମୁଁ ଯେ ପଥଭ୍ରଷ୍ଟା ବାଟ ଚାଲି ଚାଲି
ମାରିବି ନିଶ୍ୱାସ ଶେଷରେ ।
(ଜୟ ଜଗନ୍ନାଥ)
@smil kumar✍✍✍
( ଦେବଗଡ଼)
i love this optimal post