ଆହ୍ୱାନ
ଜୟ କୁମାର ମିଶ୍ର
ତାଲିମ ନୁଆଁ, ଦେଖାଏ ରାହା
ନୁଆଁ ସପନ ଯୋଡି ,
ସପନ ସାଥେ, ଜୀବନ ପଥେ
କେତେ ଯୋଜନା ବାଢି ll(1)
ସମୟ ସ୍ରୋତେ, ବଦଳେ କେତେ
ନବ ଆହ୍ୱାନ ଥୋଇ,
ପିଲା ପଢ଼ିବେ ଆଗେ ବଢ଼ିବେ
ମନେ ଆନନ୍ଦ ବହି ll(2)
ଶିଶୁ, ସମ୍ପତି, ଭବିଷ୍ୟ ସ୍ଥିତି
ବଗିଚାଟିର କଳି,
ମାଳିଟେ ହୋଇ ଯତନ ଥୋଇ
ଫୁଟାଇଦେବା ମିଳି ll(3)
ମହକ ତାର ହେବ ବିସ୍ତାର
ଦିଗ ଦିଗନ୍ତ ଛୁଇଁ,
ମାଆ ମାଟିର, ଯଶ ନିର୍ଝର
ଯିବ ସେ ଡେଇଁ ଡେଇଁ ll(4)
ଭାଷା ସାହିତ୍ୟ, ଗଣିତ ପାଠ
ଇଂରାଜୀ ଜ୍ଞାନ ରସ,
ଇତିହାସର ଆନ୍ତର ସ୍ୱର
ବିଜ୍ଞାନ ଜ୍ଞାନ ଭାଷ ll(5)
ଖେଳ ଖେଳିବେ, ଗୀତ ଗାଇବେ
ସାଥି ମେଳରେ ବସି,
ଜଣା ଅଜଣା , ବହୁ ଧାରଣା
ଶିଖିବେ ହସି ହସି ll(6)
ଦେଶ ବିଦେଶ,ଏ ସାରା ବିଶ୍ୱ
ଛୁଇଁ ଛୁଇଁ ସେ ଯିବ,
ନବ ପ୍ରଭାତ,କରି ସ୍ୱାଗତ
ବହୁତ ଭେଟି ଦବ ll(7)
ବନ ମାଳତୀ, ନହେବ ଇତି
ଅଣଦେଖାରେ ଝଡି,
ଯୋଜନା ଖୋଜି, ଆଣିବ ହେଜି
ସରାଗ ହାତ କାଢି ll(8)
ବ୍ୟବସ୍ଥା କେତେ, ହେଉଛି ଯେତେ ଶିଶୁ କଲ୍ୟାଣ ପାଇଁ,
ଦୁଃଖୀ, ଅଭାବୀ, ସବୁକୁ ଭାବି
ସୁବିଧା ଭରା ନଈ ll(9)
ଅଭାବ ଦୁଃଖ, ନାହିଁ ବାଧକ
ଚାଟର ପାଠ ପାଇଁ,
ସବୁ ଜାତିର, ସବୁ ବର୍ଗର
ଆସ ସ୍କୁଲକୁ ଧାଇଁ ll(10)
ଆମେରେ ଶିଳ୍ପୀ, କାରିଗରଟି
ନୁଆଁ କୋଣାର୍କ ପାଇଁ,
ସକଳ ବିଶୁ, ଉଲ୍ଲାସେ ହସୁ
ଜନନୀ ସେବା ଦେଇ ll(11)
ଖେଳି ଖେଳିକା, ଗାଇ ଗାଇକା
ପିଲାଏ ଶିଖ ଏଵେ,
ବିଦ୍ୟା ମନ୍ଦିର, ଗୁରୁ ପ୍ରବର
ସନ୍ତାନ ସରି ଭାବେ ll(12)
ଖେଳ ସାମଗ୍ରୀ, ପାଠ୍ୟ ପୁସ୍ତକ
ବହି ବସ୍ତାନି ଜାମା,
ଆହାର ଦେଇ, ଭୋକ ଦୁରାଇ
ସରାଗ ଡିଏଁ ସୀମା ll(13)
ସାଇକେଲ ଓ, ମେଧାବୀ ବୃତ୍ତି,
ଧନ୍ଦାମୁଳକ ଶିକ୍ଷା,
ଶାସନ କଳ, ଦେଇ ସମ୍ବଳ
ହାତରେ ହାତ ଯୋଖା ll(14)
ଶିକ୍ଷା ସୋପାନ, କରେ ଆହ୍ୱାନ
ଉଦାର ହସ୍ତ ଥୋଇ,
ନେବ କୋଳେଇ, ସମୃଦ୍ଧି ପାଇଁ
ଘରକୁ ଘର ଯାଇ ll(15)
ଗଜପତି
ଓଡିଶା 761206, ଯୋଗାଯୋଗ
6372127449