ଅହଲ୍ୟା ଉଦ୍ଧାର
(ରାଗ:ଆହାରୀ)
(ରାମାୟଣ ଭାଗ-୩)
ଜାନକୀ ମହାନ୍ତ
ଜୟ ଶ୍ରୀରାମ….
ବିଧାତା କୁମାରୀ ଅହଲ୍ୟା ସୁନ୍ଦରୀ
ପାଇଁ ଯୋଗ୍ୟବର ଇଚ୍ଛିଲେ,
ମଣିଲେ ଉତ୍ତମ ଋଷି ଗଉତମ
ବରଣ କରି ବିଭା ଦେଲେ,
ସତ୍ୟରେ….
ବାସବ କପଟ ବେଶରେ,
ସ୍ନାନ ଯା’ନ୍ତେ ଋଷି ପ୍ରବେଶିଲା ରସି
କୁଟୀରେ କୁଟିଳ ବୁଦ୍ଧିରେ।।୧।।
ଅହଲ୍ୟା ନଜାଣି ନିଜ ସ୍ୱାମୀ ମଣି
ଭ୍ରମେ କରିଲେ କାୟାଦାନ,
ପବିତ୍ରତା ନାଶ ଛଳେ ସହବାସ
ନାରୀ ମର୍ଯ୍ୟାଦା ହେଲା କ୍ଷୂର୍ଣ୍ଣ,
ଗୌତମ….
ଫେରିଲେ ତ୍ୱରିତେ ଆଶ୍ରମ
ସହସ୍ର ଯୋନିର ଇନ୍ଦ୍ରେ ଦେଲେ ଶାପ
ଅହଲ୍ୟା ହୁଅ ଗୋ’ ପାଷାଣ ।।୨।।
ଋଷିଙ୍କ ବଚନ ନ ହୋଇଲା ଆନ
ଅହଲ୍ୟା ସାଜିଲେ ପାଷାଣୀ,
ମାର୍ଜାର ରୂପରେ ଇନ୍ଦ୍ର ଗଲେ ପୁରେ
ସହସ୍ର ବର୍ଷ ଅନ୍ତେ ପୁଣି,
ତ୍ରେତୟା….
ବିଶ୍ୱାମିତ୍ର ରାମ ଲକ୍ଷ୍ମଣ
ଋଷି ଯଜ୍ଞ ରକ୍ଷା ନାଶିଣ ତାଡ଼କା
କରନ୍ତି ମିଥିଳା ଗମନ ।।୩।।
ମିଥିଳା ରାଜର୍ଷି ଜନକ ମହର୍ଷି
କରେ ବୈଦେହୀ’ ସ୍ୱୟଂବର,
ବିଶ୍ୱାମିତ୍ର ରାମ ଲକ୍ଷ୍ମଣଙ୍କ ସହ
ଚଳିଲେ ଯେ ଜନକପୁର,
ଆଶ୍ରମ…
ବନ ପଥେ ରାମ ଲକ୍ଷ୍ମଣ
ବୃକ୍ଷ ପଲ୍ଲବିତ ପୁଷ୍ପେ ସୁସଜ୍ଜିତ
ମିଳିଲା ଋଷିଙ୍କ ଆଶ୍ରମ ।।୪।।
ରଘୁବୀର ରାମ ଶ୍ରୀପୁରୁଷୋତ୍ତମ
ଆଶ୍ରମରେ କଲେ ପ୍ରବେଶ,
ଗୁରୁ ବାଣୀ ଶୁଣି ସ୍ତବ୍ଧ ହେଲେ ପୁଣି
ରାମ ପାଦେ ଦେଇ ପରଶ,
ଅହଲ୍ୟା….
ଅଭିଶାପୁ ହେଲେ ମୁକତ
ଶିଳାରୁ ଅବଳା ହେଲେ ଚାରୁଶୀଳା
ଜଗତେ ହୋଇଲା ବିଖ୍ୟାତ ।।୫।।
ଗୌତମଙ୍କ ନାରୀ ଅହଲ୍ୟା ସୁନ୍ଦରୀ
ପ୍ରଣମିଲେ ବେନି ହସ୍ତରେ,
ଗୋଟିଏ ଯୁଗର ପ୍ରତୀକ୍ଷାର ଅନ୍ତେ
ମୁକତି ଲଭିଲେ ତ୍ରେତାରେ,
କୋବିଦେ….
ସର୍ବ ଦେବ ଦେବୀ ଉସତେ
ପୁଷ୍ପ ବୃଷ୍ଟି କରେ କୋଦଣ୍ଡ ଧାରୀ’ରେ
ଜାନକୀ ଯୋଡ଼େ ମଥାନତେ ।।୬।।
ବେଙ୍ଗାଲୁରୁ
ସୁନ୍ଦରଗଡ଼