ଆହେ ମହାବାହୁ
~~~~~~~~~~~~~~~~~~~
ସଂସାର ହେଲାଣି ଅଧର୍ମ ଭଣ୍ଡାର
ଧରମ ମିଳୁନି ଆଉ
ସତ କୁ ମିଳୁନି ଭାତ ଦୁଇମୁଠା
ଜଳୁଛି ଧର୍ମ ର ଦାଉ(1)
ଆହେ ମହାବାହୁ…………..
ଅବାଟ ରେ ଗଲେ ମିଳୁଛି ପ୍ରଶଂସା
ବାଟେ ଗଲେ ମିଳେ ନିନ୍ଦା
ପାଠ ପଢି ବିଜ୍ଞ ହେଉଅଛି ମୂର୍ଖ
ସଂସାରେ ଇଏ କି ଧନ୍ଦା(2)
ଆହେ ମହାବାହୁ……………..
ନାରୀ ସାଜିଲାଣି ଉଦଣ୍ଡି ସୀତା ହୋ
ମିଳୁନି ସତୀତ୍ୱ ନାରୀ
ମାନବ ହେଲାଣି ଦାନଵ ସଦୃଶ୍ୟ
ତାରୁଛି ରାକ୍ଷସ ପରି(3)
ଆହେ ମହାବାହୁ………………….
ଭଲ ଲୋକ ଏଠି ହେଉଛି ଖରାପ
ମନ୍ଦ ଲୋକ ଏଠି ଭଲ
ମିଛ ଯେ କହିଲା ସିଏ ହିଁ ମଣିଷ
ସଚୋଟ ପାଉନି ବିଲ(4)
ଆହେ ମହାବାହୁ…………………
ଧର୍ମର ରକ୍ଷକ ଶୂନ୍ୟ ର ନାବିକ
ଆହେ ପ୍ରଭୁ ଚକ୍ରଧର
ସୁଦର୍ଶନେ କର ଅଧର୍ମ ବିନାଶ
ଧର୍ମକୁ କର ଉଦ୍ଧାର(5)
ଆହେ ମହାବାହୁ……………….
ଜୟ ଜଗନ୍ନାଥ 🙏🙏🙏🙏
କବି(✒️)-ରାହୁଲ ମହାନ୍ତି