ଆହେ ମହାବାହୁ

ଦୁଃଖରେ ଝରଇ ମୋ ନୟନୁ ଲୁହ
ସଂସାର କଷଣ ସହି,
ଆହେ ମହାବାହୁ ତ୍ରାହିକର ମୋତେ
ବିଶ୍ୱ ପ୍ରଭୁ ଭାବଗ୍ରାହୀ ।।
ଭକତି ଚିତ୍ତରେ ଯିଏ ଡାକିଅଛି
ପାଇଛି ତୁମ୍ଭ କରୁଣା,
ମୋ ବେଳକୁ କାହିଁ ଅଭାବ କରୁଛ
ତୁମ କୃପା ସତେ ଉଣା ।।
ବ୍ରାହ୍ମଣ୍ଡ ତୁମ୍ଭର ଲିଳାର ନଗରୀ
ଆଉ ତୁମେ ଲୀଳାମୟ,
ଯିଏ ଏହି କଥା ବୁଝି ପାରିଅଛି
ହେବନି ତା’ ପରାଜୟ ।।
ମୁଁ ମୂର୍ଖ ଅଧମ କେମିତି ଜାଣିବି
ସଂସାର ମାୟାରେ ଛନ୍ଦା,
ପାରିକର ମୋତେ ଏଇ ବନ୍ଧନରୁ
ମୁଁ ଯେ ହୋଇଅଛି ବନ୍ଧା ।।
ଜାଗାଟିଏ ଚାହେଁ ତବ ପାଦ ପଦ୍ମେ
ଅତି ଭକତି ଚିତ୍ତରେ,
ନ ରହୁ କାମନା ଆଉ ମୋହ ମାୟା
ଏଇ ମୋର ଜୀବନରେ ।।
ମୋ ଜୀବନ ଦୀପ ଲିଭି ଯାଉ ପଛେ
ତୁମ୍ଭ ନାମ ଗାଉ ଗାଉ,
ଏ ଭବସାଗରୁ ମୁକ୍ତକର ମୋତେ
ଆହେ ପ୍ରଭୁ ମହାବାହୁ ।।
×××××××××××××××××××××
🌹ମାମିନୀ ଦାଶ (ଶିକ୍ଷୟିତ୍ରୀ )
ଜୟପୁର,କୋରାପୁଟ 🌹

Leave a Reply

Your email address will not be published. Required fields are marked *