ଆଗୋ ଲାଜ ବତି ଜଙ୍ଗଲ କନ୍ୟା
ଆଗୋ ଲାଜ ବତି ଜଙ୍ଗଲ କନ୍ୟା
ତୋ ରୂପେ ଉଠେଇ ମଦିରା ବନ୍ୟା
ଦେଖି ତୋର ଦୁଇ ମୃଗ ନୟନ
ମନ ମୋର ଆଜି ହେଲାଣି ଉର୍ଛନ
ରୂପ ରାଇଜର ଅଟେ ତୁ ଲାବଣ୍ୟବତୀ
ମୋ ଘରେ ଜାଳିବୁ ତୁ ସଞ୍ଜବତୀ
ନବ ନିର୍ମିତ ତୋର ସୁନ୍ଦର ଯୌବନ
ଦେଖିବାକୁ ମନ ଆଜି ହେଲାନି ଉର୍ଛନ
ଗୋଲାପକଢି ପରି ଉଷ୍ଠ ଯେ ତୁମର
କଥାରେ ତୁମରି ଝରେଇ ମଧୁର ଝର
ଆଗୋ ଲାଜ ବତି ଜଙ୍ଗଲ କନ୍ୟା
ଦେହରୁ ତୋର ଝରେଇ ପ୍ରିତିର ବନ୍ୟା
ଚାଲି ଗଲେ ତୁ ପଦ୍ମ ଫୁଟିଯାଏ
ହସରୁ ଝରେଇ ତୋର ମୁକ୍ତା ଝର
ଦେହରୁ ତୋହର ବାସ ଯେ ଛୁଟେ
ରୂପରେ ତୋର ନବ ଯୌବନ ପ୍ରକଟେ
ହସ୍ତର ଆଙ୍ଗୁଠି ସତେକି ଗୋଲାପ କଢି
ଦେହରେ ରହିଛି ହଲଦୀ ରଙ୍ଗର ଶାଢ଼ୀ
ଦେହରେ ତୋର ଦୁଇ ବକ୍ଷ ମେଖଲା
କାହା ଘର ଝିଅ ତୁମେ ସୁନ୍ଦର ପ୍ରତିମା
ଆଗୋ ଲାଜ ବତି ଜଙ୍ଗଲ କନ୍ୟା
ତୋ ରୂପେ ଉଠେଇ ମଦିରା ବନ୍ୟା
ପବିତ୍ର ବେହେରା
୭୭୮୮୮୮୬୬୦୨
ହୃଦୟ କୁ ଛୁଇଁଗଲା
ଖୁବ ସୁନ୍ଦର ଉପସ୍ଥାପନ କରିଛନ୍ତି
ଆହା, ଖୁବ୍ ସୁନ୍ଦର ଉପସ୍ଥାପନା
ବହୁତ ସୁନ୍ଦର କବିତା ଭାଇ
ଧନ୍ୟବାଦ ମମତା
Thanks
Nice poet
Congratulations bro
lovely poem bro
Thanks Swago
Awesome poem broo
Nice one
Awesome writing pabitra bro
ଅତିସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି