ଅଗ୍ନିକନ୍ୟା
ବୀରାଙ୍ଗନା ବୀର୍ଯ୍ୟବତୀ ବାଳା
ନୁହେଁ ଜଡ ନୁହେଁ ସେ ଅବଳା
ରଣାଙ୍ଗନେ କଙ୍ଗନାର ସ୍ବର
ନାଶି ପାରେ ମାଂସଲୋଭୀ
ନିଶାସକ୍ତ ଲମ୍ପଟ ଅସୁର ।
ସ୍ବାର୍ଥାନ୍ଧ ମଣିଷ ରଚିପାରେ
କ୍ରୁର ଫାଶ ବାନ୍ଧିବାକୁ ନରେ
ଆଢୁଆଳେ ଲୁଚିଛ ସମୟ
ଭଲ ମନ୍ଦ ଧର୍ମ ଓ ଅଧର୍ମର
ନୀତି ଅନୀତିର ବିଚାର ତା କରେ ।
କ୍ଷମତାର ଅନ୍ଧ ତୁମେ
ଦେଖ ଅପରର ଅପକୀର୍ତ୍ତି
ସୁକୀର୍ତ୍ତିରେ ଦୃଷ୍ଟ ଗାତ୍ର ଦାହ
ମଣିଷର ଖୋଳପାରେ ଲୁଚିଅଛି
ବ୍ୟକ୍ତି ସ୍ବାର୍ଥ ଖାଲି ଅର୍ଥ ମୋହ ।
ପାର୍ଥିବରେ ଭାଙ୍ଗି ପାର
ଇଟା ବାଲି ଚିକ୍କଣ ପଥର
ପଥର ଭିକ୍ଷୁକ ତୁମେ ହୀନବୀର୍ଯ୍ୟ
ଗ୍ରାସୀଅଛି ସର୍ବଗ୍ରାସୀ କାଳ
ଥୟ ଧର ଝିଙ୍କିନେବ ଧରି ଶିରବାଳ।
ଅଗ୍ନିକନ୍ୟା ଅନୀତିରେ ଭରିଦେବି
ନୀତିନିଷ୍ଠ ସୃଜନର ବାର୍ତ୍ତା
ସଂଚିତ ଯୋଜନା ଯେତେ ଧୋଇଦେବ
ସତ୍ୟ ଧର୍ମ ନ୍ୟାୟ ପାଇଁ
ଧରି ଅସୀ ସେ ଅଦୃଶ୍ୟ କର୍ତ୍ତା ।
ଦାମ୍ଭିକର ଭାଙ୍ଗିଯିବ ବୃଥାଦମ୍ଭ
ଭ୍ରଷ୍ଟାଚାରୀ ନୀତିଭ୍ରଷ୍ଟ କୁପୁରୁଷ ଯେତେ
ସମୟର ଚକ୍ର ତଳେ ଧ୍ବଂସ ହେବ
ପ୍ରତୀତ ପୀୟୂଷ ସମ ତୁମ ବିଷ କୁମ୍ଭ
ଧୈଯ୍ୟଧର ଦେଖିବାକୁ କାଳଚକ୍ର ଗତି।
ମୁଁ ବୀର୍ଯ୍ୟବତୀ ବୀରାଙ୍ଗନା ଦୁର୍ଜେୟ ଯୁବତୀ
ଯୌବନର ଶକ୍ତି ମୁଁ ଯେ ଅପ୍ରୀତିରେ ପ୍ରୀତି।
—–xxx—-
ଭରତ ଚନ୍ଦ୍ର ଦାଶ
ସାରସ୍ବତ ନିବାସ
ଗୌଡଦିଆ, ସିମୁଳିଆ, ବାଲେଶ୍ବର–୭୫୬ ୧୨୬
ଭ୍ରାମ୍ୟଭାଷ — ୯୪୩୭୩୭୨୧୬୬
ନାରୀ ଅବଳା ଦୁର୍ବଳା ନୁହେଁ,ସେ ଅଗ୍ନି ଭଳି ତେଜସ୍କ୍ରିୟ, ଖୁବ୍ ସୁନ୍ଦର ବର୍ଣ୍ଣନା