ଅଫେରନ୍ତା ସମୟ
———————-
ଅସ୍ତମିତ ସୂର୍ଯ୍ୟ ର ପ୍ରାନ୍ତ ଦେଶେ ପହଂଚି ଯେବେ
ଦେଖିଲି ମୁଁ ଉଦୟ ର ଦିଗ l
କେତେ ପଶ୍ଚିମ ମୁଖା ବାଟୋଇ ର ଦବା ପାଦ
ଚିହ୍ନ ର ଜଳ ଜଳ ଆବେଗ l
ଧାଇଁ ଧାଇଁ ପୁଣି ମରୀଚିକା ର ପଛେ ଚିହ୍ନ
ଦିଏ ଲମ୍ବା ବ୍ୟବଧାନ ର ଜାବାବ l
କେଉଁଠାରେ ପୁଣି ରହି ଯାଇଥାଏ ଝିଣୀ ହୋଇଥିବା
ବିନା ମାଂସ ର କେତେ କବାବ l
ଓଲାଟାଇ ଦିଅନ୍ତା କି ସେ ଅଦୃଶ୍ୟ ଶକ୍ତି ଟା
ଓଲାଟା ପାଦ ଚିହ୍ନ ର ଠାବ l
ଫେରି ଯାଆନ୍ତା ସେ ନୂଆ ବିବରଣୀ ସାଥି ରେ
ଦେବାକୁ ନୂଆ ଜୀବନ ର ମନ୍ତବ୍ୟ l
ସବିତା ପଟ୍ଟନାୟକ
କେଉଁଝର