ଏଇ ଯେ ସେ ନାରୀ
ଏଇ ସିଏ ଯେ ମର୍ଗୁଶୀରରେ ଲକ୍ଷ୍ମୀଙ୍କୁ ଡାକି ଆଣେ
ବସନ୍ତରେ ସରସ୍ବତୀଙ୍କୁ
ନିତି କର୍ପୂର ଆଳତି ବୁଲାଏ
ସୁଖ ଫେରିଆସୁ!
ସେ କିବା ଜାଣେ ତା’ ଦୁଃଖର କାରଣକୁ
ଅହର୍ନିଶି ବୁଲୁଥିବା ଦୁଇ ଗୋଡ ବିଲୁଆଙ୍କୁ।।
ଝଡ ପରି ଆସି ଏମାନେ
ଭାଙ୍ଗି ଦିଅନ୍ତି ଗର୍ଭକୁ
କ୍ଷତାକ୍ତ, ଲାଞ୍ଛିତା
ବିକାଶର ପାଦଦେଶରେ ଥାଇ ବି!
ସୂର୍ଯ୍ଯ ଅସ୍ତ ପ୍ରାୟ
ଆଶାର କିରଣ ଲୁପ୍ତ ପ୍ରାୟ
ସଞ୍ଜ ନଇଁଯାଏ
ଘୋଡେଇହୁଏ ଅମାବାସ୍ଯାର ଚାଦର
ସେ ପୀଡନ ର ଶିକାର
ମାତୢତ୍ବକୁ ପାଉ ପାଉ ହାରିଯାଏ
ପରାସ୍ତ ବୀରାଙ୍ଗନା ପରି ବୁଲେ
କଷ୍ଟ ସବୁକୁ ପିଇଯାଏ ପ୍ରେମ ଭାବି
ଆଶା;
ଗର୍ଭକୁ ବଞ୍ଚାଇବାର।।
କେତେ ଅବା ଦୂର
ଗର୍ଭରୁ ଏ ଧରା?
ପ୍ରଶ୍ନ କରେ ମନକୁ
ଉତ୍ତରରେ କେବଳ ଲଜ୍ଯାର ଗନ୍ଧ ପାଏ
ପାଏ ଆଭିଜାତ୍ଯର ଚିକ୍କଣ ମଲାଟ
ମଲାଟ ଭିତରର ମାଟିଆ କାଗଜ
ସେଥିରେ ଭରା ପଡିଥିବା
ଉଇଲିୟମ୍ ବେଣ୍ଟିକ୍ ସମୟର ଭାବନା..
ବାସ ଚୁପ ରହିଯାଏ
କବିତା ଲେଖି ବସେ
ଆଖିରୁ ଲୁହ ଝରେ
ସେମାନେ ବି ପଚାରନ୍ତି ରୁକ୍ଷ ଭାବରେ
ତୁମେ ଆଉ ସେମିତି କରିଦେବନି ତ!
ଅନାଇ ଥାଏ.. ନିର୍ବାକ ମୁଁ।।
ରୁଦ୍ର ନାରାୟଣ ଦାଶ, ଖୋର୍ଦ୍ଧା