ଆଧୁନିକ ଯୁଗ
************
ସତ୍ୟ, ତ୍ରେତୟା, ଦ୍ୱାପର ବିତିଲା
ଯୁଗ ହେଲା ଆଧୁନିକ
ଜ୍ଞାନ କୌଶଳରେ ବିକାଶ ଘଟିଲା
ଡିଜିଟାଲ ହେଲେ ଲୋକ ll
କାହୁଁ କାହୁଁ ବୁଦ୍ଧି ବିବେକ ଆସୁଛି
ମସ୍ତିଷ୍କ କରଇ ଚିନ୍ତା
କୋଣ ଅନୁକୋଣ ପ୍ରସାରିତ ହୁଏ
ନାହିଁ ତାର ବାଡବତା ll
ଆଗକାଳେ ଲୋକେ ଚିଠି ଲେଖୁଥିଲେ
ଆତ୍ମୀୟସ୍ୱଜନେ ପ୍ରେରଣ
ଗୁରୁଜନେ ପାଦ ଉଚ୍ଚସ୍ଥାନେ ଥିଲା
ଛୁଁ ଥିଲେ ତାଙ୍କ ଚରଣ ll
ଦୁରାବସ୍ଥା ସବୁ ଲୁକ୍କାୟିତ ଥିଲା
ଦେଖି ଜାଣି ହୁଏନାହିଁ
କେଉଁଠାରେ ଲୋକେ କେଉଁ ଅସୁବିଧା
ସେବା ପାଉଥିଲେ ନାହିଁ ll
ଆଜିକାର ଲୋକ ଅଳ୍ପକେ ଅନେକ
ଏ ତ ଡିଜିଟାଲ ଯୁଗ
ଯେଉଁଠାରେ ଥିଲେ ଯନ୍ତ୍ର ସାହାଯ୍ୟରେ
କ୍ଷଣେ ହୁଏ ଯୋଗାଯୋଗ ll
ଏକସ୍ଥାନେ ଥାଇ ଅନେକ ଦେଖଇ
ଦେଶ ଦୁନିଆର କଥା
ଟିପା ଟିପି ଚାଲୁ କରିଦେଲେ
ଭାଙ୍ଗିଦିଏ ନୀରବତା ll
କାଗଜ ପତ୍ରରେ ହଇରାଣ ହେଇ
ଅସ୍ତେ ଗସ୍ତେ ଯାଉଥିଲେ
ସବୁକାମ ଏବେ ହାସଲ ହୁଅଇ
ଅନଲାଇନିରେ କଲେ ll
ହସି ହସି ସବୁ ସେୟାର କରନ୍ତି
ହ୍ୱାଟ୍ସଅପ ଫେସବୁକୁ
ଇନଷ୍ଟା ଯୋଗେ ନିତି ଭିଡ଼ିଓ ଦେଖନ୍ତି
ମନହୁଏ ହୁକୁହୁକୁ ll
ବୟସ୍କ ଲୋକ ବି ଫେଲ ମାରିଯାଏ
ମୋବାଇଲ ଚଲାନ୍ତି ଛୁଆ
ମୋବାଇଲ ଛଡେଇ ନେଇଗଲେ ଟିକେ
କାନ୍ଦୁଥିବେ କୁଆଁ କୁଆଁ ll
ସୁଭ୍ରାନ୍ତ ବେହେରା, ଅନୁଗୁଳ
64 total views, 2 views today
ସୁନ୍ଦର କବିତା ଲେଖ ଯେ ଅଚିନ୍ତା
ମନେ ରଖିବ ଜଗତ
ଲେଖିବାରେ ରତ ଥାଅ ଟି ସୁଭ୍ରାନ୍ତ
ତମ ପାଇଁ ମୁଁ ଗର୍ବିତ
ସତରେ ବହୁତ୍ ସୁନ୍ଦର ଲାଗୁଚି
ଭଗବାନ କରନ୍ତୁ ଆଗକୁ ଏମିତି ହଁ ଲେଖି ଚାଲ