March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

ଅଭିନନ୍ଦନ ଶ୍ରାବଣ

ଅଭିନନ୍ଦନ ଶ୍ରାବଣ

ଆଷାଢ଼ର ଶେଷେ ଶ୍ରାବଣ ର ହୁଏ
ଆଗମନ ଧରାପୃଷ୍ଠେ,
ହର୍ଷିତ ଧରଣୀ ସ୍ୱାଗତ ଜଣାଏ
ଆନନ୍ଦ ଫୁଟାଇ ଓଷ୍ଠେ।୧।

ପିପାସିତ ଧରା ଶ୍ରାବଣର ଧାରେ
ଝୁମଇ ପ୍ରାନ୍ତ ରୁ ପ୍ରାନ୍ତ,
ଉନ୍ମାଦ ତନ୍ମୟେ ବାରିଦର ମାଳା
ବରଷଇ ଅବିଶ୍ରାନ୍ତ।୨।

ନିଦାଘ ଗ୍ରୀଷ୍ମର ସନ୍ତାପ ର ଅନ୍ତେ
ମହୀ ହୁଏ ଆଶ୍ୱାସିତ,
ଅସହ୍ୟ ଯାତନା ମନରୁ ବିସ୍ମରି
ଆନନ୍ଦରେ ବିଭାସିତ।୩।

ଶ୍ରାବଣ ର ଧାରା କରେ ଆପ୍ଲାବିତ
ଶୁଷ୍କ ଧରିତ୍ରୀ ର ବକ୍ଷ,
ନଦୀନାଳ ସର୍ବ ଉଛୁଳନ୍ତି ଉର୍ଦ୍ଧ୍ବ
ଧାରାରେ ହୋଇ ସମକ୍ଷ।୪।

କୃଷକ ବର୍ଗଟି ହରଷ ଚିତ୍ତରେ
କର୍ଷଣ କରେ ପୃଥିବୀ,
ବିହନକୁ ବିଞ୍ଚି ଆଶାକୁ ସଞ୍ଚାରେ
ଦୁର୍ଦ୍ଦିନ ଦୂର କରିବି।୫।

ବିହଙ୍ଗମ ସହ ସର୍ବ ଜୀବଜନ୍ତୁ
ଆହ୍ଲାଦ ମନେ ଭରନ୍ତି,
ଶ୍ରାବଣ ଧାରାରେ ସିକ୍ତସମ ହୋଇ
ଖାଦ୍ୟ ଆଶେ ବିଚରନ୍ତି।୬।

କମନୀୟ କାନ୍ତି ପ୍ରକୃତିର ଦେଖି
ସତତ ଫୁଟେ ଫୁଆରା,
ମହାଦେବ ଯେଣୁ ପାଇଣ ପ୍ରସନ୍ନ
ମସ୍ତକେ ଜଳର ଧାରା।୭।

ଅଭିନନ୍ଦନ ହେ ଶ୍ରାବଣ ଗୋ ତୁମ
ଚରଣ ଶୁଭ ସଙ୍କେତ,
ସବୁଜ ସୁନ୍ଦର ସବୁଜିମା ହେଉ
ଧରଣୀର ଶୁଷ୍କକ୍ଷେତ।୮।

 

ଜ୍ୟୋତିଶଙ୍କର ତ୍ରିପାଠୀ
ଜୟପୁର

 216 total views,  1 views today

Leave a Reply

Your email address will not be published. Required fields are marked *