*ମୋ ଅନୁଭୂତିରେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*
ପ୍ରଥମତଃ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନରେ ମୁଁ ଛୋଟିଆ ଅଂଶଟେ ସାଜି ନିଜକୁ ଧନ୍ୟ ମଣୁଛି । ମୁଁ ଆଗରୁ ଅନେକ ପ୍ରତିଷ୍ଠାନରେ ରହିଛି । ସମସ୍ତ କବିତା ଆସରରେ ଭାଗ ନେଇଛି ଏବଂ ଡିଜିଟାଲ ମାନପତ୍ର ମଧ୍ୟ ପାଇଛି । ଯେତେବେଳେ ପ୍ରଥମ ମାନପତ୍ର ପାଇଥିଲି ସେତେବେଳେ ମୁଁ ବହୁତ ଖୁସି ହେଇଥିଲି । ପରେ ବାରମ୍ବାର ମୁଁ ଆସରରେ ଭାଗନେଇ ମାନପତ୍ର ମାନ ପାଇଥିଲି, ଯାହା ମୋ ମନକୁ ଦୂର୍ବଳ କରୁଥିଲା । ଆପଣ ହୁଏତ ଏବେ ଭାବିପାରନ୍ତି ଯେ ମାନପତ୍ର ପାଇ ଖୁସି ହେବା କ୍ଷେତ୍ରରେ ମୁଁ ଦୁଃଖି ଓ ମନ ଦୂର୍ବଳ କାହିଁକି ହେଉଥିଲା ? ତାର ଉତ୍ତର ହେଉଛି – ଯେତେବେଳେ ମୁଁ ବାରମ୍ବାର ମାନପତ୍ର ପାଇଲି ସେତେବେଳେ ନିଜେ ନିଜର ପ୍ରଶ୍ନରେ ଛନ୍ଦି ହୋଇଗଲି ଯେ- ସତରେ କଣ ମୁଁ ଏତେ ଭଲ ଲେଖୁଛି ? ସତରେ କଣ ମୋର କିଛି ଭୁଲ୍ ନାହିଁ ? ପରେ ଜାଣିଲି ସେମାନେ ଆମ କବିତା କି ଗଳ୍ପର ସମିକ୍ଷା କରୁନାହାଁନ୍ତି । ଆମେ ଯାହା ଲେଖିଦେଲେ ମଧ୍ୟ ” ବାଃ ଖୁବ୍ ସୁନ୍ଦର, ଅତି ଚମତ୍କାର ” ଇତ୍ୟାଦି ମତାମତ ଦେଉଛନ୍ତି ।
ପ୍ରଥମ ଥର ଏହି ସୂର୍ଯ୍ୟୋଦୟ ପରିବାର ଦେଖିଲି ଯୋଉଁଟା କି ନାମକୁ ମାତ୍ର ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ନୁହେଁ । ବରଂ ନାମ ଯେମିତି କାମ ମଧ୍ୟ ଠିକ୍ ସେମିତି ।
ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ସୂର୍ଯ୍ୟ ଯେମିତି ଉଦୟ ହେଲେ ଉଚ୍ଚ ନିଚ୍ଚ , ଧନୀ ଗରିବ ବାଛ ବିଚାର ନକରି ତାଙ୍କ କଅଁଳ କିରଣ ସମସ୍ତଙ୍କ ଉପରେ ବିଚ୍ଛୁରିତ କରିଥାନ୍ତି ଠିକ୍ ସେମିତି ସୂର୍ଯ୍ୟୋଦୟ ପରିବାର ସମସ୍ତ ପିଲାଙ୍କୁ କୋଳେଇ ନେଇ ସାହିତ୍ୟ ଦୂନିଆରେ ହାତ ଧରି ଆଗକୁ ବଢ଼ିବାରେ ସହଯୋଗ କରୁଛନ୍ତି ।
ଆମର ପ୍ରତ୍ୟେକ ଲେଖାରେ ଆମର ତ୍ରୁଟି ଦର୍ଶାଉଛନ୍ତି । ଏବଂ ନବ ସମ୍ଭାବନା ପାଇଁ ଆସିଥିବା ନବ ପ୍ରତିଭାଙ୍କୁ ଅଧିକ ସତର୍କ ଓ ସାହିତ୍ୟ ପ୍ରତି ଅଧିକ ଦାୟିତ୍ୱବାନ୍ କରାଇବା ପାଇଁ କେତେଜଣ ସୁଯୋଗ୍ୟ ମେଣ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି । ଆମ ଦାୟିତ୍ୱ ଗ୍ରହଣ କରିଥିବା ସମସ୍ତ ମେଣ୍ଟର ମଧ୍ୟ ସବୁବେଳେ ଚଳପ୍ରଚଳ ରହିଛନ୍ତି ।
ଏହି ପ୍ରତିଷ୍ଠାନରେ ଯୋଗ୍ୟ ବିବେଚିତ ପ୍ରତିଭା ମାନଙ୍କୁ ମାନପତ୍ର ଦେଇ ସମ୍ମାନ ଜଣାଉଛନ୍ତି ।
ସୂର୍ଯ୍ୟୋଦୟ ପ୍ରତିଷ୍ଠାନକୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି ମୋର ଦାୟିତ୍ୱ ଜିତେନ୍ଦ୍ର ଗିରି ସାରଙ୍କୁ ଦେଇଥିବାରୁ । ଜିତେନ୍ଦ୍ର ସାର୍ ପ୍ରତ୍ୟେକ ଦିନ ପ୍ରଭାତରେ ଆମ ମାନଙ୍କ ଇଚ୍ଛାଶକ୍ତି ବଢ଼ିବା ପାଇଁ ଛୋଟ ଛୋଟ ପ୍ରେରଣା ଦାୟକ ବାର୍ତ୍ତା ଦେଇଆସୁଛନ୍ତି । ଯାହା ମନରେ ବିଶ୍ୱାସ ଜାଗ୍ରତ କରୁଛି । ଏବଂ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ପ୍ରତିଷ୍ଠାନ ହେଇଥିବାରୁ ଏଥିରେ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ରେ ଆମେ ନିଜକୁ ଆନ୍ତର୍ଜାତିକ ସ୍ତରରେ ପରିଚିତ କରିପାରୁଛୁ । ତେଣୁ ସୂର୍ଯ୍ୟୋଦୟ ଅନୁଷ୍ଠାନର ପ୍ରତିଷ୍ଠାତା, ସମସ୍ତ କର୍ମକର୍ତ୍ତା, ସଭାପତି ଓ ମେଣ୍ଟର ସମସ୍ତଙ୍କୁ ମୁଁ ମୋର ହୃଦୟରୁ କୃତଜ୍ଞତା ଜ୍ଞାପନ କରିବା ସହିତ ପ୍ରତିଷ୍ଠାନର ଉଜ୍ଜ୍ୱଳ ଭବିଷ୍ୟତ କାମନା ପୂର୍ବକ ମହାଦେବଙ୍କ ପାଖରେ ପ୍ରାର୍ଥନା କରୁଛି ।
ଧନ୍ୟବାଦ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
*ସୁଭଦ୍ରା ପଟ୍ଟାୟତ, ବାଲେଶ୍ବର*
ବହୁତ ସୁନ୍ଦର
ଅଜସ୍ର ଧନ୍ୟବାଦ ଭଉଣୀ
Subhadra Pattayat is a very young and good writer cum poetess. Keep it up your good work of writing
Thank You So Much
ବହୁତ ସୁନ୍ଦର ଉପସ୍ଥାପନା।
ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା, ସଭାପତି ତଥା ଲେଖିକାଙ୍କୁ ମୁଁ ମୋର କୃତଜ୍ଞତା ଜଣାଉଛି।
ଧନ୍ୟବାଦ ସାର୍