April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଅନୁଭୂତିରେ ସୂର୍ଯ୍ୟୋଦୟ ପରିବାର–ପ୍ରିୟଦର୍ଶିନୀ ମହାପାତ୍ର*

ଅନୁଭୂତିରେ ସୂର୍ଯ୍ୟୋଦୟ ପରିବାର
________________________________

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ (Suryodaya Literary Foundation – SLF) ଏପରି ଏକ ଅନ୍ତର୍ଜାତୀୟ ଅନୁଷ୍ଠାନ ଯାହା ବଣମଲ୍ଲୀ ପରି ଝରି ପଡ଼ୁଥିବା ଅସଂଖ୍ୟ ଯୁବ ପ୍ରତିଭାମାନଙ୍କୁ ମାର୍ଜିତ କରାଇ ବିଶ୍ଵ ଦରବାରରେ ପରିଚିତ କରାଇବାର ମହାନ୍ ଭୂମିକା ଗ୍ରହଣ କରିଛି । ଏହି ପରିପ୍ରେକ୍ଷୀରେ ମୁଁ ଏହି ପରିବାରରେ ସାମିଲ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ମୋ ସହ ଘଟିଥିବା ଖଟା ମିଠା ଅନୁଭୂତିକୁ ଏହି ପ୍ରବନ୍ଧ ମାଧ୍ୟମରେ ବାଣ୍ଟିବାକୁ ଏକ ସୁବର୍ଣ୍ଣ ସୁଯୋଗ ପାଇ ନିଜକୁ ଧନ୍ୟ ମଣୁଛି ।

ମୁଖପୁସ୍ତିକା ମାଧ୍ୟମରେ ଏହି ଅନୁଷ୍ଠାନରେ ଯୋଡ଼ି ହେବା ପରେ ମୁଁ ଏହାର ପ୍ରତିଷ୍ଠାତା ତଥା ସମ୍ପାଦକ ଶ୍ରୀମାନ ମନୋଜ କୁମାର ପଣ୍ଡା ଭାଇଙ୍କ ସଂସ୍ପର୍ଶରେ ଆସିଥିଲି । ସେ ମୋତେ ସୂର୍ଯ୍ୟୋଦୟରେ ଯୁବ ପ୍ରତିଭାମାନଙ୍କୁ ନେଇ ହେଉଥିବା ଗବେଷଣା ସମ୍ପର୍କରେ ଅବଗତ କରାଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ମୁଁ “SLF Youth Icon Award Contest – 2022” ର ସ୍ଵତନ୍ତ୍ର ଗବେଷଣାରେ ଅନ୍ତର୍ଭୁକ୍ତ ହେଲି ।

ଏହା ପରେ ମୁଁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସହ ଧୀରେ ଧୀରେ ପରିଚିତ ହୋଇଛି । ସମସ୍ତଙ୍କ ସ୍ନେହ, ସଦୁପଦେଶ ତଥା ମାର୍ଗଦର୍ଶନ ଦ୍ଵାରା ମୁଁ ମୋ ଲେଖାକୁ ମାର୍ଜିତ କରି ପାରିଛି ଏବଂ ବିଭିନ୍ନ ସାହିତ୍ୟିକ ଶବ୍ଦର ପ୍ରୟୋଗ, ସଂଯୋଜନା ତଥା ତା’ର ଅର୍ଥ ଓ ବୈଶିଷ୍ଟ୍ୟ ବିଷୟରେ ଅବଗତ ହୋଇ ପାରିଛି । ନିଜ ଲେଖାରେ ଥିବା ଭୁଲ୍ ତ୍ରୁଟିକୁ ଜାଣି ତାକୁ ସୁଧାରିବାର ସୁଯୋଗ ଲାଭ କରିଛି । ତତ୍ ସହିତ ବିଭିନ୍ନ ନୂତନ ଅନ୍ତର୍ଜାତୀୟ ଶୈଳୀର କବିତା ଲେଖିବା ମଧ୍ୟ ଶିଖି ପାରିଛି । ଏହି ଶିକ୍ଷା ଏଯାବତ୍ ଅବ୍ୟାହତ ରହିଛି ଓ ରହିବ । ଏପରି ଏକ ଶୈଖିକ ତଥା ଶୃଙ୍ଖଳିତ ବାତାବରଣ ବାସ୍ତବରେ ବିରଳ । ସୂର୍ଯ୍ୟୋଦୟର ଏଭଳି ଅଦ୍ୱିତୀୟ ପ୍ରୟାସକୁ ମୁଁ ମଥାନତ ସମ୍ମାନ ଜଣାଉଛି ।

ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ ଲିଖିତ ସାକ୍ଷାତକାରର ମାର୍ମିକ ତଥା ଚିନ୍ତାମୂଳକ ପ୍ରଶ୍ନାବଳୀ ସବୁ ଥିଲା ସୃଜନାତ୍ମକ ଚିନ୍ତାଧାରା ଉଦ୍ରେକକାରୀ । ଏହା ଅତୀତର କିଛି ବିସ୍ମୃତ ସ୍ମୃତି ସ୍ମରଣ କରାଇବା ସହ ଭବିଷ୍ୟତ ଯୋଜନା ପ୍ରସ୍ତୁତି ପାଇଁ ମଧ୍ୟ ଭରି ଦେଇଥିଲା ତତ୍ପରତା । ଦ୍ଵିତୀୟ ପର୍ଯ୍ୟାୟରେ କବିତା/ଗଳ୍ପ ଆବୃତ୍ତି ଭିଡ଼ିଓ ପ୍ରସ୍ତୁତ କରିବା ଦ୍ୱାରା ଏକ ନୂତନ ଅଭିଜ୍ଞତା ସୃଷ୍ଟି ହେବା ଉପସ୍ଥାପନ ଶୈଳୀ ତଥା ଆବୃତ୍ତି ହୋଇ ପାରିଥିଲା ମାର୍ଜିତ । ତୃତୀୟ ପର୍ଯ୍ୟାୟର ଲାଇଭ୍ କାର୍ଯ୍ୟକ୍ରମ ମଧ୍ୟ ହୋଇ ପାରିଛି ଖୁବ୍ ଆହ୍ବାନମୂଳକ ତଥା ପ୍ରତିଭା ଏବଂ ଜ୍ଞାନ ଉଦ୍ରେକକାରୀ ।

ଏହି ପ୍ରେରଣାଦାୟୀ ପରିବାରର ଏକ ଅଂଶ ରୂପେ ନିଜକୁ ଦେଖି ମୁଁ ଅତ୍ୟନ୍ତ ଗର୍ବ ଅନୁଭବ କରୁଛି । ଆପଣମାନଙ୍କ ଭଳି ଜ୍ଞାନୀ ଗୁଣୀ ମାନଙ୍କ ସଂସ୍ପର୍ଶରେ ରହି ମୁଁ ଯତ୍ କିଞ୍ଚିତ ଜ୍ଞାନ ପାଇ ପାରିଛି ତାହାରି ପରାକାଷ୍ଠାରେ ମୋର ଲେଖନୀ ଚଳଚଞ୍ଚଳ ହୋଇଛି । ସମସ୍ତ ପ୍ରତିଯୋଗୀ ଭାଇ ଓ ଭଉଣୀମାନେ ମୋ ପାଇଁ ପ୍ରେରଣାର ଉତ୍ସ ଅଟନ୍ତି ଏବଂ ସମସ୍ତେ ମୋତେ ଖୁବ୍ ସ୍ନେହ ମଧ୍ୟ କରନ୍ତି, ଏଣୁ ମୁଁ ଅତ୍ୟନ୍ତ ଆନନ୍ଦିତ । ସେମାନଙ୍କ ଲେଖାରୁ ମୁଁ ଅନେକ କିଛି ଶିକ୍ଷା ଲାଭ କରିପାରେ ଏବଂ ଜୀବନ ପଥରେ ଅଗ୍ରସର ହେବାର ପ୍ରେରଣା ଲାଭ କରେ ।

ସମସ୍ତ ଯୁବ ପ୍ରତିଭାଙ୍କୁ ମୋର ହୃଦୟରୁ ଶୁଭେଚ୍ଛା ଓ ଅଭିନନ୍ଦନ ଏବଂ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା, ମାର୍ଗଦର୍ଶକ, ମାର୍ଗଦର୍ଶିକା ମାନଙ୍କୁ ମୋର ସମ୍ମାନ, ଶ୍ରଦ୍ଧା ତଥା ଭକ୍ତିଭରା ପ୍ରଣାମ । ଆପଣ ସମସ୍ତଙ୍କ ଆଶୀର୍ବାଦ, ସ୍ନେହ, ସଦିଚ୍ଛା, ପ୍ରେରଣା ତଥା ମାର୍ଗଦର୍ଶନ ମୋର ଏକାନ୍ତ କାମ୍ୟ ।

ସର୍ବୋପରି ଏତିକି କହିବାକୁ ଚାହେଁ ଯେ, ଶିକ୍ଷା ସର୍ବଦା ପୁରସ୍କାର, ସମ୍ମାନ ଓ ପଦବୀ ଠାରୁ ମହାନ୍ । ଏଣୁ ପୁରସ୍କାରମନସ୍କ ହେବା ପରିବର୍ତ୍ତେ ଶିକ୍ଷାମନସ୍କ ହେବା ଶ୍ରେୟସ୍କର । ତେଣୁ ଆସନ୍ତୁ ସମସ୍ତେ ଜ୍ଞାନପିପାସୁ ହୋଇ ନିଜ ସମୟର ସଦୁପଯୋଗ କରିବା ସହ ନିଜ ଜୀବନକୁ ନିଜ ହାତରେ ଗଢ଼ି ତୋଳିବା ।

ଧନ୍ୟବାଦର ସହ
ପ୍ରିୟଦର୍ଶିନୀ ମହାପାତ୍ର
ଗଞ୍ଜାମ

Loading

4 thoughts on “*ଅନୁଭୂତିରେ ସୂର୍ଯ୍ୟୋଦୟ ପରିବାର–ପ୍ରିୟଦର୍ଶିନୀ ମହାପାତ୍ର*

Leave a Reply

Your email address will not be published. Required fields are marked *