ଅନୁଭୁତିରେ ସୂର୍ଯ୍ୟୋଦୟ–__
ଓଡ଼ିଆରେ ଗୋଟେ କଥା ଅଛି – ‘ ବିନା ଆଶ୍ରୟେ ନ ବର୍ତ୍ତନ୍ତି କବିତା ,ବନିତା ଓ ଲତା।’
ସେହିପରି ଜଣେ ଲେଖକ ବା ଲେଖିକା ଆଗକୁ ବଢ଼ିବାକୁ ହେଲେ,ତାଙ୍କୁ ଗୋଟେ ଭଲ ଅନୁଷ୍ଠାନ ବା ଗୋଟେ ଭଲ ସଂସ୍ଥା ଆବଶ୍ୟକ ।
ଅନୁଭୁତିରେ ସୂର୍ଯ୍ୟୋଦୟ ମୋତେ ସେହି ସୁଯୋଗମାନ ସବୁ ଦେଇଛି ।ନିଜ ଅନ୍ତର୍ନିହିତ ପ୍ରତିଭାକୁ ବିକାଶ କରିବାରେ ବହୁତ୍ ସାହାର୍ଯ୍ୟ କରୁଛି ଓ ଅନେକ ସୁବିଧା ସୁଯୋଗମାନ ମଧ୍ୟ ଯୋଗାଉଛି ।
ଏହି ଅନୁଷ୍ଠାନର ସମ୍ପାଦକ,ମୋର ତଥା ଆମ ଅନୁଷ୍ଠାନର ସମସ୍ତ ସଦସ୍ୟ, ସଦସ୍ୟାମାନଙ୍କର ଅତିପ୍ରିୟ ମନୋଜ ଭାଇଙ୍କ ଅବଦାନ
ଅତୁଳନୀୟ ।
ଆମେ ସମସ୍ତେ କିପରି ସୁନ୍ଦର ଓ ମାର୍ଜିତ
ଲେଖା ଲେଖିବୁ , ତା ବିଷୟରେ ଭାଇ ଆମକୁ ଅନେକ ସୁନ୍ଦର
ଟିପ୍ପଣୀମାନ ଦେଇଥାନ୍ତି ।
ଏହା ବ୍ୟତୀତ ଜୀବନରେ କିପରି ଜଣେ ଭଲ ମଣିଷ ହେବୁ ତା ବିଷୟରେ ମଧ୍ୟ ଆମକୁ ସୁନ୍ଦର ଉପଦେଶମାନ ଦେଇଥାନ୍ତି ।
ଏହା ବ୍ୟତୀତ ଅନୁଭୁତିରେ ସୂର୍ଯ୍ୟୋଦୟ ଅନେକ ପ୍ରତିଯୋଗିତା ମାନ କରିଥାନ୍ତି,ଯାହା ମୋ ଭଳି କେତେକ ନବପ୍ରତିଭାମାନଙ୍କର
ଲେଖନୀକୁ ସୁଦୃଢ କରିବାରେ ସାହାର୍ଯ୍ୟ କରେ ।
ଅନୁଭୁତିରେ ସୂର୍ଯ୍ୟୋଦୟ ସମସ୍ତ ନବ ପ୍ରତିଭାମାନଙ୍କୁ ଆନ୍ତର୍ଜାତିକ ସ୍ତରରେ ପରିଚୟ ସୃଷ୍ଟି କରିବାରେ ସାହାର୍ଯ୍ୟ କରୁଛି ।
ଏହି ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାମାନେ ଆମକୁ ନିରପେକ୍ଷ,
ନିଃସ୍ୱାର୍ଥପର ଭାବରେ ଆମକୁ ଲେଖାଲେଖି ଉପରେ ସମସ୍ତ ସୁବିଧା ଯୋଗାଉଛନ୍ତି ।ଏଥିପାଇଁ ଅନୁଭୁତିରେ ସୂର୍ଯ୍ୟୋଦୟ ନିକଟରେ ମୁଁ ବ୍ୟକ୍ତିଗତ ଭାବେ ଆଜୀବନ ଋଣୀ ।
ଏଇ ଅନୁଷ୍ଠାନର ସଦାସର୍ବଦା ଉନ୍ନତି ହେଉ,ଉଦୟ ହେଉ ଏତିକି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ।
__ରାଇମୋହନ ରାଉତ,
ଢେଙ୍କାନାଳ