ମୋ ଅନୁଭୂତିରେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ…..
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କେବଳ ମାତ୍ର ଏକ ଆନ୍ତର୍ଜାତିକ ପ୍ରତିଷ୍ଠାନ ନୁହେଁ ସୁନ୍ଦର ପରିବାର ମଧ୍ୟ।ନିଜ କୋଳରେ ଧରି ରଖିଛି ବଣରେ ଲୁଚି ରହିଥିବା କେତେ ନବ ପ୍ରତିଭା ମାନଙ୍କୁ। ସନ୍ତାନଟିଏ ଜନ୍ମ ହେଲେ ତା’ର ପିତା ମାତା ଯେପରି ସନ୍ତାନକୁ ତା’ର ବାଟ କଢ଼େଇ ନିଅନ୍ତି ଠିକ୍ ସେମିତି ମୋ ପାଇଁ ଏହି ପ୍ରତିଷ୍ଠାନ ପିତା ମାତା ତୁଲ୍ୟ ସମ୍ମାନନୀୟ।
ଏଇ କିଛି ମାସ ହେବ ମୋର ଏଇ ପରିବାରରେ ନିଜର ଜାଗାକୁ ସୁଦୃଢ କରିବାରେ ସକ୍ଷମ ହୋଇଛି, ମୁଁ ପ୍ରଥମେ ପାକ୍ଷିକ ପ୍ରତିଯୋଗିତାରେ ଭାଗ ନେବା ପରେ ସୂର୍ଯ୍ୟଦୋୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ନବ ପ୍ରତିଭା -୨୦୨୨ ରେ ପ୍ରତିଯୋଗୀ ଭାବରେ ସାମିଲ ହୁଏ, ଧୀରେ ଧୀରେ ସୂର୍ଯ୍ୟୋଦୟ ପରିବାରର ସଦସ୍ୟ ଗଣ ଅତି ଆପଣାର ଲାଗିଲେ, ପ୍ରଥମତଃ ଏହି ପ୍ରତିଷ୍ଠାନର ମୁଖ୍ୟ ପ୍ରତିଷ୍ଠାତା ମନୋଜ କୁମାର ପଣ୍ଡା ମହୋଦୟ ସ୍ନେହ ଭରା କଥା ମୋତେ ବେଶ ଆନନ୍ଦ ଦିଏ, ଭାଇଙ୍କର ନିରିହ ପଣ , ଅଳ୍ପ ସମୟ ଭିତରେ ଅତି ନିଜର କରି ଦେବ ଏ ସମସ୍ତ କିଛି ଯେତେବେଳେ ମୁଁ ଏକାନ୍ତରେ ବସି ଭାବେ ବାସ୍ତବରେ ମୋତେ ଗର୍ବ ଅନୁଭବ ହୁଏ ଯେ ମୁଁ ମନୋଜ ଭାଇଙ୍କ ସଂସ୍ପର୍ଶରେ ଆସି ପାରିଛି। ସତରେ ସଂପୂର୍ଣ୍ଣ ନିଆରା ଅଟେ ଏହି ପରିବାର।
ଏହି ପ୍ରତିଷ୍ଠାନ ସଂପର୍କରେ ଯେତେ ନିଜ ଅନୁଭୂତି ବଖାଣିବି ସେତେ କମ ହେବ ତଥାପି ବେଶୀ ମୋତେ ପ୍ରଭାବିତ କରିଥିଲା ଯେତେବେଳେ ମୁଁ ଏହି ପରିବାରରେ ଯୋଗ ଦେଲି ତାପରେ ବିଭିନ୍ନ ନବ ପ୍ରତିଭା ଚୟନ ପ୍ରତିଯୋଗୀ ହେବା ପରେ ସେଥିରେ ଯେଉଁ ସମସ୍ତ ପର୍ଯ୍ୟାୟର ଆୟୋଜନ କରାଗଲା ତାହା ମୋତେ ଆହୁରି ଅନେକ ଲୋକ ଚିହ୍ନିଲେ ମୋତେ ଉତ୍ସାହିତ ମଧ୍ୟ କରିଲେ। ସମସ୍ତ ପର୍ଯ୍ୟାୟ ଗୁଡ଼ିକ ବେଶ୍ ଶିକ୍ଷଣୀୟ ମଧ୍ୟ, ଏହି ପ୍ରତିଷ୍ଠାନକୁ ଜ୍ଞାନର ଭଣ୍ଡାର କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ପରିବାରରୁ ମୁଁ ବହୁତ କିଛି ଶିଖିଛି ଏବଂ ଆଗକୁ ଆହୁରି ଅନେକ କିଛି ଶିଖିବି ବୋଲି ମୋ ଆଶା ଅଛି। କିଛି ଯଦି ଭୁଲ ହୁଏ ମନୋଜ ଭାଇ ସମେତ ମୋର ସମ୍ମାନର ମେଣ୍ଟର ରୁକ୍ମିଣୀ ମ୍ୟାମ୍ ଅବୋଧ ଶିଶୁ ମନେକରି କ୍ଷମା ପ୍ରାର୍ଥନା କରିବେ ବୋଲି ମୋ ବିଶ୍ୱାସ।
ଶେଷରେ କେବଳ ଏତିକି କହିବି ଅନ୍ଧକାରରେ ଲୁଚି ରହିଥିବା ଏକ କ୍ଷୁଦ୍ର ପ୍ରତିଭାକୁ ଆଜି ସୂର୍ଯ୍ୟୋଦୟ ମାଧ୍ୟମରେ ଆଲୋକ ମିଳିଛି । ଏଥିପାଇଁ ପାଇଁ ଯଦି ମୁଁ ସାଧୁବାଦ ଜଣାଇବି ତାହା ମଧ୍ୟ ଯଥେଷ୍ଟ ହେବ ନାହିଁ, ମୁଁ କୃତଜ୍ଞ ହେଉଛି ଯେ ଏଭଳି ଏକ ଆନ୍ତର୍ଜାତିକ ପରିବାରରେ ସାମିଲ ହୋଇ ପାରିଛି ।
ଧନ୍ୟବାଦର ସହ
ପ୍ରମିଉମିତା ଜାନା
ପୁରୀ
ଖୁବ୍ ସୁନ୍ଦର ତୁମ ଅନୁଭୂତି ର ସାରାଂଶ। ସୂର୍ଯ୍ୟୋଦୟ ପରିବାର ସହିତ ଅନୁଭୂତି ର ଯାତ୍ରା ଏମିତି ଜାରିରହୁ।ଦୃଢ଼ ଆତ୍ମବିଶ୍ବାସ ସହିତ ଲେଖନୀ ମୂନକୁ ଶକ୍ତ କରି ସୁନ୍ଦର ଶବ୍ଦର ବିନ୍ୟାସ ରେ ଗଳ୍ପ, କବିତା ଓ ପ୍ରବନ୍ଧ ମାଧ୍ୟମରେ ସାହିତ୍ୟ ସର୍ଜନା କରି ସମାଜରେ ଅବହେଳିତ ଅବସ୍ଥାରେ ରହିଯାଇଥିବା ତଥ୍ୟ କୁ ଲୋକଲୋଚନକୁ ଆଣି ସମାଜର ପରିବର୍ତ୍ତନ ର ବାର୍ତ୍ତା ବୀଜ ରୋପଣ କରନ୍ତୁ। ଅଶେଷ ଧନ୍ୟବାଦ ଦିଦି ♥️ ପ୍ରୟାସ ଜାରି ରହୁ