ଆଭିଜାତ୍ଯ
ସୁଜାତା ପତି
ସମ୍ଭ୍ରାନ୍ତ ବଂଶର ବ୍ଯକ୍ତି କୁ ଦେଖିଲେ
ଆଭିଜାତ୍ଯ ଠାଣି ଆସେ
ତାଂକ ବେଶ ଭୂଷା ତାଂକ କଥା ବାର୍ତ୍ତା
ସବୁଠି ସମ୍ଭ୍ରାନ୍ତ ଦିଶେ।
ଆଭିଜାତ୍ଯ ଥାଇ ସଂସ୍କାର ନ ଥିଲେ
କିଛି ତା’ର ମୂଲ୍ଯ ନାହିଁ
କର୍ପୁର ନ ଥାଏ କନା ପଡିଥାଏ
ଦର୍ପ କିନ୍ତୁ ଭାଙ୍ଗେ ନାହିଁ।
ବାଜି ରାଉତ ର ଧର୍ମପଦ ର
କେଉଁ ଆଭିଜାତ୍ଯ ଥିଲା..
ନିଜ ଜୀବନକୁ ବଳୀଦାନ ଦେଇ
ଯଶ କିର୍ତ୍ତୀ ରଖିଗଲା।
ଉତ୍କଳମଣି ସନ୍ଥ ଭୀମଭୋଇ
କର୍ମ ରେ ମହାନ୍ ଥିଲେ
ତାଂକ ଯଶ କିର୍ତ୍ତୀ ଜଗତେ ବ୍ଯାପିଛି
କିଏ ନ ଜାଣନ୍ତି ଭଲେ..
ମଣିଷ ଜନମ ସାରୁ ପତ୍ରେ ଜଳ
କେତେ ବେଳେ ଚାଲି ଯିବା
ଗର୍ବ ଅହଂକାର ଆଭିଜାତ୍ଯ ଛାଡି
ସଭିଏଁ ଏକାଠି ହେବା।।
ବଂଶ ପରମ୍ପରା ବଡ କରେନାହିଁ
ମହତ କର୍ମ ରେ ଯଶ
କ୍ରୋଧ ଅଭିମାନ ଛାଡି ଦେବା ବନ୍ଧୁ
ସାହା ହେବେ ଜଗଗଦୀଶ।
Sujata Pati.Bhubaneswar.