ଅବାସ୍ତବ ଦୁନିଆ
ଏକ ଅବାସ୍ତବ ଦୁନିଆରେ
ମୁଁ ଓ ତୁମେ
ତୁମେ ଓ ସେମାନେ
ଖାଲି ଘୁରିବୁଲୁ
ଘୁରି ଘୁରି ଅଟକିଯାଉ
ଯେଉଁଠୁ ଆରମ୍ଭ କରିଥିଲେ।
ମୁଁ ତୁମକୁ ପଢିପାରେ
ଯେମିତି ତୁମେ ମୋତେ
ମାତ୍ର ଉଦବେଳନର ଅଭାବ
ପ୍ରେମରେ ଭଟ୍ଟା
ପ୍ରତିଶ୍ରୁତିରେ ମିଥ୍ଯାର ଝଲକ
ଇମୋଜିର ପଛରେ କ୍ରୁର ଭାବ
ଆଉ ବା କ’ଣ!
ଶାଳୀନତାକୁ ଗୋଡରେ ଆଡେଇ
ଏମାନେ ମୁକ୍ତିର ପଥରେ
ଜ୍ଯୋତିରିଙ୍ଗଣ ପରି
ମୋବାଇଲର ଏ କଳା ପରଦା ପଛରେ
ହସନ୍ତି, ହସରେ ଔଦ୍ଧତ୍ଯର ଝଲକ
ବସନ, ବାସ ବି ନଥାଏ
ଆହୁରି କେତେ କ’ଣ!
କୁହନ୍ତି!
ନା.. ନା..
ଲେଖନ୍ତି କ୍ଯାପ୍ସନ୍ ରେ ‘ମେ ରି ମର୍ ଜି’।।
ପ୍ରଶ୍ନ କରେ
ପାଆନ୍ତି କ’ଣ ଏ ଅବାସ୍ତବ ଦୁନିଆରୁ
ମୁଠାଏ ଫଲୋଅର୍ସ
ଟୋକେଇଏ କମେଣ୍ଟ
ଆଉ କିଛି ଅଶ୍ଳୀଳ ଇଙ୍ଗିତ
ଏଥିରେ ଉପଭୋଗ କରିନିଅନ୍ତି ଜୀବନକୁ
ସାର୍ଥକ ହେଇଯାଏ ଜୀବନ
ଆତ୍ମା ଲୀନ ହୁଏ ଅବାସ୍ତବ ସାଗର ବକ୍ଷରେ..।।
ରୁଦ୍ର ନାରାୟଣ ଦାଶ, ଖୋର୍ଦ୍ଧା