ଆଶାର କିରଣ
ରାତିଟା କେବଳ ଅନ୍ଧାର ତ ନୁହେଁ
ଝାପ୍ସା ଆଲୁଅରୁ ଟିକେ ଅଛି,
ରାତିଟା କେବଳ ଯାତନା ନୁହଁଇ
ସପନ ବି ସେଠି କିଛି ଅଛି।
ହାରିବାନି କେବେ ଜୀବନେ ଆମେରେ
ଦୁଃଖ ସୁଖ ଲାଗିକି ରହିଛି,
ଅଭିଯୋଗ ଆଜି ଅନେକ ଥିଲେ ବି
ଆଶାର କିରଣ ପଡିଅଛି।
ଘନୀଭୂତ ହୁଏ ପ୍ରଖର ଶୂନ୍ୟତା
ନିରିମାଖି ଏଇ ମନ ତଳେ,
ସମସ୍ୟାର ଏହି ମହାଶୂନ୍ୟତାରେ
ସ୍ଵପ୍ନର ଦୀପଟିଏ ଜଳେ।
ଅସୁବିଧାର ଏ କରାଳ ସମୟେ
ସାହାସ ତ ଭରପୁର ଅଛି,
ଚାଲିଯିବ ଦିନେ ଦୁଃଖର ବରଷା
ମନରେ ଆମ ଆଶା ରହିଛି।
ଜୀବନରେ ଅଛି କେତେ ଯେ ଯାତନା
ତଥାପି ମଣିଷ ହାରିନାହିଁ,
ସବୁ ଅଟେ ସେଇ ପ୍ରଭୁଙ୍କର ମାୟା
କେହି କେବେ ଜାଣି ପାରେନାହିଁ।
ସୌମ୍ୟାଶ୍ରୀ ନାୟକ
ନବରଙ୍ଗପୁର
322 total views, 1 views today
It’s genuinely very difficult in this busy life to listen news on TV, therefore I only use web
for that reason, and take the most recent news.
Amazing things here. I’m very satisfied to look your article.
Thanks a lot and I’m taking a look ahead to touch you.
Will you kindly drop me a mail?