~*ରାଧା*~
ପ୍ରକୃତ ପ୍ରେମର ଯଦି ସଂଜ୍ଞା ଚାହଁ
ତେବେ ପଚାର ଯାଇ ଥରେ ରାଧାକୁ
ଜର୍ଜରିତ ପ୍ରେମର ବେଦନା
ଆଉ ପ୍ରେମର ଗଭୀରତା ସେ ହିଁ କହିବ
ମୀରା ତ ଜାଣିଛି କେବଳ ମଧୁରତାକୁ ।।
ଜୀବନ ଯାକ କେବଳ ଦୁଃଖର
ଚମଡ଼ାକୁ ଦେହରେ ଲଦି
ସେ ବାଟ ଚାଲିଲା…,
ବିନା ଇଚ୍ଛାରେ ମଧ୍ୟ ଏ ସମାଜ ତାକୁ
ଅନ୍ୟ ହାତେ ଟେକିଦେଲା ।।
ତାପରେ ବି କଉ ଖୁସିଗୁଡ଼ାକ
ସେ ପାଇଲା ଯେ
ଘରେ ଶାଶୁ ଓ ନଣନ୍ଦଙ୍କ
କଟୁକଥା ସାଙ୍ଗକୁ
ନିଜ ପ୍ରେମିକକୁ ଝୁରି ଝୁରି
ନର୍କ କରିଦେଲା ସେ ତା ଜୀବନକୁ ।।
ତଥାବି ସେ ସେଇ ଲୁହ ଭିତରେ
ଖୋଜିଲା ପ୍ରେମର ପରିଭାଷା
ସେଇଥି ପାଇଁ ତ ଆଜି ସେ ମହାନ
ଆଉ ଏ ଦୁନିଆ ଗାଇଛି
ତା ପ୍ରେମ ଗୀତକୁ ।।
✒️ *ସଚ୍ଚିଦାନନ୍ଦ ବେହେରା*