March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

*ସପ୍ତକ ପ୍ରତିଯୋଗିତା- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ସଭ୍ୟ/ସଭ୍ୟା ମାନଙ୍କ ଦ୍ଵାରା*

ପ୍ରତିଶ୍ରୁତି(୦୧)

ପତ୍ନୀ ପ୍ରତିଦାନ,
ତିନୋଟି କଳିକା,
ସଯତ୍ନେ ସାଥିରେ ଧରି,
ପତି ଚାଲେ ବାଟ
ଜୀଇଁବା ସାଧନ
ଇନ୍ଧନ ସଂଗ୍ରହ କରି
ପ୍ରତିଶ୍ରୁତି ରକ୍ଷା କରି।

ପରମାନନ୍ଦ ମିଶ୍ର
ଉପଦେଷ୍ଟା/ପୃଷ୍ଟପୋଷକ
*ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ,ଆନ୍ତର୍ଜାତୀୟ ଭାଷା ସାହିତ୍ୟ ଗବେଷଣା ସ୍ଥଳ।*

 

, ପ୍ରତିଶ୍ରୁତି(୦୨)
ତୋ ବିନୁ ଉଛନ୍ନ ସଂସାର ମୋର
ତିନିଟା ଉତାଣି ଛୁଆ ସାଥିର
ବେପାରକୁ ଯାଏ ଛୁଆଙ୍କୁ ବହି
ଜାଳ କାଠ ଧରି ଫେରେ ଆଶାୟୀ
ରୋଷେଇ କରିବି ଖାଇବେ ପିଲେ
ତୋ ସ୍ମୃତିରେ କଟି ଯାଉ ଦୁନିଆଁ
ନ ଦେବି ପିଲାଙ୍କୁ ସାବତ ମାଆ।
-ବିଶ୍ୱେଶ୍ୱର ମାଝୀ-

 

ଜୀବନ ତରୀ(୦୩)
*************
ଜୀବନ ତରୀ ଅଟଇ ଭାରୀ
ଚାଲିଛି ପଥେ ନିର୍ଭିକ ପରି
ଆଗପଛ ପୃଷ୍ଠେ ଧରି ଆତ୍ମଜ
ମଥାପରେ ପେଟ ପାଟଣାସଜ
ଜୀବନ ଇଏ,କହିତ ନୁହେଁ
ଦୁଃଖ ପାହାଡରେସପନ ସଜେଇ
ଜୀବନ ଜଞ୍ଜାଳେ ଆଗେଇଯାଏ ।

ରଂଜିତା ପତି
ଗଂଜାମ

ଏମିତି ବି ଜୀବନ !(୦୪)

ତୁମ ନଥିବା ପଣ ଭାରି କଷ୍ଟ ଦେଉଚି
ଅବିଶ୍ରାନ୍ତ ଯନ୍ତ୍ରଣା ଗୁଚ୍ଛ ପିଛା ଛାଡ଼ିବାକୁ ଅମଙ୍ଗ
କାଠ ବୋଝେଇ ସାଇକେଲ ଚକ ପରି ଜୀବନ ଘୁରୁଛି
ଅନ୍ୟ ପ୍ରୟୋଜନ ବି କିଛି ନାହିଁ ।
ଶିଶୁଙ୍କ କ୍ଷୁଧା ତୃଷ୍ଣା କୁ ମୁଣ୍ଡରେ ମୁଣ୍ଡେଇ
ଚାଲିଛି ମୁଁ ସଂସାର ରଥରେ ।
ମୁଁ ଏବେ ବି ତୁମ ଅପେକ୍ଷାରେ …..

ଶର୍ମିଷ୍ଠା ସାହୁ

ଅନୁଗୁଳ

ତୋ ବିନା ଜୀବନ (୦୫)
ତୁ ଗଲା ପରଠାରୁ ଝୁମୁରି ବୋଉ।

ମୋ ଜୀବନ ଯାଇଛି ବଦଳି।

ମୁଣ୍ଡ ଉପରେ ବୋଝ
ସାଇକେଲ ରେ ଦି,ଜଣଛୁଆ
ଜଣକୁ ଦେହରେ ଜଡେଇ
ଜଞ୍ଜାଳ ସହ ଜୀବନ ବିତୁଛି
ତୁବିନା ମୋ ଦିନ ଏପରି ଯାଏ।

ରୀତା ଅପରାଜିତା ମହାନ୍ତି
🍃ପ୍ଲଟ ନ -୮୩(ସି) ,ଆମ୍ରପଲ୍ଲୀ ,ଭୁବନେଶ୍ବର -୨୧

ବିଚ୍ଛେଦ(୦୬)
ପତ୍ନୀ ବିଚ୍ଛେଦରେ ଭାରାକ୍ରାନ୍ତ
ହୋଇ ଯାଇଛି ହୃଦୟ ମୋର
ସନ୍ତାନର ଦାୟିତ୍ବ ବହନ
ସାଥେ ଦେବାକୁ ମୁଖେ ଆହାର
ଶିରେ ବୋହିଛି ଜଞ୍ଜାଳ ଭାର
ବିଧାତାଙ୍କର ଏଇ ବିଧାନ
ପାଳିବାକୁ କରୁଛି ସଂଗ୍ରାମ॥
ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର,ପୁରୀ

ସପ୍ତକ(୦୮)

ପିଲା ତିନିଙ୍କ ସୁଖିଲା ମୁହଁରେ
ଫୁଟାଇବା ପାଇଁ ହସ
ଜୀବନ ସଂଗ୍ରାମ କରୁଛି ନିତି
ଯୋଗାଡୁଛି ଖାଦ୍ୟ ଶସ୍ୟ
ଜାଳିବ ଜାଳେଣି କାଠ
ସାଇକେଲ ଚକ ଗଢୁଛି ଆଗକୁ
ଧରି ଜୀବନ ଯନ୍ତ୍ରଣା କଷ୍ଟ ।

ଜମ୍ବେଶ୍ବର ଦଳାଇ
ଶିକ୍ଷକ
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
ମିନାପାଇ, ଲକ୍ଷ୍ମୀପୁର, କୋରାପୁଟ
ମୋ ୯୨୩୮୫୪୨୪୭୮

◆◆ନିରୀହ◆◆(୦୯)

ଗରିବ ଅଟେ ମୁଁ ତିନୋଟି ସନ୍ତାନ
ନିରୀହ ଅଟଇ ଆମ ତନ ମନ
ପେଟ ପାଇଁ ଖଟି ଯାଏ ସବୁଦିନ
ମୁଣ୍ଡେ ବୋଝ ମୋ’ ସାଇକେଲ ବାହାନ
ଦୁଃଖ ସୁଖ ସହିଯାଏ ନୀତିଦିନ
ଦିବାରାତ୍ରୀ ଅଟେ ମୋ’ ପାଇଁ ସମାନ
ସନ୍ତାନ ପାଇଁ ସମର୍ପିତ ଜୀବନ ।।

🥀🥀🥀🥀🥀🥀🥀🥀🥀

ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ
ପ୍ରତିଯୋଗିତା ନ (୧୬)

ତପନ କୁମାର ଦାଶ୍
ଶିକ୍ଷକ,କେସିଙ୍ଗା,କଳାହାଣ୍ଡି
ଓଡିଶା,766012
📲୯୪୩୮୪୧୫୯୫୫

ପିତା
(ସପ୍ତକ)(୧୦)

ପଡୁପଛେ ପଥେ ଦୁର୍ଭାଗ୍ୟର ଗାଡ
ସଂସାର ସଜାଡୁ ପଛେ ଯେତେ ଜାଡ
ଚାଲୁଛି….. ଚାଲିବି ପଡିବିନି ଥକି
ଜୀବନରେ….ବୁଜିବା ଆଗରୁ ଆଖି ।
ସରଳ-ନିଷ୍ପାପ ତିନି ପ୍ରାଣୀଙ୍କର
ପେଟ ଚାଖଣ୍ଡେ ମୋ ଜୀବନ ଅସାର
ତେବେ ମୁଁ ସାଜିବି ପିତୃ କଳେବର ।

ଛବି ରାଣୀ ପତି ମଧ୍ୟ ଶାସନ
ବିରିଡ଼ି , ଜଗତସିଂହପୁର ।।
ଫୋନ୍ -୯୩୩୭୯୬୦୦୬୦

“କର୍ତ୍ତବ୍ୟ ହିଁ ଭଗବାନ” (୧୧)
*************

ଜାୟାର ବିଚ୍ଛେଦେ ହୋଇନି ବିମୁଖ
ଦୃଢ଼ ମନୋବଳ ଆଗେଇ ନେଉଛି
ପିତାର କର୍ତ୍ତବ୍ୟ ତଥା ଜୀବିକା ପଥେ
ତିନି ସନ୍ତାନର ଲାଳନ ପାଳନେ
ପେଟ ପାଟଣା ପାଇଁ ଝଡ଼ଝଞ୍ଜା ସହି
ଠିକ୍ ବୁଝିପାରିଛି ଜୀବନକୁ
ଜାଣିଛି “କର୍ତ୍ତବ୍ୟ ହିଁ ଭଗବାନ” ।
——–————————
ପ୍ରେମାନନ୍ଦ ବେହେରା
ପଦ୍ମପୁର, ଜିଲ୍ଲା – ବରଗଡ଼
ଜନ୍ମ – ୨୪ ଜୁନ ୧୯୭୩

 

(୧୨)
ଶୀର୍ଷକ-ଧନ୍ଯ ଜଗତ ଠାକୁର

ଗରିବ ହେଲେବି ଦୁଃଖ ନାହିଁ ମୋର
ସୁଖରେ ଚଳେ ସଂସାର
ପରିବାର ବୋଝ ବଡ଼ ଅସହଜ
ଭାବନା ନାହିଁତ ମୋର।
ପ୍ରକୃତି ମୋ ଆପଣାର
ପେଟ ପାଇଁ ମୋତେ ହାତ ଦେଇଛନ୍ତି
ଧନ୍ୟ ଜଗତ ଠାକୁର।।
—————-
ଅନାମ ଚରଣ ସାହୁ
ବିଭୂତିପୁର, କାକଟପୁର, ପୁରୀ
ମୋ-୯୯୩୭୨୧୦୨୬୦

(୧୩)

**ଜୀବନ ପଥ**
ଜୀବନ କା ପାଇଁ କଣ୍ଟାର ପଥ,
ସହିବାକୁ କରେ କଠୋର ବ୍ରତ ।
ସଂସାରର ବୋଝ କାନ୍ଧରେ ବୋହି,
ହସି ହସି ଦୁଃଖ ଯାଉଛି ସହି।
କରିନାହିଁ କେବେ ହୁରି ଗୁହାରି,
ମାନ ଅଭିମାନ ପଛକୁ କରି,
ଏଇତ ଜୀବନ ସହିବାକୁ ହେବ ସବୁ ଯାତନା ।
**ସୁକାନ୍ତି ମହାନ୍ତି, ଖାରବେଳ ନଗର ଭୁବନେଶ୍ବର **

(୧୪)

*ଅଳପ ସୁଖକୁ ,ଲୁହ ଅପାର…*

ମଳିଆ କୋଚଟା ପୋଷାକପିନ୍ଧି
ବିତାଏଜୀବନତିନିକଳିକାଘେନି
ଦୁଃଖ କୁ ନିଜର ସୁଖ ମଣି ପର
ଜୀବନ-ଜୀବିକା ବାନ୍ଧିଛି
ସଂସାର ଭିତରେ ଜନମ ନେଇ
ତୁମ ଇଛା ବଳେ ବୋହିଚାଲିଛି
ମୁଁପାପି,ଗୋଲକଧନ୍ଦାରେମରୁଛି……………..
*ସାଧନା ପଣ୍ଡା, ଭୁବନେଶ୍ବର*

(୧୫)

(ପ୍ରତିଯୋଗିତା-୧୬)
ମୋ ସଂସାର
**********
ଘରଣୀ ଆଣୁଛି କଳସୀରେ ପାଣି
ଚାଲି ଚାଲି ପଛେ ଆସେ
ତିନୋଟି ପିଲାଙ୍କୁ ସମ୍ଭାଳି ଚାଲିଛି
ସଂସାର ମୋ ସତେ ହସେ
ଜୀବନ ଜୀବିକା ଚାଲିଛି ସ୍ବଛନ୍ଦେ
ଲୋଡା ନାହିଁଁ ବଇଭବ
ହୃଦେ ସାଇତିଛି ସ୍ନେହ ଆଉ ପ୍ରୀତି ଭାବ।
********
ସୁଦର୍ଶନ ମହାପାତ୍ର, କୁଞ୍ଜବିହାରୀ ଲେନ,କଟକ

(୧୬)

ପ୍ରତିଯୋଗିତା ସଂଖ୍ଯା -16

🌹ସାହା ସେ ଈଶ୍ବର 🌹
………………………………..
ଅର୍ଦ୍ଧାଙ୍ଗିନୀ ଗଲା ଅଧାବାଟେ ଛାଡି
ଦେଇ ପ୍ରେମ ଫୁଲକଢି ମୋ ହାତେ,
ସେ ପ୍ରେମ ଆଦରି ସାଇକେଲେ ଧରି
ଆଣି ଯାଏ କାଠ; ନିତି ମୂଲକରି ,
ଆଗକୁ ରହିଛି ପଥ ବହୁ ଦୂର
ନାହିଁ ମୋର କିଛି, କାହାକୁ ଯେ ଡର ସାହା ସେ ଈଶ୍ବର ଚଳାଏ ସଂସାର ।।
…………………………….

ସହଦେବ ବେହେରା,
( କ୍ଷେତ୍ର ସଂଯୋଜକ, କେନ୍ଦୁଝର ,)
ସୂର୍ଯ୍ୟୋଦୟ ଭାଷାପ୍ରତିଷ୍ଠାନ
ଦୂରଭାଷ – 9438200870
ଜନ୍ମ -15-03-1973

(୧୭)

*ଏମତି ଜଣେ ମଣିଷ*
ଜୀବନ ତରୀରେ ଦାମ୍ଭିକ ପଥିକ ସାଜି ।
ଦୁଃଖର ପାବଚ୍ଛେ ପାଦକୁ ଥାପି।
ପ୍ରାଣପ୍ରିୟା ପତ୍ନୀର ବିୟୋଗ ପରେ ।
ଆତ୍ମଜମାନଙ୍କ ଦାୟିତ୍ବ ତୁଲାଏ ।
ମୁଖେ ମୁଠାଏ ଆହାର ଦେବାପାଇଁ
ଜଞ୍ଜାଳ ସହ ଜୀବନ ବିତାଏ
ମୁଣ୍ଡ ଉପରେ ବୋଝକୁ ଲଦେ,ସାରା ଜୀବନ ସେଇ ।

ଡା. ଗାୟତ୍ରୀ ସାହୁ

ଗଞ୍ଜାମ

(୧୮)

ପିତୃତ୍ୟ
~~~~
ତିନି ତିନିଟା ପିଲାର ବାପାଟିଏ
ଗରୀବ ଶ୍ରେଣୀର ଲୋକ ସିଏ
ପିତୃତ୍ୟ କର୍ତ୍ତବ୍ୟର ଦ୍ବାହି ଦେଇ
ଚାଲିଛି ଲକ୍ଷ ପଥରେ କଷ୍ଟ ସହି
ଜଙ୍ଗଲ ଯାଇଛି ସେ ଇନ୍ଧନ ପାଇଁ
ସାଥିରେ ଯାଉଛି ତା ପିଲାଙ୍କୁ ନେଇ
ତାଙ୍କ ପାଟିରେ ଆହାର ଦେବାପାଇଁ |

ସଂଯୁକ୍ତା ସାହୁ
ରାହାମା
ଜଗତସିଂହପୁର
ମୋ-୭୩୭୭୨୮୭୦୦୮

(୧୯)

ତୁମେ ଗଲା ପରେ
*************
ଦୁଃଖ ମୋ ନିଜର ଅଟେ ସୁଖ ମୋର ପର,
ତୁମେ ଗଲାପରେ ମୋର ବଢିଯାଏ ଭାର l
ଆଗ ପଛ ମୋର ସବୁ ଅଟେ ଭବିଷ୍ୟତ,
ସେମାନଙ୍କ ପାଇଁ ମୁଁହି ବହେ ଆଜି ବୋଝ l
ଦୁଃଖ ସୁଖ, ଭଲମନ୍ଦ ରଚିଛନ୍ତି ବିହି
ସଂସାର ମଧ୍ୟରେ ଘର କରିଥିଲେ ସହି,
ଗୁହାରି କରିବି କାହା ଆଗରେ ବା ମୁଁହି l
********************
ପ୍ରିୟମ୍ବଦା ରାଉତ, କୁଡ଼ୁମୁଲୁଗୁମ୍ମା,
ମାଲକାନଗିରି l

(୨୦)

ଭାଗ୍ୟକୁ ଆଦରି ଦୁଃଖକୁ କରିଛି ସାଥି
ସଂସାରରଥକୁ ଚଳାଇବା ପାଇଁ
ଜୀବନ ନଉକା ଆଗକୁ ନିଏଭିଡି
ପିଲାଙ୍କୁ ସାଙ୍ଗରେ ମୁଁ ଘେନି
ମା ଗଲାଦିନୁ ପିଲାକୁ ପାଳିବାକୁ
ଏ ମିଛଦୁନିଆର ଛତ୍ରଛାୟା ତଳେ
ସଂଗ୍ରାମ କରେ ପେଟର ଭୋକ ମେଣ୍ଟାଇବା ପାଇଁ

ତେଜସ୍ଵିନୀ ସାମଲ
ରାଜକନିକା କେନ୍ଦାପଡା

(୨୧)

ସପ୍ତକ _ ମାତୃତ୍ଵ
*****************

ନିରୀହ ହୃଦୟ ସହ ବନ୍ଧା
ତିନୋଟି ନିପ୍ପାପ ପ୍ରାଣୀ
ମାତୃତ୍ବ ର ଅମୃତ ଝରୁଛି
କ୍ଷଣିକୁ କ୍ଷଣି
ଅମାପ ଅକଳନୀୟ ତା
ମମତା ର ହିସାବ
କର୍ତ୍ତବ୍ୟ ପଥେ ରତା ସାରା ଅବୟବ ।।
(କଲ୍ୟାଣୀ ହୋତା, ପାରାବେଢା,ଶ୍ରୀରାମ ନଗର,ଜୟପୁର, କୋରାପୁଟ)

(୨୨)

ସଂସାର ଚକକୁ ଜୀବନପଥରେ
ବାହିନିଏ ବୋହି ଥାଳ
ଅତୃପ୍ତ କାମନା ତୃପ୍ତ ପରିବେଶ
ସ୍ନେହ ମମତାର ମେଳ ।
ଆଗରେ ଆଲୋକ କିବା ଅନ୍ଧକାର
ରହିଛି ତ ଜଣାନାହିଁ
ତଥାପି ଚାଲିବା ପଣ କରି ଆମେ
ହସ କୁ ଓଠରେ ନେଇ ।।

ଦୀପ୍ତି ଦେବଦର୍ଶିନୀ ସୁତାର
ଓରାଳି ,ହାଟଡିହୀ, କେନ୍ଦୁଝର-758083

(୨୩)

(ପ୍ରତିଯୋଗିତା ପାଇଁ)
(*ସପ୍ତକ*)

*ନିର୍ଭୀକ*
ମୁଣ୍ଡେ ବତ୍ତର୍ମାନ ଖରା
ପୃଷ୍ଠେ ବହି ଭବିଷ୍ୟତ
ପେଟ ପାଇଁ ଦାନା
ଶରୀରକୁ କନା
ପ୍ରଗତି ପଥରେ ଏକା
ପଛକୁ ନ ଚାହିଁ
ଟାଣେ ଶଗଡ ନିର୍ଭୀକ ।।।

ଅପର୍ଣ୍ଣା ମିଶ୍ର
ଶ୍ଯାମପୁର,ତୁଳସୀପୁର,ବରୁଣ୍ଡାଇ, ଯାଜପୁର

(୨୪)

ପ୍ରତିଯୋଗିତା-୧୬(ସପ୍ତକ)
*******
କର୍ତ୍ତବ୍ୟ

ସୁଖ ସବୁ ସାଜିଛି ସାତ ସପନ
ସଂସାର ଚକକୁ ଟାଣୁ ଅଛି ଜୀବନ।
ଏକା ସହି ଅସୀମିତ ଦୁଃଖ ବେଦନା
ପିତୃତ୍ୱ ର କର୍ତ୍ତବ୍ୟ କୁ କରିନି ମନା।
ପିଲାଙ୍କୁ ତାର ସାଇକେଲ ରେ ବସାଇ
ଖାଦ୍ୟ ର ଥାଳ କୁ ମୁଣ୍ଡରେ ଥୋଇ
ଘରକୁ ଫେରୁଛି ସାଥେ ଇନ୍ଧନ ନେଇ।

ମମତା ରାଣୀ ଦାଶ
ତିହିଡି,ଭଦ୍ରକ

(୨୫)

ତା୧୩/୦୬/୨୦୨୦ରିଖ
କବିତାୟନ ସୂର୍ଯ୍ୟୋଦୟ ସାହିତ୍ୟାନୁଷ୍ଠାନ ଆୟୋଜିତ
ପ୍ରତିଯୋଗିତା-୧୬
ସପ୍ତକ
ଶୀର୍ଷକ-ହୃଦୟର କଥା

ମୁଁ ଗୋଟେ ମଣିଷ ବଣ ମୂଲକର
ଶିଖିଛି ଜୀବନ-ଜୀବିକା ମୋହର ।
ମାଆ ନାହିଁ ବୋଲି ମୋ ପିଲାଙ୍କୁ କଷ୍ଟ
ନଦେଇ ରଖିବି ସର୍ବଦା ସନ୍ତୁଷ୍ଟ ।
ତାଙ୍କୁ ସଙ୍ଗେ ଧରି ବାହୁଥିବି ତରି
ଅବଶୋଷ ସବୁ ମନରୁ ଲିଭାଇ
ପିତୃ ହୃଦୟକୁ ସାର୍ଥକ ଯେ କରି ।

ବିନୋଦିନୀ ଦାଶ, ଯାଜପୁର
ମୋ-୯୪୩୯୨୦୫୧୬୬
ଜନ୍ମ ତାରିଖ-୦୭/୦୭/୬୬

(୨୬)

ପ୍ରତିଯୋଗିତା- ୧୬
***ସପ୍ତକ****
*ଓଟ*
ମୁଣ୍ଡରେ ବୋଝ
କୁଜରେ ବ୍ରଜ
ସଞ୍ଜକୁ ଭରଷା ନାହିଁ
ଜୁଆଳି ଯୋତ
ଅତୀତ ଓଟ
କାଠେଇ ଟପେ ଯେତେ ଶଙ୍କଟ
ଥକି ଅଟକି ନାହିଁ ।।।

***ସୁପ୍ରିୟା ମିଶ୍ର**
ଯାଜପୁର

(୨୭)

ପ୍ରତିଯୋଗିତା କ୍ର ନ-୧୬
୧୩। ୬। ୨୦୨୦
ସପ୍ତକ
ଶୀର୍ଷକ- ବାପା

ନାହିଁ ଗାଡି, ଘୋଡା
ଦାମି ଖେଲଣା
ବାପା ସାଇକଲ
ଆମ ଦୁନିଆ
ସ୍ନେହ ,ସମୟ ଆମ ପାଉଣା
ମାଁ ନାହିଁ ବୋଲି
କରିନି ଉଣା

ଧରିତ୍ରୀ ଦେବତା
ରାମପୁର, ସୁବର୍ଣ୍ଣ ପୁର
ଜନ୍ମ-୭। ୬। ୧୯୮୬

(୨୮)

“ପିତା”
‐‐‐‐‐‐‐‐‐‐‐‐‐‐‐
ଗରିବ ଜୀବନ ରେ
କେତେ ଝଡଝଞ୍ଜା

ପିତାହିଁ ସ୍ବର୍ଗ

ସର୍ବାଗେଂ ନେଇ ବୋଝ ା
ଛୋଟଯାନ ପିଲାକଂ ପ୍ରତି ା
ମାଆଠୁ ବଳି ପ୍ରେମ
ଘରେ କରେ ରନ୍ଧା ା

ଶୋଭାଗିନୀ ନନ୍ଦ
ଜୟପୁର ( କୋରାପୁଟ )

(୨୯)

ପ୍ରତିଯୋଗିତା କ୍ର – ୧୬

ମାତା ମୁଁ ପିତା ମୁଁ
ବାୟୁ ହୀନ ଯାନେ ବୋହେ ବୋଝ
ପେଟ ଚାଖଣ୍ଡେ ଚାଖଣ୍ଡେ
ଚାରି ଚାଖଣ୍ଡ ପାଇଁ କରେ କେତେ କଷ୍ଟ
ଦୁଃଖ ନବୁଝିଲେ ନବୁଝ ପଛେ
ଗଡ଼ାଇ ନିଅ ହେ ମୋ ସଂସାର ରଥ
ଆହେ ଜଗତର ନାଥ।

✍🏻ଦିନେଶ ନନ୍ଦିନୀ ବେହେରା
କଟକ ସଦର, କଟକ

(୩୦)

ସପ୍ତକ (ପ୍ରତିଯୋଗିତା ପାଇଁ )
ତୁମେ ଗଲା ପରେ
************-**
ଦୁଃଖ ମୋ ନିଜର ଅଟେ ସୁଖ ମୋର ପର,
ତୁମେ ଗଲା ଦିନୁ ମୋର ବଢିଯାଏ ଭାର l
ଆଗ ପଛ ମୋର ସବୁ ଅଟେ ଭବିଷ୍ୟତ,
ସେମାନଙ୍କ ପାଇଁ ମୁହିଁ ବହେ ଆଜି ବୋଝ l
ଦୁଃଖସୁଖ, ଭଲମନ୍ଦ ରଚିଛନ୍ତି ବିହି,
ସଂସାର ମଧ୍ୟରେ ଘର କରିଥିଲେ ସହି,
ଗୁହାରି କରିବି କାହା ପାଖରେ ବା ମୁହିଁ ?
****************
ପ୍ରିୟମ୍ବଦା ରାଉତ, କୁଡ଼ୁମୁଲୁଗୁମ୍ମା, ମାଲକାନଗିରି l

(୩୧)

ପ୍ରତିଯୋଗିତା କ୍ରମିକ ନ- ୧୬
ଦୁଃସମୟ
କୋଭିଡ-୧୯ -ରାକ୍ଷସ ବ୍ୟାପିବା ଯୋଗୁଁ
ଏହି ଲକଡାଉନ ସମୟରେ
ଦିନ ମଜୁରିଆ ସ୍ତ୍ରୀହୀନ ପିତାଟିଏ
ତିନି କଳିକାକୁ ସାଇକେଲରେ ଧରି
ଭିଟାମାଟିକୁ ଫେରିବାର ପ୍ରୟାସ କରି
କ୍ଷୁଧା ପାଇଁ ରୋଷେଇ ବ୍ୟବସ୍ଥା କରି
ଜୀବନ ଜୀଇଁବାର ସଂଗ୍ରାମରେ……

ତପସ୍ୱିନୀ ସାହୁ
ବରଗଡ଼

(୩୨)

ପ୍ରତି ଯୋଗିତା କ୍ରମ ସଂଖ୍ୟା:-(୧୬)
ସପ୍ତକ ଶୈଳୀ କବିତା।
କବିତାର ଶୀର୍ଷକ:-🌷ଜଗନ୍ନାଥ ଭରସା🌷
🕉️🕉️🕉️🕉️🕉️🕉️🕉️🕉️🕉️
ଅର୍ଦ୍ଧାଙ୍ଗିନୀ ଗଲା ଅଧା ବାଟରେ
ତିନି ଛୁଆଙ୍କର ଭାର ମୋ ପରେ।
ଶୂନ୍ ଗାଡିଟା ମୋ ହୋଇଛି ସାହା
ବାପାର କର୍ତ୍ତବ୍ୟ ମା’ର ମମତାଯାହା।
ଏକା ମୁଁ ତୁଲାଇ ଗଢିବି ତାଙ୍କୁ
ନ ଖୋଜିବେ ସେହି କେବେ ମାଆଙ୍କୁ।
ଭରସା ମୋ ଜଗନ୍ନାଥଙ୍କୁ।
🌷🙏🌷🙏🌷🙏🌷🙏🌷
ସ୍ବକୀୟ ସୃଷ୍ଟି,
(ଭାସ୍କର ରାଉତ,ଦେବମାୟା ଭବନ,ଶେରଗଡ଼,ଗଞ୍ଜାମ।)
#୯୭୭୬୪୮୬୬୨୮#

(୩୩)

ସପ୍ତକ —ମାତୃତ୍ୱ
*******************
ନିରବ ହୃଦୟ ଅକୁହା ସ୍ନେହ
ବାଣ୍ଟି ଜଗତରେ ହୁଅଇ ବଡ଼
ଦେଖି ସମୟକୁ, କରି ଯତନ
ପାଳେ ପରିବାର ଜୀବନ ଦେଇ
ବିଶାଳ ହୃଦୟ, ବିଶାଳ ମନ
ବାନ୍ଧେ ଶକ୍ତ ରଜ୍ଜୁ, ମମତା ଛୁଇଁ
ତା ତ୍ୟାଗ କେ ପାରିବ ଭୁଲି l

ନଳିନୀ କାନ୍ତ ପାଢ଼ୀ

(୩୪)

( -ସୂର୍ଯ୍ୟୋଦୟ ପ୍ରତିଯୋଗିତା ନଂ-୧୬ )
🚲🚲ଶୂନଗାଡି🚲🚲 ସପ୍ତକ (septet)
ସମସ୍ୟା ବହୁଳ ଜୀବନେ ମୋହର
ରାହା ମାତ୍ର ଶୂନଗାଡି…..
ତିନି ଛୁଆ ଧରି ଆନନ୍ଦ ମନରେ
ପଥ ଯାଏ ଗଡି ଗଡି ……..।
ଘରଣୀ ମୋହର ଚାହିଁ ଅଛି ବସି…
ନେଲେ ଜଳ,କାଠ ରୋଷେଇ କରିବ
ଆନନ୍ଦ ମନରେ ହସି ହସି ……।
ସୁଧାଞ୍ଜଳି ମିଶ୍ର,ବ୍ରହ୍ମପୁର(ଗଂଜାମ)

(୩୫)

………..ଗରିବ ମୁହିଁ………..

ଗରିବ ମୁହିଁ
ଭଗବାନ କେତେ ନିଷ୍ଠୁର ହୋଇ
ପତ୍ନୀକୁ ନେଲେ
ତିନୋଟି ପିଲାର ଦାୟିତ୍ୱ ଦେଲେ |
କଥା ଦେଇଛି ସ୍ତ୍ରୀକୁ ରହି
ଯେତେ କଷ୍ଟ ହେଉ ମଣିଷ କରିବି
ଦୁଃଖ ଦେବିନାହିଁ ପିଲାଙ୍କୁ ମୁହିଁ |

ଶରତ ଚନ୍ଦ୍ର ପଣ୍ଡା, ଶିକ୍ଷକ, ଡେଂଗାଡ଼ି, ଗଞ୍ଜାମ |
ଫୋନ ନଂ -9938693319.

(୩୬)

ପ୍ରତିଯୋଗିତା ନଂ-୧୬
ତା ୧୩~୦୬~୨୦୨୦,ଶନିବାର
ସପ୍ତକ:- ଏଇତ ଜୀବନ
*************************
ତିନୋଟି ସନ୍ତାନ ଶୂନ ଗାଡି ଯାନ
ମୋ ପାଇଁ ଦିନ ରାତି ସବୁ ସମାନ
ଘରଣି ରାଣୀ ଛାଡି ଗଲାଣି ସେହି
ସେବେଠୁ ବାପା ମାଆ ଅଟଇ ମୁହିଁ
ଭୋକିଲା ପେଟେ ଦେବି ମୁଁ ମୁଠେ ଦାନା ସନ୍ତାନ ମୋର ନପାଆନ୍ତୁ ଯାତନା  ଦୃଢ ମନେ କରିଛି ମୁହିଁ ଭାବନା ।।
ଶ୍ରୀ କେ, ତ୍ରିମୂଲା ଆଚାରୀ
ଜନ୍ମ- ତା ୧୩~୧୦~୧୯୮୦
ଶେରଗଡ, ଗଞ୍ଜାମ,ଓଡିଶା ।

(୩୭)

ପ୍ରତି ଯୋଗିତା ’16
*******************-
ଜୀବନର ଦୁଃଖ କହିବି କାହାକୁ
ତିନି ଛୁଆ ଛାଡି ମା ‘ଚାଲିଗଲା
ପୂର୍ବ ପ୍ରେମିକ ସାଥିରେ –
ରକ୍ତ ମାଂସର ସଂସାର ବୋଝ
ବୋହୁଛି ନିଜେ ଶୂନ ଗାଡ଼ିରେ
ପେଟ ପାଇଁ ନାଟ କରିବାକୁ ପଡେ
ସାଥିରେ ଥାଏ ସବୁ ସରଞ୍ଜାମ l
#################
ମନୋଜ କୁମାର ଦାସ, କେନ୍ଦ୍ରାପଡା
9937178755’7008815983
ଜନ୍ମ :01″06″1973

(୩୮)

💐💐 ଜୀବନ ସଂଗ୍ରାମ 💐💐
*************************
ପିଲା ତିନିଙ୍କ ସୁଖିଲା ମୁହଁରେ
ଫୁଟାଇବା ପାଇଁ ହସ
ଜୀବନ ସଂଗ୍ରାମ କରୁଛି ନିତି
ଯୋଗାଡୁଛି ଖାଦ୍ୟ ଶସ୍ୟ
ଜାଳିବ ଜାଳେଣି କାଠ
ସାଇକେଲ ଚକ ଗଢୁଛି ଆଗକୁ
ଧରି ଜୀବନ ଯନ୍ତ୍ରଣା କଷ୍ଟ ।

ଜମ୍ବେଶ୍ବର ଦଳାଇ
ଶିକ୍ଷକ
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
ମିନାପାଇ, ଲକ୍ଷ୍ମୀପୁର, କୋରାପୁଟ
ମୋ ୯୨୩୮୫୪୨୪୭୮

(୩୯)

*ଜୀବନ ଯାତ୍ରା*
🌼🌼🌼🌼🌼
ସଂସାର ବୋଝ କୁ ବହି ମୋ ଶୂନ ଗାଡି,
ବଇଶାଖୀ ଝାଂଜି ରେ ସେ ଯାଉଛି ମାଡି,
ମୋ ଘରକରଣା କାଠ ଜାଳ କୁ ଧରି,
ତା ସାଥେ ମୋ ତିନି ଛୁଆ ମାଡିଆ ଭାରି,
ଜଗା ପଦେ ସୁମରି,
ଅରକ୍ଷିତ କୁ ଦଇବ ସାହା ଟି ହୋଇବ
ଜୀବନ ଯାତ୍ରା ରେ କେବେ ଯିବିନି ହାରି ।
🌻🌻🌻🌻🌻🌻🌻🌻
ପ୍ରତାପ କିଶୋର ରାଉତ
ଶିକ୍ଷକ ,ଚମ୍ପକେଶ୍ୱର ହାଇସ୍କୁଲ
ପୋଇପାଣି, କେନ୍ଦୁଝର
ମୋ-8327725033

(୪୦)

ଅନାବିଳ ପିତୃତ୍ୱ

ପିତୃତ୍ୱ କୁ ସିଏ
ସମ୍ମାନ ଦେଉଛି
ମା ଛେଉଣ୍ଡ କୁ ଦେଖି
ଜୀବନକୁ ବାଜି
ଲଗାଇ ଦେଇଛି
ସନ୍ତାନ କୁ କରି ସୁଖୀ
ନିଜେ ହୋଇ ମହା ଦୁଖୀ।

କାଦମ୍ବିନୀ ପରିଜା
ଜଗତସିଂହପୁର

(୪୧)

 

କର୍ତ୍ତବ୍ୟ
ମୁଣ୍ଡ ଝାଳ ତୁଣ୍ଡରେ ମାରି
ଚଳାଇଛି ଯିଏ ଜୀବନ ଗାଡି
ସବୁ ଯନ୍ତ୍ରଣା କୁ ପଛକୁ ଦେଇ
ସଭିଙ୍କ ମୁହଁ ରେ ହସ ଫୁଟାଇ
ସାଜି ନାହିଁକେବେ କାହା ବଇରୀ
ଜୀବନ ଯୁଦ୍ଧରେହାରିନାହଁ କେବେ
ମାଆ ଛେଉଣ୍ଡ ପିଲାଙ୍କୁ ଧରି ।

ଶ୍ରୀମତୀ ରୁକ୍ମଣୀ ସାହୁ

ଉପସଭାପତି, ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ

(୪୨)

ପିତା

ଜନକ ଅଟଇ ସବୁ ଠାରୁ ପ୍ରିୟ
ଅନୁଶାସନରେ ଚିର ବନ୍ଦନୀୟ l
ତାଙ୍କର ଆଦେଶ ପାଳନ କରିବି
ଜୀଵନ ପଥରେ ଅଗ୍ରଗତି ହେବି l
ପିତା ମୋର ସ୍ୱର୍ଗ ଅଟଇ ମୋ ଧର୍ମ
ତାଙ୍କରି ଗାରିମା ମୋ ଜୀଵନ କର୍ମ
ତାଙ୍କ ସେବା ଯତ୍ନେ ହେବି ମୁହିଁ ଧନ୍ୟ l

ବାସନ୍ତୀ ଲତା ଜେନା, ଗାନ୍ଧିନଗର, ନବରଙ୍ଗପୁର, ମୋ :8658655979

(୪୩)

ଜୀବନ ଜଞ୍ଜାଳ
ସପ୍ତକ ପ୍ରତିଯୋଗିତା
୧୩/୦୬/୨୦
ଜୀବନ ଜଞ୍ଜାଳ ବଡ଼ କରୁଣ
ପାଖରେ ନଥାଏ ଯେଵେଟି ଧନ
ପରିବାର ବୋଝ ହୁଏ ବିଷମ
ଦିନ ମଜୁରିଆ ଖଟଇ ଦେଖ
ତ୍ୟାଗ କରିଅଛି ନିଜର ସୁଖ
ଛେଉଣ୍ଡ ପିଲାଙ୍କୁ କରିବ ବଡ
ଶ୍ରମ ସାଥେ କରେ ମନକୁ ଦୃଢ଼।

ନଳିନୀ ପ୍ରଭା ମିଶ୍ର

(୪୪)

ସପ୍ତକ
*ଭ୍ରମଣ*

ଭ୍ରମଣ କରୁଛି ସନ୍ତାନକୁ ଧରି
ଘର ନାହିଁ ଯାଉଛି ମୁଁ.. କାଠ ଧରି
ମୁଣ୍ଡରୁ ବୋଝ ଯେ, ଯାଉଅଛି ସରି
ଆଶ୍ରୟ ମାଗିବି କାହା ପାଖେ ବସି
ଅଳି କଲେ କଣ ଖୁଆଇବି ହସି
ଅନେକ ଚିନ୍ତା ହୃଦୟେ ଅଛି ଲୁଚି
ଯନ୍ତ୍ରଣା ଦେବିନି ପିଲାମାନଙ୍କୁ କିଛି

ନାମ-ଗେଲାମଣି ପ୍ରଧାନ
ଗ୍ରାମ-ଲୁହାଗୁଡ଼ି
ଜିଲ୍ଲା-ଗଜପତି

(୪୫)

ସପ୍ତକ
*ଭ୍ରମଣ*

ଭ୍ରମଣ କରୁଛି ସନ୍ତାନକୁ ଧରି
ଘର ନାହିଁ ଯାଉଛି ମୁଁ.. କାଠ ଧରି
ମୁଣ୍ଡରୁ ବୋଝ ଯେ, ଯାଉଅଛି ସରି
ଆଶ୍ରୟ ମାଗିବି କାହା ପାଖେ ବସି
ଅଳି କଲେ କଣ ଖୁଆଇବି ହସି
ଅନେକ ଚିନ୍ତା ହୃଦୟେ ଅଛି ଲୁଚି
ଯନ୍ତ୍ରଣା ଦେବିନି ପିଲାମାନଙ୍କୁ କିଛି

ନାମ-ଗେଲାମଣି ପ୍ରଧାନ
ଗ୍ରାମ-ଲୁହାଗୁଡ଼ି
ଜିଲ୍ଲା-ଗଜପତି

(୪୬)

ପ୍ରତିଯୋଗିତା କ୍ରନଂ- ୧୬
ଶୀର୍ଷକ- ଦାୟିତ୍ବ ବୋଧ ବାପା (ସପ୍ତକ)

ମିନାକ୍ଷୀ ବ୍ରହ୍ମ,

ଶ୍ରମ କରି ପେଟ ପୋଷେ ଅଟେ ଭୂମି ହୀନ
ମାତୃ ହରା ସନ୍ତାନକୁ ଧରି କାଟେ ଦିନ
ଯହିଁଁ ଯାଏ ତହିଁ ନିଏ ଛୁଆଙ୍କୁ ତାହାର
ମୁଣ୍ଡରେ ମୁଣ୍ଡେଇ ଥାଏ ଛୁଆଙ୍କ ଆହାର
ସୁନୁଗାଡି ସାଥି ହୁଏ ପଛେ ବନ୍ଧା କାଠ
ପୁରୁଷ ହୋଇ ହାରିନି ଭୁଲି ନିଜ କଷ୍ଟ
ମାଆ ପରି ସାଇତିଛି ଭାଙ୍ଗି ନିଜ ବାଟ ।

ଖଙ୍କିରା ,ଗନ୍ଦିଁଆ, ଢେଙ୍କାନାଳ
ଫୋନ୍ ନମ୍ବର- ୬୩୭୧୯୫୬୦୦୯
ଜନ୍ମ ତାରିଖ- ୧୭/୦୨/୧୯୬୯

(୪୭)

ସପ୍ତକ = କର୍ତ୍ତବ୍ୟ

ଦୀନ ଦୁଃଖି ଅଟେ ଗରୀବ
ମୋର ଦୁଃଖ କିଏ ହାରିବ,
କାମକୁ ନ ଗଲେ ନ ଚଳେ
ତିନିଟି ଛୁଆ ପାଇଁ ଜଳେ,
ଶୂନ ଗାଡି ମୋ ଖଣ୍ଡେ ଅଛି
ପିଲାଙ୍କୁ ସେଥିରେ ନେଉଛି,
ତା’ ସାଥେ କାଠ ଧରି ଅଛି ll

ବାସନ୍ତୀ ଲତା ଜେନା, ଗାନ୍ଧିନଗର, ନବରଙ୍ଗପୁର l

(୪୮)

ସପ୍ତକ

ଶୀର୍ଷକ – ପିତ୍ରୁତ୍ୱ

ନିରୀହ ଆଖିର ଅସୁମାରୀ ସ୍ବପ୍ନ
ହଜି ଯାଇଛି ଛଅ ନିଷ୍କପଟ ନୟନରେ
ସାହାରା ପାଲଟିଛି କେତେ କାଠ ଗଣ୍ଡି
ଆଉ ମୁଣ୍ଡ ଉପରେ ସିଲଭର ବାସନ ର ବୋଝ
ସଂସାରଯାକର ବ୍ୟଥାକୁ ଅନ୍ତରେ ରଖି
ହସ ଫୁଟେଇବା ନିଶାରେ ଆଗେଇ ଚାଲିଛି
ଧନ୍ୟ ତୁମେ ପିତା ଧନ୍ୟ ତୁମ ତ୍ୟାଗ ।।

ରାଜଶ୍ରୀ ପରିଡ଼ା,ବଙ୍ଗାଳିଡାହୀ ,ପୁରୁଣିଆ ,ମୟୁରଭଞ୍ଜ ,୭୫୭୦୨୮
ମୋ- ୭୩୨୬୦୦୬୦୩୯
ଜନ୍ମ ତାରିଖ – ୨୯.୦୯.୨୦୦୦

(୪୯)

ପ୍ରତିଯୋଗିତା କ୍ର.ନଂ. 16

ସପ୍ତକ
ଶୀର୍ଷକ – ଏ ନୁହେଁ ବୋଝ

ସନ୍ଦେହ ତଵ, ନିଃପତ୍ନୀ -ପିଲା ତିନି…?
ଯିଏ ବି ଫିଙ୍ଗ ଯେଉଁଠି
ଗୋଟାଇ ବୁଦାତଳୁ,ରାସ୍ତାକଡୁ,
ପରିତ୍ୟକ୍ତସ୍ଥାନୁ,ସଯତନେ ପାଳିବି
ନ କରି ଅନାଥ,’ପିତା ‘ର ପରିଚୟ ଦେବି l
ଆଗେ,ପଛେ,ମୁଣ୍ଡେ,ପୃଷ୍ଠେ,
ନୁହେଁ ବୋଝ -ଏ ମୋ ସଂସାର l

କ୍ଷୀରେଶ୍ଵରୀ କିଷାନ
ଗ୍ରାମ -କୁମ୍ଭାର ଡ଼ିହି
ପୋ.ଅ.-କଲେଇ ପୋଷ
ଭାୟା -ଲହୁଣୀ ପଡା
ଜିଲ୍ଲା -ସୁନ୍ଦର ଗଡ଼
ଜନ୍ମ ତିଥି -23-05-1984
ଦୂର ଭାଶ -7205567265

(୫୦)

ପ୍ରତିଯୋଗିତା ପାଇଁ
ଶୀର୍ଷକ:-ଜଟୀଳ ଜଞ୍ଜାଳେ ଜୀବନ ପଥେ
🥺🥺🥺🥺🥺🥺

ଛାଡିଗଲୁ ପ୍ରିୟା, କାହିଁକି ମୋତେ
ଜଟୀଳ ଜଞ୍ଜାଳେ, ଜୀବନ ପଥେ
ଦୁହିଁଙ୍କ ବୋଝକୁ, ଏକା କିପରି
ଉଠାଇବି କହ, ଗଲୁ ସେପାରି ହେ
ନିର୍ବୋଧ ସନ୍ତାନେ ,ଛାଡ଼ି’ ଯେ
ପିତା ହୋଇ ମାତା ,ସାଜିବି କିପରି
ପିଲାଏ ଦିଅନ୍ତି’ ରଡି, ଯେ।

✍🏽ଚିନ୍ମୟୀ ସାହୁ।
ଗ୍ରା:ମୂଳିସିଂ, ସହର
ପୋ :ହରିସିଂପୁର
ତା: ତିର୍ତୋଲ
ଜି:ଜଗତ୍ ସିଂହ ପୁର।
ଜନ୍ମ:୨୦-୦୫-୧୯୮୭.

(୫୧)

ସପ୍ତକ

*ଭ୍ରମଣ*

ଭ୍ରମଣ କରୁଛି ସନ୍ତାନକୁ ଧରି
ଘର ନାହିଁ ଯାଉଛି ମୁଁ.. କାଠ ଧରି
ମୁଣ୍ଡରୁ ବୋଝ ଯେ,ଯାଉଅଛି ସରି
ଆଶ୍ରୟ ମାଗିବି କାହା ପାଖେ ବସି
ଅଳି କଲେ କଣ ଖୁଆଇବି ହସି
ଅନେକ ଚିନ୍ତାଟା ହୃଦେ ଅଛି ଲୁଚି
ଯନ୍ତ୍ରଣା ଦେବିନି ପିଲାଙ୍କୁ ମୁଁ.. କିଛି

ନାମ-ଗେଲାମଣି ପ୍ରଧାନ
ବି.ସି.ଏ
ଗ୍ରାମ-ଲୁହାଗୁଡ଼ି
ଜିଲ୍ଲା-ଗଜପତି

(୫୨)

ସପ୍ତକ—-

*ସମୟ ର ଡାକ*

ଏଇ ମୋର ଖୁସି ଏଇ ଜୀବନ,
ତିନି ଛୁଆ ମୋର ଅମୂଲ୍ୟ ଧନ।

ସାଇକେଲ ଅଟେ ସାହା ଭରଷା,
ଡର ନାହିଁ ଆସୁ ଝଡି ବରଷା।

ମୁଣ୍ଡ ରେ ବୋହିଛି ସଂସାର ବୋଝ,
ଯାଏ ତର ତରେ ଆସୁଛି ସଂଜ।
କାଲି ଅଛି ପରା ରଜମଉଜ ।

ଚାରୁଲତା ଭୂୟାଁ ,
ପଟ୍ଟାମୁଣ୍ଡାଇ , କେନ୍ଦ୍ରାପଡା।

(୫୩)

ପ୍ରତିଯୋଗିତା ନଂ~୧୬
ତା ୧୩~୦୬~୨୦୨୦,ଶନିବାର
ସପ୍ତକ:~ ଜୀବନର ଚଲାପଥେ
***********************
ବୁଢିଆଣୀ ଜାଲର ଘର ସଂସାର ହେଇଗଲା ଦୁଇ ଫାଳ
ସଂସାର ଯାକର ଜଞାଳ ବୁହାଇ କରିଦେଲା ସାତପର
ମାଇପି ଚିନ୍ତା ରେ ଚେଇଁ ଶୋଇବା କୁ ଦିନ ତ ପଡଇ ସାନ
ସମୟର ଚକକୁ ହାତରେ ଧରି ଘୁରିବୁଲେ ଘୋର ବନ
ନିଜ ଜଞାଳ ବାବୁ ନିଜେ ହିଁ ସମ୍ଭାଳ ନଶୁଣ ଅନାବନା
ରାମ ରାଇଜ ବି ଧୂଳିସାତ ହେବ ପର କଥାକୁ ଚାହାଁନା
ମୁଣ୍ଡରଝାଳ ତୁଣ୍ଡରେ ମାରି ଅଟେ ମୁଁ ସଭିଙ୍କ ଅଧିକାରୀ ।।
ମନୋଜ କୁମାର ପଟ୍ଟନାୟକ
ଜନ୍ମ ତା-୧୬~୦୧~୧୯୬୮
ହିଞ୍ଜଳିକାଟୁ, ଗଞ୍ଜାମ
ଦୂରଭାଷା ~୯୪୩୭୮୧୪୮୦୮

(୫୪)

ପ୍ରତିଯୋଗିତା କ୍ରନଂ- ୧୬
ଶୀର୍ଷକ- ଦାୟିତ୍ବ ବୋଧ ବାପା (ସପ୍ତକ)

ମିନାକ୍ଷୀ ବ୍ରହ୍ମ,

ଶ୍ରମ କରି ପେଟ ପୋଷେ ଅଟେ ଭୂମି ହୀନ
ମାତୃ ହରା ସନ୍ତାନକୁ ଧରି କାଟେ ଦିନ
ଯହିଁଁ ଯାଏ ତହିଁ ନିଏ ଛୁଆଙ୍କୁ ତାହାର
ମୁଣ୍ଡରେ ମୁଣ୍ଡେଇ ଥାଏ ଛୁଆଙ୍କ ଆହାର
ସୁନୁଗାଡି ସାଥି ହୁଏ ପଛେ ବନ୍ଧା କାଠ
ପୁରୁଷ ହୋଇ ହାରିନି ଭୁଲି ନିଜ କଷ୍ଟ
ମାଆ ପରି ସାଇତିଛି ଭାଙ୍ଗି ନିଜ ବାଟ ।

ଖଙ୍କିରା ,ଗନ୍ଦିଁଆ, ଢେଙ୍କାନାଳ
ଫୋନ୍ ନମ୍ବର- ୬୩୭୧୯୫୬୦୦୯
ଜନ୍ମ ତାରିଖ- ୧୭/୦୨/୧୯୬୯

(୫୫)

ପ୍ରତିଯୋଗିତା ନଂ 16
ତା:- 13/06/2020, ଶନିବାର

*ପିତାର ପ୍ରତିଦାନ (ସପ୍ତକ)*

କଥାରେ ଅଛି ମାତୃପ୍ରେମ ସବୁଠୁ ନିଆରା,
ସେ ନିଜ ସନ୍ତାନକୁ ଅନ୍ଧ ଭାବେ ଭଲପାଏ,
କିନ୍ତୁ ଦେଖିପାରନ୍ତିନି କେହି ପିତୃ ପ୍ରେମକୁ l
ଯିଏ ନିଜର ପିଲାମାନଙ୍କ ପାଇଁ କିଛି ବି କରିପାରେ l
ନିଜ ଜୀବନକୁ ବଳିଦାନ ଦେଇପାରେ
ନିଜ ପରିବାରକୁ ଖୁସିରେ ରଖିବା ପାଇଁ,
ଏବଂ ମାତୃହରା ପିଲାଙ୍କୁ ସୁଯୋଗ ଦେଇନଥାନ୍ତି ମା’ର ଅଭାବକୁ ଅନୁଭବ କରିବା ପାଇଁ l

*ମୃତ୍ୟୁଞ୍ଜୟ ସାହୁ*
*ବଡମ୍ବା, କଟକ*
*ମୋ:-9090700601*

(୫୬)

ଘର ବାହୁଡ଼ା
:::::::::::::::::::ଧ୍ରୁବ ଚରଣ ମହାନ୍ତି
ଘର ବାହୁଡ଼ା ସେ ଘର ବାହୁଡୁଛି
ଆଶାର ଆଲୋକ ମନରେ ଭରି
ଜୀବନ ସଂଗ୍ରାମେ ଯୁଝୁଛି ନିଜେସେ
ପିଲା ଛୁଆଙ୍କୁ ତା ସାଙ୍ଗରେ ଧରି
ଶୁଖିଲା ଓଠରେ ଖୁସି ଲହରୀ
ସଂସାର ଜଞ୍ଜାଳ ଜୀବନ ଯୁଦ୍ଧରେ
ଜଣେ ଜଣେ ଯୋଦ୍ଧା ପିଲା ତାହାରି !!!
….……………………………………
କବି : ଗୀତିକାର ଧ୍ରୁବ ଚରଣ ମହାନ୍ତି
ପୃଷ୍ଟପୋଷକ/ସହଯୋଗୀ ସମ୍ପାଦକ
(ସାଂସ୍କୃତିକ ବିଭାଗ,ସୂର୍ଯ୍ୟୋଦୟ ପରିବାର)
ଚକର ପୁର, ଗୌଡ଼ ଗୋପ , ମାହାଙ୍ଗା , କଟକ
୯୬୧୧୨୦୦୫୩୩।

(୫୭)

🏋️‍♂️ଉଦଯୋଗୀ ମଣିଷ 🏋️
🌹🌹‍

ଉଦଯୋଗୀ ମଣିଷ ସଂସାର ପାଇଁକି
ହୋଇଥାଏ ଭାରୀ ଉଦ୍ୟୋଗୀ l
କର୍ମବୀର ସିଏ କର୍ମ ସଦା କରିଥାଏ l
ଜୀବନର ସବୁ ଝଡ, ଝଞ୍ଜାକୁ
ଛାତି ପାତି ସାହିଯାଏ l
ସଂସାର ନାଆଁ ର ନାଉରୀଟେ ସାଜି
ନାଆଁକୁ ଚଳାଇ ଥାଏ l

ମାନସ ରଞ୍ଜନ ଯେନା
ସା – ନିମା,
ପୋଷ୍ଟ – ମାଣ୍ଡ୍ରୁକୁଲା,
ଥାନା – ବସ୍ତା
ଜିଲ୍ଲା – ବାଲେଶ୍ୱର
ପିନ – 756029
ଫୋନ – 6370518900
DOB – 21/06/1999

(୫୮)

….ତା ତହିଁ ସମ୍ଭବ….

ସଂସାର ବୋଝକୁ ମୁଣ୍ଡରେ ମୁଣ୍ଡେଇ
ଜୀବନର ଗାଡି ନିଏ ସେ ଆଗେଇ
କେବେ ଅଟକେନି ତାର ସେହି ଗାଡି
ଯେତେ ବୋଝ ପଛେ ପଡୁଥାଉ ମାଡି
ସେହି ଏକା ସିନା କରି ପାରେ ସୃଷ୍ଟି
ଦେଇ କୃପା ଦୃଷ୍ଟି
ମରୁପ୍ରାନ୍ତରରେ କରି ପାରେ ବୃଷ୍ଟି

ରଞ୍ଜନ କୁମାର ମହାନ୍ତି
ବାଲେଶ୍ୱର
ମୋ–8658574945

(୫୯)

🌹ବାପା🌹
**********
ସୁଖଦୁଃଖ ଭରା ଏଇତ ଜୀବନ
ସଂସାର ଜଂଜାଳେ କଟେ ରାତିଦିନ
ପିଲାଙ୍କ ମୁଖରେ ଯୋଗାନ୍ତି ଆହାର
ସିଏ ପରା ବାପା ଅଟନ୍ତି ଆମର
ତାଙ୍କରି ନାମରେ ଆମ ପରିଚୟ
ଦେଇଥାନ୍ତି ଯିଏ ଅପାର ସେନେହ
ଜୀବନ ହେଉ ତାଙ୍କ ମଙ୍ଗଳମୟ ।।
×××××××××××××××××××××
🌹ମାମିନୀ ଦାଶ 🌹
🌹ଶିକ୍ଷୟିତ୍ରୀ 🌹🌹ଜୟପୁର,କୋରାପୁଟ 🌹

(୬୦)

ସପ୍ତକ— ଏଇତ ଜୀବନ!
##############
ଅତି ସରାଗରେ ପାଳି ଥାଏ
ପରିଶ୍ରମେ ମୁଁ ତାଙ୍କୁ ଖୁଆଏ
ତିନୋଟି ପିଲା, ମୁଁ ଦୁଃଖି ନୁହେଁ
ସାଇକେଲରେ ବୁଲାଇ ନିଏ
ବର୍ଷ-ମାସ-ଦିନ-ଦଣ୍ଡ ନୁହେଁ
ଜୀବନ ମୋଠାରୁ କ’ଣ ଚାହେଁ
କର୍ତ୍ତବ୍ୟର ବୋଝ ମୁଁ ଯେ ବୁହେ।
ପ୍ରତିଯୋଗିତା ପାଇଁ
ସ୍ୱର୍ଣ୍ଣଲତା ପତି ,, ବସନ୍ତ ବିହାର,, ଜୋତିବିହାର,, ବୁର୍ଲା
ସମ୍ବଲପୁର, ଜନ୍ମ-୧୭-୨-୧୯୭୨,,
୮୪୮୦୪୮୮୫୨୭

(୬୧)

ସପ୍ତକ –
ଶୀର୍ଷକ –ସମର୍ପଣ
********
ବୋହି ପାରୁଛି ବୋଲି ତ
ଲଦି ଦେଇଛ ସଂସାର ର ବୋଝ
ସହି ପାରୁଛି ବୋଲି ତ
ଉପହାର ଦେଇଛ ଦୁଃଖ
ବାଟ ଦେଖାଇଛ ବୋଲି ତ
ଚାଲିଛି ମୁଁ ତୁମ ପଥ ଅନୁସରି
ଦୁଃଖ ପଛେ ଦିଅ ସହାୟ ହୁଅ ହରି

*ଇନ୍ଦଇନ୍ଦୁ ବିଶ୍ୱାଳ *

ରାଜ୍ୟ ଅଦକ୍ଷା,ସୂଚନା ଓ ଲୋକ ସମ୍ପର୍କ ବିଭାଗ

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ

(୬୨*)

ଶୀର୍ଷକ:-ଅତିଷ୍ଟ ହେଉଛି

ଏକା କରି ଗଲ ଜୀବନ ସଙ୍ଗିନୀ
ଗୃହର ଜଞ୍ଜାଳ ପିଲାଙ୍କ ଯତନ‌
ମୋପକ୍ଷେ ବହୁତ କଷ୍ଟ ହେଉଛି
ଅଭାବ କଷଣ ଅତିଷ୍ଠ ହେଉଛି ।
ତୁମରି ଅଭାବେ କର୍ମକୁ ଆଦରି
ଜଳ,ଜାଳ ଯୋଗାଡ଼ ପିଲାଙ୍କ ପାଇଁ
ତିନି ପିଲାଙ୍କର ଦାୟିତ୍ଵ କୁ ନେଇ ।।
ଶକ୍ତିିଦା ବିଷୋଇ,ଗଞ୍ଜାମ

(୬୩)

 1,096 total views,  1 views today

9 thoughts on “*ସପ୍ତକ ପ୍ରତିଯୋଗିତା- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ସଭ୍ୟ/ସଭ୍ୟା ମାନଙ୍କ ଦ୍ଵାରା*

  1. A motivating discussion is unquestionably value remark. I feel that you should publish a lot more on this subject, it will not be a taboo subject but usually folks don’t focus on these subjects. To the following! Many thanks!!

  2. ସୁନ୍ଦର ପ୍ରୟାସ, ଓଡ଼ିଆ ସାହିତ୍ୟିକ ଓଡ଼ିଆ ସହିତ ବିଭିନ୍ନ ଭାଷାରେ ପାରଙ୍ଗମ ବୋଲି ଏହି ଅନୁଷ୍ଠାନ ମାଧ୍ୟମରେ ବିଶ୍ୱ ବିଦିତ କରାଇବା l ପ୍ରତିଯୋଗିତା ମାଧ୍ୟମରେ ଲେଖକ ମାନଙ୍କ ଦକ୍ଷତା ବୃଦ୍ଧି କରାଇବା l ଏହି ପ୍ରତିଯୋଗିତା ରେ ସମସ୍ତ ପ୍ରତିଯୋଗୀ ସୁନ୍ଦର ଭାବରେ ନିଜର ଭାବାବେଗ ପରିପ୍ରକାଶ କରିଛନ୍ତି l ମନୋଜ କୁମାର ପଣ୍ଡା ଙ୍କ କର୍ତ୍ତବ୍ୟ ନିଷ୍ଠା ଅତୁଳନୀୟ l କାମନା କରେ, ତାଙ୍କ ଲକ୍ଷ୍ୟ ପଥ ଓ ଲକ୍ଷ୍ୟସ୍ଥଳ ସୁଗମ ହେଉ l

  3. It’s really a good step to create new writers for enriching
    the literature..
    Thankq very much….
    Sadhana

Leave a Reply

Your email address will not be published. Required fields are marked *