*ଜୀବନ ଦୋଳି*
——————-
ମାୟା ସଂସାରରେ ଜୀବନର ଦୋଳି
କେତେ ଦିନ ତୁ ଖେଳିବୁ,
ପାପ,ଲୋଭ,ମୋହ ସ୍ୱାର୍ଥ,ଅହଂକାରେ
କେତେ ଦିନ ତୁ ବଞ୍ଚିବୁ।
ପାପ କର୍ମ ଭାର ଯେବେ ବଢି ଜିବ
ଦୋଳି ତୋର ଯିବ ଛିଡି,
ତ୍ରାହି ତ୍ରାହି ବୋଲି ଡାକ ଛାଡ଼ୁ ଥିବୁ
କେହି ନ ପାରିବେ ତରି।
ଜୀବନର ସତ୍ୟ କେମିତି ଜାଣିବୁ
ତୁ କରୁ ଅଛୁ କୁ କର୍ମ,
ଜୀବନର ଦୋଳି ଛିଡି ଗଲା ପରେ
ବାନ୍ଧି ନବ କାଳ ଯମ।
ବେଳ ଅଛି ଏବେ ସୁଧୁରି ଯା ଧନ
କରୁ ଥାରେ ଦାନ ଧର୍ମ,
ପାପରୁ ଉଧାରି ସତ୍ୟକୁ ଆଦରି
ଜପୁ ଥାରେ ରାମ ନାମ।
ଜଗମୋହନ ପ୍ରଧାନ
ଶକୁନ୍ତଳାପୁର, ଯାଜପୁର
229 total views, 1 views today