*ଈଚ୍ଛା ଉପାୟର କରେ ସନ୍ଧାନ*
*******************
ସୀମାଞ୍ଚଳ ପଣ୍ଡା
***********
ଖାଇଲା ଭୋଜି,
ମଦନ ସେଇଠି ହୁଅଇ ଖୋଜି।
ଏଣେତେଣେ ପଡ଼େ ଅଇଁଠା ଖଲି,
ଅସନା ଵାସନା ନୁହେଁ ସମ୍ଭାଳି,
ଓଟାର ଆସେ,
ସ୍ୱଚ୍ଛତା ନାଶେ,
ଆଣଇ ସାଉଁଟି କରଇ ମେଳି।
ଭୋଜିରଶେଷେ,
ଗାତରେ ଭରିଵ ମନ ହରଷେ।
ନକରିଵ ନଷ୍ଟ ହେବ କମ୍ପୋଷ୍ଟ,
ଫସଲ ନିମନ୍ତେ ଅତି ଉତ୍କୃଷ୍ଟ,
ଜାଳିଲେ ଧୂଆଁ,
ଵଢିଵ କିଆଁ,
ଵାୟୁରେ ମିଶିଵ ହେଵ ଅନିଷ୍ଟ।
କଳ ତ ଆଜି,
ପେଷେ ଆଵର୍ଜନା ସଙ୍ଗତେ ଭିଜି।
କାଗଜ ମଲାଟ ହୁଏ ସିଲଟ,
ହାର୍ଡବୋର୍ଡ଼ କେଡ଼େ ଦିଶେ ତରାଟ,
ହୁଏ ଖେଳନା,
ଫୁଲ ମାଣ୍ଡଣା,
ସାଜ ସରଞ୍ଜାମ ଗଢ଼େ ଵହୁତ।
ଭୋଜନ ଥାଳି,
ଆଟା ପ୍ଳାଷ୍ଟିକ୍ ର ଥାଏ ଗହଳି।
କଳ ପେଷେ କେତେ କାଦୁଅ ପରି,
ଛାଞ୍ଚରେ ଜିନିଷ କରେ ତିଆରି,
ପ୍ଳାଷ୍ଟିକ୍ ନେଇ,
ତରଳା ହୋଇ,
ନୂଆ ଦରଵରେ କରଇ ଭରି।
ଫିଙ୍ଗା ଦରଵ,
ପ୍ଳାଷ୍ଟିକ୍ ସଙ୍ଗତେ ସକଳ ଥିଵ।
ଚଉକୀ ଟେଵୁଲ ସାଜ ସାମାନ,
ଆଵର୍ଜନା ଠାରୁ ହେଵ ଉତ୍ପନ୍ନ
ସକଳ ଚିଜ,
ଗଢ଼ା ସହଜ,
ମୂର୍ତ୍ତିରେ ଵୃତ୍ତିରେ କଳର ଦାନ।
ଵଳକା ଯେତେ,
କାଚ ଲୁହା ଧାତୁ କାଠ ସଙ୍ଗତେ।
କଳର ଵଳରେ ନୂତନେ ଗଢ଼ା,
କିଏ ଲୋଡ଼ା ଆଉ କିଏ ଅଲୋଡ଼ା,
ଯତନ କର,
କ୍ଷତି ନକର,
ଅକାଳେ ରତନ ହେଵ ଅଜଡ଼ା।
ଵିଜ୍ଞାନ ଵଳେ,
ଅଲୋଡ଼ା ଜିନିଷ ନୂତନେଚଳେ।
ନକର ଵର୍ଜନ ନଦିଅ ଫିଙ୍ଗି,
ନହେଉ ଦହନ ନଯାଉ ଭାଙ୍ଗି,
ଯତନେ ରଖ,
ସ୍ୱଚ୍ଛତା ଦେଖ,
ଜୀଵନେସେଦିନେହୋଇଵସଙ୍ଗୀ।
ସାଇତା ପଣ,
କରେ ଉପକାର ଆଗାମୀ ଦିନ।
ନୂତନ ଜିନିଷ ହୁଏ ନିର୍ମାଣ,
ଵେକାର ହଟାଏ ଵଢେ ଅର୍ଜନ,
ସାଧନା ଵଳେ,
ସୁଯୋଗ ମିଳେ,
ଈଚ୍ଛା ଉପାୟର କରେ ସନ୍ଧାନ।
******************
ସୀମାଞ୍ଚଳ ପଣ୍ଡା