March 20, 2023
11 11 11 AM
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ
କବିତା – ଡଃ ପ୍ରିୟମ୍ବଦା ସାମଲ
ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 
ଫଗୁଣ – ମିନତି ଦାଶ
Latest Post
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ କବିତା – ଡଃ ପ୍ରିୟମ୍ବଦା ସାମଲ ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା  ଫଗୁଣ – ମିନତି ଦାଶ

*ପଞ୍ଚୁକ – ପ୍ରଶାନ୍ତ କୁମାର ଶତପଥୀ*

           🙏ପଞ୍ଚୁକ🙏 

ଚତୁର୍ମାସ ବ୍ରତ ପାଳୁଥିଲେ ଭକ୍ତ

ହରିଶୟନରେ ଯାହା,

ଆଷାଢ଼ ମାସର ଶୁକ୍ଲପକ୍ଷ ଥିଲା

ବଡ଼ ଏକାଦଶୀ ତାହା l

କାର୍ତ୍ତିକ ମାସର ବଡ଼ ଏକାଦଶୀ

ଶ୍ରୀହରିଙ୍କ ଉତ୍ଥାପନ,

ହରିବୋଲ ସହ ହୁଳହୁଳି ଦେଇ

ଆନନ୍ଦିତ ଭକ୍ତ ମନ l

ପଞ୍ଚୁକର ବ୍ରତ ଆରମ୍ଭ ହୁଅଇ

ଏହିଠାରୁ ପାଞ୍ଚ ଦିନ,

ହବିଷ୍ୟାଳି ମାନେ ବ୍ରତ ପାଳିଥାନ୍ତି

ପାଇବାକୁ କୋଟି ପୂଣ୍ୟ l

କାଳିଆ ସାଆନ୍ତେ ଦର୍ଶନ ଦିଅନ୍ତି

ହୋଇକରି ପାଞ୍ଚ ବେଶ,

ଦେଖି ପାପ ଚକ୍ଷୁ ପବିତ୍ର ହୁଅଇ

ମନ ହୋଇଯାଏ ତୋଷ l

ଲକ୍ଷ୍ମୀନାରାୟଣ ପ୍ରଥମ ଦିନରେ

ବାଙ୍କଚୂଡ଼ ଦ୍ଵିତୀୟରେ

ତ୍ରିବିକ୍ରମ ବେଶ ଡାଳିକିଆ ହସ

ହୋଇଥାନ୍ତି ତୃତୀୟରେ l

ଲକ୍ଷ୍ମୀନୃସିଂହରେ ଚତୁର୍ଥ ଦିନଟି

ଅପୂର୍ବ ସେ ଜ୍ୟୋତି କାନ୍ତି,

ମର୍ତ୍ତ୍ୟ ବଇକୁଣ୍ଠ ଶୀରିକ୍ଷେତ୍ର ଧାମେ

ପ୍ରଭୁ ଏଠି ବିରାଜନ୍ତି l

ରାଜଧିରାଜରେ ସୁନାବେଶ ସହ

ପଞ୍ଚମ ଦିନରେ ଶୋଭା,

ରାସପୂର୍ଣ୍ଣିମାରେ ଯେତେ ଦେଖୁଥିଲେ

ହୋଇଥାନ୍ତି ମନଲୋଭା l

ବହୁତ ପବିତ୍ର ପଞ୍ଚୁକ ଅଟଇ

ପାଞ୍ଚ ଦିନର ଏ ବ୍ରତ,

ନିଷ୍ଠାପର ଭାବେ ପାଳନ କରିଲେ

କୋଟି ପୂଣ୍ୟ ମିଳେ ସତ l

ସକାଳୁ ସକାଳୁ ତୁଳସୀ ଚଉଁରା

ଲିପାପୋଛା କରିଦେଇ,

ପଞ୍ଚମୁରଜରେ ଝୋଟି ଦେଉଥିଲେ

ବିଭୁ କୃପା ଥିବ ପାଇ l

ଘୃତ ଦୀପ ଅଟେ ବିଷ୍ଣୁଙ୍କର ପ୍ରିୟ

ସକାଳ ସନ୍ଧ୍ୟାରେ ଦେବା,

ତୁଳସୀ ମୂଳରେ ନିତି ଦେଉଥିଲେ

ବହୁ ପୂଣ୍ୟ ପାଇଯିବା l

କାର୍ତ୍ତିକ ବ୍ରତଟି ସଫଳ ହୋଇବ

କରୁଥିଲେ ସତ୍ କର୍ମ,

ପରଉପକାରୀ ହୋଇପାରୁଥିଲେ

ତାହାହିଁ କାର୍ତ୍ତିକ ଧର୍ମ l

**********

ପ୍ରଶାନ୍ତ କୁମାର ଶତପଥୀ 

 635 total views,  2 views today

4 thoughts on “*ପଞ୍ଚୁକ – ପ୍ରଶାନ୍ତ କୁମାର ଶତପଥୀ*

  1. I’m amazed, I must say. Seldom do I encounter a blog that’s equally educative and amusing, and without
    a doubt, you have hit the nail on the head.
    The issue is something that not enough people are speaking intelligently about.
    I am very happy that I stumbled across this in my
    hunt for something concerning this.

  2. Wow, superb blog layout! How long have you been blogging
    for? you made blogging look easy. The overall look of your web site
    is magnificent, let alone the content!

  3. I loved as much as you’ll receive carried out right here.
    The sketch is attractive, your authored material stylish.
    nonetheless, you command get got an edginess
    over that you wish be delivering the following. unwell unquestionably come more formerly again as exactly the same nearly a lot often inside case you shield this hike.

Leave a Reply

Your email address will not be published. Required fields are marked *