➖ଅଭାବ➖
*****************
ମମତା ଶତପଥୀ
•••••ו••••ו•••••
ଏବେ ଧରାବକ୍ଷେ ରାଜୁତି କରୁଛି
ସମୟ ବଡ ଅଜବ
ଏଠି ଧନର ଅଭାବ ନାହିଁ ମନର
ଅନାକାଂକ୍ଷିତ ଅଭାବ
ଯାହାର ଯେତେ ଧନ ତାହାର ଲୋଭ
ସେହି ପରିମାଣେ ବଢେ
ଧନ ଅର୍ଜିବାକୁ ଧର୍ମ ପଥ ହୁଡି
ପାପକର୍ମେ ସେହୁ ସଢେ
ପଥ ହୁଡିଯାଇ କରେ ସେ କୁକର୍ମ
ହୁଏ ସିନା ଦିଗହଜା
ମିଛ ଅଭାବର ବଜାଏ ଡେଙ୍ଗୁରା
ଉଡାଏ ପାପର ଧ୍ବଜା
ଧନ ଗର୍ବେ କେବେ ମଦମତ୍ତ ହୋଇ
ଅପରକୁ ହେୟ ମଣେ
ସ୍ବର୍ଣ୍ଣଲଙ୍କା ଦିନେ ଭଷ୍ମିଭୂତ ହେଲା
ଏକଥା ମନେ ନ ଆଣେ
ସ୍ବଚ୍ଛ ସୁନ୍ଦର ମନଟିଏ ଲୋଡା
ଖୋଜିଲେ ମିଳୁଛି କାହିଁ !
ଧନ ଆଶେ ଧାଇଁ ସମସ୍ତେ ବିଭ୍ରାନ୍ତ
ସୁଖ ଶାନ୍ତି ତିଳେ ନାହିଁ
ଏ ସମୟ ସତେ ବଦଳି ଯିବକି
ମନର ଅଭାବ ହେବ ଦୂର
ସବୁ ମନୁ ଯଦି କ୍ରୁରତା ହଟିବ
ହସିବ ପୁଣି ସଂସାର
🖌️🖌️🖌️🖌️🖌️🖌️
ମମତା ଶତପଥୀ
I must thank you for the efforts you have put in penning this blog. I really hope to view the same high-grade content from you in the future as well. In truth, your creative writing abilities has encouraged me to get my very own blog now
I really like reading an article that will make peoplethink. Also, thanks for allowing for me to comment!
excellent publish, very informative. I wonder why the other experts of this sector do not understand this. You must continue your writing. I am confident, you’ve a great readers’ base already!
This article provides clear idea in support of the new visitors of blogging, that genuinely how to do blogging.
This is a really good tip particularly to thosefresh to the blogosphere. Short but very accurate info… Thanks for sharing this one.A must read post!
Ati uttama rachana