*ସମୁଦ୍ର କାନ୍ଦୁଛି*
———————————-
ମନୁଷ୍ୟ ସମାଜ ନିଷ୍ଠୁର ସାଜିଛି
ହିତାହିତ ଭୁଲିଯାଇ,
ଶୋଷଣ ପଥରେ ଆଗେଇ ଚାଲିଛି
ସତେ କି ଭୋଗିବ ମହୀ (୧)
କାନ୍ଦଇ ଆକାଶ କାନ୍ଦେ ବସୁମତୀ
କାନ୍ଦନ୍ତି ପ୍ରକୃତି ରାଣୀ,
ମଣିଷ ଜାତିର ଅସହ୍ୟ ଯାତନା
ହୃଦୟ ଦେଉଛି ହାଣି (୨)
ସବୁ ଆବର୍ଜନା ନଦୀକୁ ଛାଡିଲେ
ସମୁଦ୍ରକୁ ଗଲା ବୋହି,
ହିମାଳୟ ହିମ ତରଳି ଯାଇଣ
ଜଳଧିକୁ ଆସେ ଧାଇଁ (୩)
ହେନ୍ତାଳର ବଣ ଆଉ ଝାଉଁବଣ
ଅଭେଦ୍ୟ ପାଚେରୀ ପରି,
ଠିଆ ହୋଇଥିଲେ କୂଳରେ ତାହାର
ମଣିଷ ନେଇଛି ହରି (୪)
ଯନ୍ତ୍ରପାତି ବଳେ ବିଦାରେ ତା’ ଛାତି
କପଟୀର ହସ ହସି,
କୂଳ ଉଲଙ୍ଘନ ଅପବାଦ ଭୟେ
“ସମୁଦ୍ର କାନ୍ଦୁଛି” ବସି (୫)
ସୀମାଞ୍ଚଳ ଖଟୁଆ,
ଭୁବନେଶ୍ୱର।
Simanchal khatua,
Bhubaneswar.
Utkal Bipanna sahayata samiti,Plot No-41,
Sector-A, Zone-D, M.I.E,
Bhubaneswar-10,ODISHA.