“ଦିନେ ତୁମେ ଫେରିବ ଫଲଣା “
ପ୍ରେମ ରସେ ରସି, ମନ୍ଦ୍ର ହାସ ହସି,
ପ୍ରୀତି ରଙ୍ଗେ ପରିତୋଷି
କେଉଁଆଡେ କାହିଁ, ଲୁଚିଗଲ ରହି,
ହୃଦୟରୁ ଦୂରେ ରୁଷି ll
ରୁଧିରେ ରଂଜିତ, ଅଶ୍ରୁରେ ବିଧୌତ
ତୁମ ସ୍ମୃତିମାନ ନିତି,
ଜାହ୍ନବୀର ଜଳେ, ତଟିନୀର କୂଳେ,
ଖୋଜି ବୁଲେ ତୁମ ସ୍ଥିତି ll
ବିଛେଦେ ଫଲଣା, ହେଲି ବାଟବଣା,
ବିରହର ଘଞ୍ଚ ବନେ,
ଅଧାବାଟେ ହାତ, ଛାଡ଼ିଦେଇ ମିତ,
ଯନ୍ତ୍ରଣା ଦେଲ ଯେ ମନେ ll
ବାରି ନ ପାରିଲି, ତୁମକୁ ବରିଲି,
ପ୍ରିୟତମ ପ୍ରିୟା ଭାବି,
କ୍ଷଣପ୍ରଭା ସମ, ମନ ନଭେ ତୁମ
ଲିଭିଗଲା ପ୍ରତିଛବି ll
କରନି ଉପେକ୍ଷା, କରେ ପ୍ରେମଭିକ୍ଷା,
ଯୋଡ଼ିଣ ମୋ ଦୁଇ କର,
ଫେରିବ ଫଲଣା , ଫେଡ଼ିବ ଯନ୍ତ୍ରଣା,
ଆଶା ବାନ୍ଧେ ମନେ ମୋର ll
……✍️ ନୀଳାମ୍ବର ବେହେରା, ସହକାରୀ ଶିକ୍ଷକ ବଳିୟାରସିଂପଲ୍ଲୀ, ଚିକିଟି, ଗଞ୍ଜାମ
ସମ୍ପର୍କ : 7978595387
478 total views, 1 views today
Very nice