*ଦିନେ ତୁମେ ଫେରିବ*
ଶାଶ୍ୱତ ପ୍ରେମର ପରିଚୟ ଦେଇ
ଆପଣାର କରି ନେଲ
ସିଂଥିରେ ସିନ୍ଦୂର ହାତରେ କଙ୍କଣ
ଦେବାକୁ ଭରଷା ଦେଲ ।
ମୁକ୍ତ ଆକାଶର ବିହଙ୍ଗଟେ ଥିଲି
ବନ୍ଦୀ ତୁମେ କରିଦେଲ
ଶାଶ୍ୱତ ପ୍ରେମକୁ ସମ୍ମାନ ମୁଁ ଦେଲି
ତୁମେ ମତେ ଭୁଲି ଗଲ ।
ଗର୍ଭରେ ମୋହର ତୁମରି ସନ୍ତକ
ନୟନେ କୋହର ଜଳ
ବୁଝିଲନି ତମେ ପ୍ରେମର ମହତ୍ତ୍ୱ
ଅଧାବାଟେ ଛାଡ଼ି ଦେଲ ।
ଦୁନିଆ କୁହଇ କୁଆଁରି ଜନନୀ
ବିଶ୍ବାସେ ଜହର ଦେଲ
ପରିଚୟ ଦେବା ବାହାନାରେ ତମେ
କଳଙ୍କ ଯେ ବୋଳିଦେଲ ।
ଦିନେ ତୁମେ ଫେରିବ ସେ ଅପେକ୍ଷାରେ
ପ୍ରତୀକ୍ଷଣ ମୁହିଁ ଜଳେ
ପବିତ୍ର ପ୍ରେମକୁ କଳଙ୍କିତ କରି
ସନ୍ତାନ କୋଳରେ ଖେଳେ ।
କାହ୍ନୁ ଚରଣ ସାହୁ
ପଣ୍ଡକାମାଳ, ମ.ରାମପୁର, କଳାହାଣ୍ଡି
ଦୂରଭାଷ: 8249520880
Greetings from Florida! I’m bored to tears at work so I decided to check out your site on my iphone during lunch break. I love the information you present here and can’t wait to take a look when I get home. I’m surprised at how fast your blog loaded on my phone .. I’m not even using WIFI, just 3G .. Anyhow, wonderful blog!
Hi there, I check your blog on a regular basis. Your writing style is witty, keep it up!
Hi,dear Kahnu you wrote an outstanding poems