#ଦିନେ ତୁମେ ଫେରିବ #
ଶ୍ରୀପଦ୍ମନ ରଣା
ତୁମେ ଗଲା ପରେ…
ଛିନା ଛିନା ମେଘର ମଲ୍ଲାର
ବିଜୁଳିର ଘଡ଼ ଘଡ଼ି ବାଦ୍ୟ
ଅନ୍ତରାଳେ କୋଇଲିର ଗୀତ
ଦୃଶ୍ୟହୀନ ମୟୂରର ନୃତ୍ୟ
ହଜି ଯାଏ ବେଙ୍ଗୁଲୀର କିଙ୍କାରି ଶବଦ ।
ଶ୍ରୀହୀନ ଅଚଳା
ଶୁଖା ଶୁଖା ତା’ପଣତ
ବେସାହାରା ରାସ୍ତା ଦୁବଘାସ
ନିରବ ଝରଣାର ସ୍ରୋତ
ନବ ପଲ୍ଲିବାକୁ ପାଦପ କାତର
ଫୁଲ କସି କାନ୍ଦେ ବାହୁନି ବାହୁନି
ତୁମ ଅପେକ୍ଷାରେ..
ଗ୍ରୀଷ୍ମ ପରେ
ତୁମେ ଦିନେ ଫେରିବା ଆଶାରେ ।
ଦିନେ ତୁମେ ଫେରିବ ,
ଦିଗନ୍ତ ପ୍ରସାରୀ ଶୁଷ୍କ ତରୁ ଲତା
ସବୁଜିମା କ୍ଷେତ ସାଜିବ
ନଦୀନାଳ ସବୁ ଗାଁ ପୋଖରୀ ଟା
ହସିବ, ନିଶ୍ଚେ ବର୍ଷା
ତୁମେ ଦିନେ ଫେରିବ । ।
ଗ୍ରା-ଗୌଡ଼ମାଲ ବ୍ଲକ-ଝାରବନ୍ଧ ଜିଲ୍ଲା -ବରଗଡ଼
ମୋ:ନ-7974856562
ହୃଦୟସ୍ପର୍ଶୀ ହୋଇଛି କବିତା ଟି