#ଦିନେ ତୁମେ ଫେରିଵ
ଯେ ଦିବସ ଫେରିଯାଏ ରଜନୀ ଅାଗତେ
ପୁଣି ପ୍ରତୀକ୍ଷା ରେ ଥାନ୍ତି ଜହ୍ନ ତାରା ଯେତେ
ଭାସି ଆସେ ନିଶାର୍ଦ୍ଧରେ ଶେଫାଳି ବାସନା
କୁହ ସାଥି ପ୍ରେମେ କିବା ହୁଅନାହିଁ ଆନମନା ?
ପ୍ରତି କ୍ଷଣେ ଝୁରେ ମୁହିଁ ତବ ଆଲିଙ୍ଗନ
ଅପେକ୍ଷା ରେ ମୁଦ୍ରିତ ମୋ ବେନି ନୟନ
ଉଷା ଆସେ ସୁରୁଜର ମୁରୁଜ ଛିଟାରେ
କୋଇଲି କୁହୁତାନ ଝୁରି ମୋତେ ମାରେ ।
ଶ୍ରାବଣର ଧାରା କୁ ମୁଁ ପଚାରଇ ଯେବେ
କୁହେ ପ୍ରିୟ ଆସୁଛନ୍ତି ମଳୟର ସଙ୍ଗେ
ପ୍ରକୃତି ବୁକୁରେ ଯେତେ ଅମୃତର ବିନ୍ଦୁ
ମନେ ଜୋଛନା ଜୁଆର ପୂର୍ଣ୍ଣମୀ ର ଇନ୍ଦୁ ।
ପ୍ରେମ ପୁଣ୍ୟତୋୟା ମୋର ହୃଦ ପରିଯନ୍ତେ
ସାଥୀ ତୁମେ ଫେରିଆସ ଏ ଦିବସ ଅନ୍ତେ ।।
Gangotri Priyadarshini
Umerkote, Nabarangpur
Odisha
1,782 total views, 1 views today