ଦିନେ ତୁମେ ଫେରିବ
***************
ଦିନ ଥିଲା ଋତୁର ମହକରେ
ରଙ୍ଗେଇ ଯାଉଥିଲା ସଂସାର ଟା ସାରା
ବିହ୍ୱଳିତ ମନରେ ଖେଳୁଥିଲା ହିଲ୍ଲୋଳ
ତରୁଣୀ ର ମନ ପରି ଗୁଡେଇ ଯାଉଥିଲା ଦେହସାରା ।
ନିର୍ଲିପ୍ତ ଆଖି ର ସେ ମୁଠା ମୁଠା
ସ୍ୱପ୍ନର ସବୁଜ ସୁନ୍ଦର ବୃକ୍ଷର ଛାୟାତଳେ,
ଗଢି ଉଠୁଥିଲା ଧୀରେ ଧୀରେ
ଭଗ୍ନ ମନ୍ଦିର ର କାୟା ନିଜ ଛଳେ ।
ତୁମେ ଥିଲ ବୋଲି ମୁଁ ଥିଲି
ଅଖଣ୍ଡ ସାମ୍ରାଜ୍ୟ ର ଅଧିପତି ।
ଆବଶ୍ୟକ ନ ଥିଲା ପଚାରିବା
ଯଦିଓ ଜାଣିଥିଲି ତୁମେ ହଜିଯାଉଛ
ଅନ୍ଧାରରେ ହୋଇଯାଇ ରାତି ।
ତଥାପି ହେ ଗଣତନ୍ତ୍ର,
ଦିନେ ତୁମେ ଫେରିବ ଡିଣ୍ଡିମ ପିଟି,
ହଜି ଯାଉଥିବା ଋତୁ ର ସନ୍ଧାନ କରି
ପାଦ ତଳେ ଦେବାପାଇଁ ମାଟି ।
Sumita charudarsini Behera
Baripada
Mayurbhanj