*ପ୍ରାଣଦାତା ବାପା ମୋହର* (ମନୋନେଟ ଶୈଳୀ)
ତୁମର ଘନଘୋର ଗର୍ଜନ-ତର୍ଜନ ରେ
ପ୍ରୀତି ପ୍ରତ୍ୟୟ ଓ ଆଶିଷର ବାରି ଝରେ
ଅସହ୍ୟ ଝାଞ୍ଜିବହେ ତୁମ ନିରବତାରେ
ହରା ଭରା ପାରିବାରିକ ଚୌହଦୀରେ
ତୁମ ଲାଗି ହୃଦୟ ମୋ ପରିବ୍ୟାପ୍ତ ହୁଏ
ମଣିଷ ପଣିଆ ମସ୍ତି ଜାଗେ ମୋ ହୃଦୟେ ।।
ଶିଖାଇଛ ମୋତେ ଏକା ଚାଲିବାର କଥା
ମୋ ପାଇଁ ସହିଛ କେତେଯେ ଅକଥ୍ୟ ବ୍ୟଥା
ହେ ପ୍ରାତପୂଜ୍ୟ କି ଲେଖିବି ଆଜ କଥା ତୁମ
ବିବର୍ଣ୍ଣ ଏହି ସାରସ୍ୱତ ଶ୍ୟାହିରେ ମମ
ତୁମେ ଅଟ ମମ ସୌଭାଗ୍ୟର ରୂପକାର
ଯେବେ ପାଦରଜ ତଵ ମଥା ମୋର ଛୁଏଁ
ଦୂର ଆକାଶଟା ପାଖେ ପ୍ରତିଭାତ ହୁଏ ।।
ଅପଲକ ନେତ୍ର ଆଜ ମୋର ସ୍ବପ୍ନମୟ
ତୁମ ଆଶିଷରୁ ସତ ହେବତ ନିଶ୍ଚୟ
ତୁମ ଲାଗି ସାଧନାରେ ମିଳିଥାଏ ସିଦ୍ଧି
ଅମୃତ ଅସ୍ଵାଦନେ ଅମରତ୍ୱ ହୁଏ ବୃଦ୍ଧି
ଆଶିଷ କରନ୍ତୁ ହେବାକୁ ତୁଠ ପଥର
ହେ ପ୍ରାତଃପୂଜ୍ୟ ପ୍ରାଣଦାତା ବାପା ମୋହର।।
*ମନୋଜ କୁମାର ପଣ୍ଡା*
*ପ୍ରତିଷ୍ଠାତା ଓ ସମ୍ପାଦକ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*
*ଅଡା, ବାଲେଶ୍ଵର*
279 total views, 1 views today
Oh my goodness! Brilliant posting dude! Thanks, However I’m dealing with difficulties together with your RSS. I don’t know The main reason why I am struggling to sign up for it. Is there any individual else owning equivalent RSS problems? Any one that understands the answer will you kindly answer? Thanx!!
whoah this blog is great i like studying your articles.
Keep up the great work! You already know, lots of persons are looking
round for this information, you can help them greatly.