*ନୟନାଶ୍ରୁ (ଇଥିଓପିଆନ ଗମ୍ମୋ ସନେଟ)*
ଯେବେ ଯେବେ ଝୁରେ ତାକୁ ମୋ ହୃଦୟ!
ତରଳିତ ହୁଏ ମୋ ନୟନ ଦ୍ୱୟ
ସ୍ୱପ୍ନେ ଦେଖେ ତାକୁ ପାହାନ୍ତି ପ୍ରହରେ ।।
ନମ୍ର ହୋଇଣ କଥା ଯେ କହୁଥିଲା
ଅଧାବାଟେ ଛାଡି କେଉଁଠି ରହିଲା
ଦୀର୍ଘ ବିରହ ହେତୁ ଜୀର୍ଣ୍ଣ ଶରୀରା ।।
ରାତିରେ ଯେବେ ମୁହିଁ ଛିଙ୍କ ପ୍ରକାଶେ
ସତେ ସେହି ମୋର ମୁଣ୍ଡକୁ ଆଉଁସେ
କେତେ କଣ କହେ ଅତି ବିନୟରେ ।।
ଆଜିବି ସ୍ମରୁଅଛି ମୁଁ ପୁନଃ ପୁନଃ
ଶୁଣି ଗବାକ୍ଷରେ କୋଇଲି ର ସ୍ଵନ
ରହିଥିଲା ରହିବ ସେ ମୋ ହୃଦରେ ।।
ଝୁରୁଛି ଆଜିବି ତାକୁ ମୋ ହୃଦୟେ!
ବରକାମିନୀ ଶ୍ରେଷ୍ଠା ସଖୀକୁ ହାୟେ ।।
*ମନୋଜ କୁମାର ପଣ୍ଡା*
*ସମ୍ପାଦକ, ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*
*ଅଡା,ବାଲେଶ୍ଵର*
217 total views, 1 views today
patterson court apartments rentberry scam ico 30m$ raised the tides apartments
Hi there, just became alert to your blog through Google,and found that it’s truly informative. I am going to watch out for brussels.I’ll appreciate if you continue this in future.A lot of people will be benefited from your writing. Cheers!