*ଦୁଃଖ ଆସିଆନା ( ଇଥିଓପିଆନ ହାଣେକା ଶୈଳୀ)*
ଅଛି ଜାଣ ଗୋଟେ ପ୍ରଶସ୍ତ ହୃଦୟ ମୋର
ଦିଅ ମୋତେ ତୁମେ ସଂସାରର ଦୁଃଖ ନାନା
ସାଦରେ ଘେନିବି କେବେ କରିବିନି ମନା ।।
ସହିସହି ହୋଇଅଛି ମୁଁ ତୁଠ ପଥର
ସ୍ବପ୍ନ ଦେଖିବାକୁ ଆଖିକୁ କରିଛି ମନା
ଯେଣୁ ସ୍ୱପ୍ନ ଆଣେ ରାଶିରାଶିକା ଛଳନା।।
ମୁଁ ଦୁଃଖ ସୌଦାଗର ଏ ମାଟି ମଟାଳର
ଆଭୂଷଣ ମୋର ସାତସିଆଁ ଛିଣ୍ଡାକନା
ଅନ୍ଧ ସମାଜର ମୁହିଁ ଦୁଃଖ ଆସିଆନା ।।
ବେଳୁ ବେଳ ହୁଏ ଜାଣ ଆୟୁ କ୍ଷୀଣ ମୋର
ଶବ ସମ ପଡ଼ିଅଛି, ମୋତେ ଛୁଇଁବା ମନା
କାଳେ ସଂକ୍ରମଣ ହେବ ମାତିବ କରୋନା ।।
ଦୁଃଖ ଦିଅ ମୋତେ ଯିବି ମୁଁ ସରଗ ପୁର
କୋକେଇ ମୋହର ବାନ୍ଧ ଡେ଼ରିତ କରନା
ମାଟି ଦେହ ମାଟିରେ ମିଶିବାକୁ ଆନମନା ।।
*ମନୋଜ କୁମାର ପଣ୍ଡା*
*ପ୍ରତିଷ୍ଠାତା ସମ୍ପାଦକ, ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ*
*ଅଡା, ବାଲେଶ୍ଵର*
Your design is so one of a kind in comparison with people I’ve browse stuff from. Thanks for posting after you’ve bought The chance, Guess I’ll just bookmark This website.